ଗତ ୪୦ ବର୍ଷ ଭିତରେ ବିଶ୍ବରେ ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟେଷ୍ଟ ଟ୍ୟୁବ ବେବି : ଜାଣନ୍ତୁ କଣ କରୁଛନ୍ତି ପ୍ରଥମ ଟେଷ୍ଟଟ୍ୟୁବ ବେବି

Published By : Prameya-News7 Bureau | February 03, 2019 IST

୧୯୭୮ ମସିଆ ଜୁଲାଇ ୨୫ରେ ଜନ୍ମ ହୋଇଥିଲା ବିଶ୍ବର ପ୍ରଥମ ଟେଷ୍ଟ ଟ୍ୟୁବ ବେବି  ଲୁଇସ ବ୍ରାଉନ। ସେ ପୁଣି ଏହି IVF ପଦ୍ଧତିରେ । ସେହିପରି ଭାରତରେ ମଧ୍ୟ ଜନ୍ମ ହୋଇଥିବା ପ୍ରଥମ ଟେଷ୍ଟ ଟ୍ୟୁବ୍ ହେଉଛି ଦୁର୍ଗା ।୩ ଅକ୍ଟୋବର ୧୯୭୮ ମସିହାରେ ପ୍ରଥମ ଫିଜିସିଆନ୍ ଭାବେ ଡକ୍ଟର ସୁବାଷ ମୁଖାର୍ଜୀ ହେଉଛନ୍ତି ଦୁର୍ଗାର ଜନ୍ମଦାତା ।ଏହି ଦୁଇ ଟେଷ୍ଟ ଟ୍ୟୁବ୍ ବେବିଙ୍କ ସଂପର୍କରେ ଆସନ୍ତୁ ଦେଖିବା….

{"id":81322,"width":588,"height":396}

ଏ ହେଉଛି ବିଶ୍ବର ପ୍ରଥମ ଟେଷ୍ଟ ଟ୍ୟୁବ ବେବି  ଲୁଇସ ବ୍ରାଉନ। ୧୯୭୮ ମସିଆ ଜୁଲାଇ ୨୫ରେ ବିଜ୍ଞାନ ଜଗତରେ ସୃଷ୍ଟି ହୋଇଥିଲା ଏକ ନୂଆ ଅଧ୍ୟାୟ । କୃତ୍ରିମ ଉପାୟରେ ଜନ୍ମ ଗ୍ରହଣ କରିଥିଲା ବିଶ୍ବର ପ୍ରଥମ  ଟେଷ୍ଟ ଟ୍ୟୁବ୍ ବେବି ଲୁଇସ ବ୍ରାଉନ । ଆଜିକୁ ୪୦ ବର୍ଷପୂର୍ବେ ଲୁଇସ ବ୍ରାଉନଙ୍କ ଜନ୍ମ ଆଇଭିଏଫ ଟେକନିକ ମାଧ୍ୟମରେ ହୋଇଥିଲା। ଇଂଲଣ୍ଡର ମାଞ୍ଚେଷ୍ଟରସ୍ଥିତ ଓଲ୍ଡହାମ ଆଣ୍ଡ ଡିଷ୍ଟ୍ରିକ୍ଟ ଜେନେରାଲ ହସ୍ପିଟାଲରେ ଜନ୍ମ ଗ୍ରହଣ କରିଥିଲା ଲୁଇସ୍ । ବାପାଙ୍କ ନାଁ ପିଟର ବ୍ରାଉନ ଓମାଙ୍କ ନାଁ ଲେସିଲି।

{"id":81323,"width":589,"height":314}

ଆଉ ଏ ହେଉଛନ୍ତି ବିଶ୍ବର ଦ୍ବିତୀୟ ତଥା ଭାରତର ପ୍ରଥମ ଟେଷ୍ଟ ଟ୍ୟୁବ ବେବି ଦୁର୍ଗା ବା କନ୍ନୁପ୍ରିୟା ଅଗ୍ରୱାଲ । ଯାହାର ଜନ୍ମଦାତା ହେଉଛନ୍ତି ଫିଜିସିଆନ୍ ପ୍ରଫେସର୍ ତଥା ଡକ୍ଟର ସୁବାଷ ମୁଖାର୍ଜୀ । ୩ ଅକ୍ଟୋବର ୧୯୭୮ରେ ଦୁର୍ଗାର ଜନ୍ମ ହୋଇଥିଲା ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏବେ ଦୁର୍ଗା ମଧ୍ୟ ମା ସାଜିଛନ୍ତି । ତାଙ୍କର ଏକ କନ୍ୟା ସନ୍ତାନ ରହିଛି । ଏହି ୪୦ ବର୍ଷ ଭିତରେ ବିଶ୍ବରେ ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟେଷ୍ଟ ଟ୍ୟୁବ ବେବି ଆଇଭିଏଫ ମାଧ୍ୟମରେ ଜନ୍ମ ନେଇଛନ୍ତି।

{"id":81324,"width":587,"height":366}

୨୧୦୦ ମସିହା ବେଳକୁ ସାରା ବିଶ୍ବରେ ଆଇଭିଏଫ ମାଧ୍ୟମରେ ଜନ୍ମ ନେଇଥିବା ଟେଷ୍ଟ ଟ୍ୟୁବ ବେବିଙ୍କ ସଂଖ୍ୟା ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଯଦିଓ ଆଇଭିଏଫ ମାଧ୍ୟମରେ ଜନ୍ମ ନେଉଥିବା ଶିଶୁଙ୍କୁ ଟେଷ୍ଟ ଟ୍ୟୁବ ବେବି କୁହାଯାଉଛି.। ତେବେ ପ୍ରକୃତରେ ଏଥିରେ ଟେଷ୍ଟ ଟ୍ୟୁବର ପ୍ରୟୋଗ କରାଯାଏନି। ଇନ ଭିଟ୍ରୋ ଶବ୍ଦର ଅର୍ଥ ହେଉଛି କାଚର ଜାର। ଏହି କାଚ ଜାରରେ ଭ୍ରୁଣକୁ ଲାବୋରେଟୋରିରେ କିଛି ରଖାଯାଇ ଫର୍ଟଲାଇଜ କରାଯାଏ।

{"id":81325}

ଚିକିତ୍ସା କ୍ଷେତ୍ରରେ ବିଜ୍ଞାନର ପ୍ରୟୋଗ ଦ୍ବାରା ପ୍ରଜନନ କ୍ଷେତ୍ରରେ ଅନେକ ପରୀକ୍ଷଣ କରାଯାଉଛି। ଏଥିପାଇଁ ମାନବ କ୍ଲୋନିଂ, ଜେନଟିକ ଇଞ୍ଜିନିୟରିଂ ଦିଗରେ ଆଜିର ଚିକିତ୍ସା ବୈଜ୍ଞାନିକମାନେ ଅଗ୍ରସର ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.