PUBG ବ୍ୟାନ୍ ହେବାପରେ ଚିନ୍ତିତ କି ? ପବ୍‌ଜି ପ୍ଲେୟାର୍ସଙ୍କ ପାଇଁ ବିକଳ୍ପ ହୋଇପାରେ ଏହି ଗେମ୍

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ ୦୩/୦୯ : ଚୀନ ସହ ବିବାଦ ପରେ ଭାରତ ସରକାର ସବୁଠାରୁ ଲୋକପ୍ରିୟ ଗେମ୍ ପବ୍‌ଜି PUBG ସମେତ ୧୧୮ ଆପ୍ ବ୍ୟାନ୍ କରିଛନ୍ତି | ଜୁନ ମାସରୁ ଏବେ ସୁଦ୍ଧା କେନ୍ଦ୍ର ସରକାର ୨୦୦ ରୁ ଅଧିକ ଆପ୍ ବ୍ୟାନ୍ କରି ସାରିଛନ୍ତି | ତେବେ ଭାବନ୍ତୁନି ଯେ ଗେମିଙ୍ଗ୍ ମାର୍କେଟରେ ପବ୍‌ଜି ର ବିକଳ୍ପ ନାହିଁ | Call Of Duty Mobile ସବୁଠାରୁ ପୁରୁଣା ମୋବାଇଲ ଗେମମାନଙ୍କ ମଧ୍ୟରୁ ଗୋଟିଏ | ଏହି ଗେମ୍‌ରେ ଜୋରଦାର ଗ୍ରାଫିକ୍ସ ସହ ଇନ୍ଟରେକ୍ଟିଭ୍ ଗେମ୍ ପ୍ଲେ ଓ ଭିନ୍ନ ଭିନ୍ନ ରଣନୀତିର ମିଶନ ରହିଛି | କିଛି ମାମଲାରେ ଏହି ଗେମ୍ ପବଜି ଠାରୁ ମଧ୍ୟ ଉତ୍ତମ | ଉଭୟ ଗୁଗଲ୍ ପ୍ଲେ ଷ୍ଟୋର୍ ଓ ଆପ୍ ଷ୍ଟୋରରେ ଏହି ଗେମ୍ ଉପଲବ୍ଧ |

{"id":324546,"sizeSlug":"large"}

Fortnite ଏକ ଲୋକପ୍ରିୟ କିନ୍ତୁ ବିବାଦୀୟ ଗେମ୍ | ଏହି ଗେମକୁ ଆମେରିକାରେ ପ୍ଲେ ଷ୍ଟୋର୍ ଓ ଆପ ଷ୍ଟୋରରୁ ହଟାଇ ଦିଆଯାଇଥିଲା | କିନ୍ତୁ ରେଭେନ୍ୟୁକୁ ନେଇ ଏହି ଗେମ୍ ସହିତ ବିବାଦ ଜଡିତ ଥିଲା | ଏହି ଗେମକୁ ଆପଣ କେବଳ ଥାର୍ଡ଼ ପାର୍ଟି ଆପ୍ ଷ୍ଟୋର୍ ଜରିଆରେ ହିଁ ଡାଉନଲୋଡ୍ କରିପାରିବେ | କୌଣସି ଲୋକପ୍ରିୟ ଗେମ୍ ସହ ତାର ବିକଳ୍ପ ମଧ୍ୟ ଆସିଥାଏ | Garena Free Fire ଏହିଭଳି ଏକ ଗେମ୍ | ଏହାର ବହୁ ମାତ୍ରାରେ ପବ୍‌ଜି ସହ ସାମଞ୍ଜସ୍ୟ ରହିଛି | କିନ୍ତୁ ପବ୍‌ଜି ଭଳି କିଛି ବେଶିକ୍ ଫିଚର୍ର ଏହାର ସହ ସାମଞ୍ଜସ୍ୟ ରହିଛି | ଏହାକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରେ | Garena Free Fire ଆଇ-ଫୋନରେ ମଧ୍ୟ ଉପଲବ୍ଧ |

{"id":324547,"sizeSlug":"large"}

Battlelands Royale ଏକ ମଲ୍ଟିପ୍ଲେୟାର୍ ଗେମ୍ | ଏହି ଗେମରେ ଥରକେ ସର୍ବାଧିକ ୩୨ ପ୍ଲେୟାର୍ସ ଅଂଶଗ୍ରହଣ କରିପାରିବେ | କିନ୍ତୁ ଏହା ପବଜି ଭଳି ଅଧିକ ସମୟ ଯାଏଁ ଖେଳି ହେବନାହିଁ | କିନ୍ତୁ ଏହି ଗେମ ଖେଳିବା ପାଇଁ ଆପଣଙ୍କ ପାଖରେ ଅଧିକ ମହଙ୍ଗା ସ୍ମାର୍ଟ ଫୋନ୍ ଥିବା ଦରକାର ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.