ଦୀର୍ଘ ଦିନର କାଛୁ କୁଣ୍ଡିଆ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି : ତେବେ ଅବଲମ୍ବନ କରନ୍ତୁ ଏହି ଉପାୟ

Published By : Prameya-News7 Bureau | June 18, 2019 IST

ତ୍ବଚାରେ ଆଲର୍ଜି ରୋଗ ଯେପରିକି କାଛୁ, କୁଣ୍ଡିଆ ଆଜିକାଲି ବହୁତ ଲୋକଙ୍କୁ ହେଉଅଛି। ଏହି ରୋଗ ଅତି ଶୀଘ୍ର ବ୍ୟାପୁଅଛି। ଶରୀରର ଯେଉଁ ସ୍ଥାନରେ ଅତ୍ୟଧିକ ଝାଳ ବହାରିଥାଏ ଏବଂ ବିଲକୁଲ ପବନ ବାଜି ନଥାଏ ସେହି ସ୍ଥାନରେ ଏହି ରୋଗ ବେଶୀ ହୋଇଥାଏ। ଖାସକରି ଜଙ୍ଘରେ କାଛୁ,କୁଣ୍ଡିଆ ସମସ୍ୟା ହୋଇଥାଏ। ଏହି ରୋଗ ଠିକ୍ ସମୟରେ ଚିକିତ୍ସା କରାନଗଲେ ଏହା ପୂରା ଶରୀରରେ ବ୍ୟାପିଯାଇଥାଏ। ଏବଂ ଏହାର ଚିକିତ୍ସା ଅସମ୍ଭବ ହୋଇଥାଏ। ଏହି ରୋଗ ଯେକୈାଣସି ବୟସରେ ମଧ୍ୟ ହୋଇପାରେ। ଅପରିଚ୍ଛନ୍ନତା ଏହି ରୋଗର ପ୍ରମୁଖ କାରଣ ଅଟେ। ଆଜି ଆମେ ଜାଣିବା ଏହି ଗମ୍ଭୀର ରୋଗରୁ ମୁକ୍ତି ପାଇବାର ସହଜ ଉପାୟ ବିଷୟରେ।
ପ୍ରଥମ ଉପାୟ : ଏଥିପାଇଁ ଗୋଟିଏ ଲେମ୍ବୁକୁ ମଝିରୁ କାଟି ନିଅନ୍ତୁ। ଏହାର ଗୋଟିଏ ଭାଗକୁ କାଛୁରେ ଘଷନ୍ତୁ। ଏହି ଉପାୟକୁ ଦିନରେ ଦୁଇ ତିନି ଥର କରିବା ଦ୍ବାରା କାଛୁ କୁଣ୍ଡିଆ ଭଲ ହୋଇଯିବ।
ଦ୍ବିତୀୟ ଉପାୟ : ପାଣିକଖାରୁ ମଞ୍ଜିକୁ ପେଶି ଚୂର୍ଣ୍ଣ କରନ୍ତୁ। ଏହି ଚୂର୍ଣ୍ଣକୁ ଦହି ପାଣି କିମ୍ବା ଲେମ୍ବୁ ରସରେ ମିଶାଇ କାଛୁରେ ଲଗାନ୍ତୁ। ଏହି ଉପାୟକୁ ଚାରି ପାଞ୍ଚ ଦିନ ଲଗାତାର ଲଗାଇବା ଦ୍ବାରା କାଛୁ ଭଲ ହୋଇଯିବ।
ତୃତୀୟ ଉପାୟ : ଏହି ଉପାୟ କରିବା ପାଇଁ ଏକ ପାତ୍ରରେ ଆଲୋବେରା ଜେଲ୍,ମୁଲତାନି ମିଟି ଏବଂ ଗୋଲାପ ଜଳ ମିଶାଇ ପେଷ୍ଟ କରନ୍ତୁ। ଏହି ପେଷ୍ଟକୁ ତୁଳାରେ କାଛୁ,କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାନ୍ତୁ। ଘଣ୍ଟାଏ ଶୁଖିବା ପରେ ଏହି ମିଶ୍ରଣକୁ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ବଚା ମସୃଣ ରହିବ। କାଛୁ କୁଣ୍ଡିଆ ସମସ୍ୟା ମଧ୍ୟ ଭଲ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.