ଗୁପ୍ତ ରୋଗର ରାମବାଣ ନିମ୍ବକୋଳି : ଏପରି ବ୍ୟବହାର କଲେ ପାଇବେ ଲାଭ

Published By : Prameya-News7 Bureau | June 22, 2019 IST

ନିମ୍ବ ଗଛର ସମସ୍ତ ଅଙ୍ଗ ଅର୍ଥାତ୍ ପତ୍ର,ଫୁଲ,ଫଳ,ଛାଲ,ଶାଖା ଆଦି ଔଷଧ ଭାବରେ ପ୍ରୟୋଗ କରାଯାଇଥାଏ। ନିମ୍ବ ଫଳରୁ ମଞ୍ଜି ବାହାରିଥାଏ ଯେଉଁଥିରୁ ତେଲ ମିଳିଥାଏ। ନିମ୍ବଗଛର ଗଣ୍ଡିରୁ ଗୋନ୍ଦ ମିଳିଥାଏ। ଏହା ମଧ୍ୟ ଔଷଧ ଭାବେ ପ୍ରୟୋଗ କରାଯାଇଥାଏ। ଆସନ୍ତୁ କେଉଁ କେଉଁ ରୋଗ ପାଇଁ ସହାୟକ ହୋଇଥାଏ ନିମ୍ବ

{"id":125886}
wp:list
  • କୁଷ୍ଠ ରୋଗର ଉପଚାର : ଉପଦଂଶ ଏବଂ କୁଷ୍ଠର ଉପଚାର ନିମନ୍ତେ ଏହାକୁ ସର୍ବୋତ୍ତମ ଔଷଧ ଭାବେ ଗଣାଯାଇଥାଏ। ହୋମିଓପାଥି ଅନୁସାରେ ପୁରୁଣା ଜୀର୍ଣ୍ଣ ରୋଗ ପାଇଁ ଏହା ସବୁଠୁ ଭଲ ଔଷଧ ଅଟେ। ନିମ୍ବ ତେଲ ଯାହା ଗନ୍ଧ ଏବଂ ସ୍ବାଦରେ କଡ଼ା ହୋଇଥାଏ। ଏବଂ ଏହା ପ୍ରଥମ ଶ୍ରେଣୀର ଜୀବାଣୁନାଶକ ହୋଇଥାଏ।
/wp:list {"id":125887,"width":569,"height":320}
wp:list
  • ଗର୍ଭନିରୋଧକ : ବୈଜ୍ଞାନିକଙ୍କ ଅନୁସାରେ ଏହା ଦୁର୍ଗନ୍ଧନାଶକ,ବାତହର ତଥା ଶୀତପିତ୍ତ,କୁଷ୍ଠ ତଥା ପାଇରିଆ ଭଳି ରୋଗ ପାଇଁ ଲାଭଦାୟକ ହୋଇଥାଏ। ନିମ୍ବ ଏକ ଉପଯୁକ୍ତ ଗର୍ଭନିରୋଧକ ହୋଇଥାଏ।
/wp:list {"id":125888}
​​
wp:list
  •  ଅର୍ଶ: ଅର୍ଶ ଭଳି କଷ୍ଟଦାୟକ ରୋଗର ଚିକିତ୍ସା ପାଇଁ ନିମ୍ବ ତଥା କନିଆରୀ ପତ୍ର ସମାନ ମାତ୍ରାରେ ମିଶାଇ ପେଶି ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରଭାବିତ ସ୍ଥାନରେ ଲଗାଇବା ଦ୍ବାରା କଷ୍ଟରୁ ଆରାମ ମିଳିଥାଏ। ପ୍ରତିଦିନ ସକାଳେ ନିମ୍ବଫଳ ସେବନ କଲେ ଆରାମ ମିଳିଥାଏ। ପ୍ରଭାବିତ ସ୍ଥାନରେ ମଧ୍ୟ ନିମ୍ବ ତେଲ ଲଗାଯାଇପାରିବ।
/wp:list {"id":125889}
wp:list
  • ଜ୍ବର କିମ୍ବା ମ୍ୟାଲେରିଆ : ଏହି ରୋଗରେ ନିମ୍ବର କାଢ଼ା ଦିଆଯାଇଥାଏ। ଏହି କାଢ଼ାକୁ ପ୍ରସ୍ତୁତ କରିବା ପାଇଁ ଏକ ଗ୍ଲାସ୍ ପାଣିରେ ନିମ୍ବ ପତ୍ର,ନିମ୍ବ ଫଳ,ଗୋଲମରିଚ,ତୁଳସୀ,ଶୁଣ୍ଠି,ଚିରେଇତା ସମାନ ମାତ୍ରାରେ ପକାଇ ଫୁଟାନ୍ତୁ। ଏହି ମିଶ୍ରଣକୁ ବାମ୍ଫ ନହେବା ଯାଏଁ ଫୁଟାନ୍ତୁ।
/wp:list {"id":125890}
wp:list
  • କାନରୁ ପାଣି ବୋହିବା : ରାତି​ରେ ଶୋଇବାବେଳେ ଏହି ମିଶ୍ରଣକୁ ଏକ-ଦୁଇ ବୁନ୍ଦା ପକାଇଲେ କାନରୁ ପାଣି ବୋହିବା ବନ୍ଦ ହୋଇଯାଇଥାଏ। ନଖ ଉଷୁମ ପାଣିରେ ନିମ୍ବ ତେଲ ଦୁଇ ତିନି ବୁନ୍ଦା କାନରେ ପକାଇଲେ କାନର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
/wp:list {"id":125891}
wp:list
  • ଡାଇରିଆରୁ ମୁକ୍ତି : ନିମ୍ବ ପତ୍ରକୁ ଶୁଖାଇ ଚିନି ମିଶାଇ ଖାଇବା ଦ୍ବାରା ଡାଇରିଆରୁ ମୁକ୍ତି ମିଳିଥାଏ। ପେଟର ଜୀବାଣୁକୁ ନଷ୍ଟ କରିବା ପାଇଁ ନିମ୍ବ ପତ୍ରର ରସରେ ମହୁ ଏବଂ ଗୋଲମରିଚ ମିଶାଇ ଦିଆଯିବା ଉଚିତ୍।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.