ଓଡିଶା ଝୁରୁଛି ସୁଷମା ସ୍ବରାଜଙ୍କୁ : ଓଡିଶା ସହ ସୁଷମାଙ୍କ ସମ୍ପର୍କ କ'ଣ ଥିଲା ଜାଣନ୍ତୁ…

Published By : Prameya-News7 Bureau | August 07, 2019 IST

ଭୁବନେଶ୍ବର (ପ୍ରଶାନ୍ତ ସ୍ୱାଇଁ, କିଶନ ବାରାଇ ) ୭|୮: ସୁଷମା ସ୍ବରାଜଙ୍କ ଓଡ଼ିଶା ସହିତ ନିବିଡ଼ ସଂପର୍କ ଥିଲା। ସେଥିପାଇଁ ତାଙ୍କ ଅବର୍ତ୍ତମାନକୁ ଝୁରୁଛନ୍ତି ଓଡ଼ିଶାବାସୀ। ଭୁବନେଶ୍ବରରେ ଯେଉଁ ଏମ୍‌ସ ଠିଆ ହୋଇଛି ତାହା ସୁଷମା ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ହିଁ ଆରମ୍ଭ ହୋଇଥିଲ.।

{"id":141851}

ସୁଷମାଙ୍କ ସ୍ମୃତିକୁ ଝୁରୁଛି ସାରା ଦେଶ । ଓଡ଼ିଶା ମନେପକାଉଛି ତାଙ୍କର ଅବଦାନକୁ । କେନ୍ଦ୍ର ମନ୍ତ୍ରୀ ଭାବେ ଓଡ଼ିଶାକୁ ପ୍ରାଧାନ୍ୟ ଦେଉଥିଲେ ସେ । ଓଡ଼ିଶାର ନେତାଙ୍କ ସହ ଘନିଷ୍ଠ ସଂପର୍କ ରଖୁଥିଲେ ।

{"id":141835}

ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କ ସହ ତାଙ୍କର ସୁସଂପର୍କ ଥିଲା । ତେବେ ଓଡ଼ିଶା ଓ ସୁଷମାଙ୍କ ସଂପର୍କକୁ ମନେ ପକାଇଲେ ପ୍ରଥମ ନାଁ ସାମ୍ନାକୁ ଆସିବ ଭୁବନେଶ୍ୱର ଏମସ୍‌ । ୨୦୦୩ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦେଶର ୬ ସହରରେ ଏମ୍‌ସ ପ୍ରତିଷ୍ଠା ଲାଗି ସେ ନିଷ୍ପତ୍ତି ନେଇଥିଲେ । ଯେଉଁଥିରୁ ଗୋଟିଏ ଥିଲା ଭୁବନେଶ୍ୱର ।

{"id":141889}

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଦଳର ଅନେକ ବରିଷ୍ଠ ନେତା, କର୍ମୀ ମହାନ୍ ନେତ୍ରୀଙ୍କ ଅମ୍ଳାନ ସ୍ମୃତିକୁ ମନେ ପକାଇଛନ୍ତି ।

{"id":141821}

ଜଗନ୍ନାଥଙ୍କ ପ୍ରତି ସୁଷମାଙ୍କ ଥିଲା ଅଗାଢ ଭକ୍ତି । ସେଥିଲାଗି ଓଡ଼ିଶା ତାଙ୍କୁ ବାରମ୍ବାର ଆକର୍ଷିତ କରିଛି । ଦଳୀୟ ପ୍ରଚାର  ହେଉ କିମ୍ବା ସରକାରୀ କାର୍ଯ୍ୟ ଅନେକ ଥର ଓଡ଼ିଶା ଆସିଛନ୍ତି ସେ ।  ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନୁହେଁ, କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଭାବେ ସେ ଓଡ଼ିଶାର ବିକାଶରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଛି ।

{"id":141707}

ସୁଷମା କ୍ଷମତାରେ ଥାନ୍ତୁ କି ନ ଥାନ୍ତୁ, ସାଧାରଣ ଲୋକଙ୍କ ନେତ୍ରୀ ଭାବେ ସବୁବେଳେ ସାମ୍ନାକୁ ଆସିଛନ୍ତି । ନାଇଜେରୀୟ ପଣବନ୍ଦୀଙ୍କ ନିକଟରୁ ଓଡ଼ିଆ ସେଲର ସୁଦୀପ ଚୌଧୁରୀଙ୍କ ସମେତ ୫ ଜଣଙ୍କୁ ମୁକ୍ତ କରିବାରେ ସୁଷମାଙ୍କ ଉଦ୍ୟମ ଥିଲା ଅତୁଳନୀ।

{"id":141890}

ସେହିପରି ସେ ବୈଦେଶିକ ବ୍ୟାପର ମନ୍ତ୍ରୀ ଥିବା ସମୟରେ ଯେତେବେଳେ ଉପସାଗରୀୟ ଦେଶରେ ବନ୍ଦୀ  ଓଡ଼ିଆଙ୍କ ପ୍ରସଙ୍ଗ ଆସିଛି ସେତେବେଳେ ସୁଷମା ସେମାନଙ୍କୁ ମୁକ୍ତ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ସେଥିଲାଗି ଦଳମତ ନିର୍ବିଶେଷରେ ସମସ୍ତେ  ତାଙ୍କ ପ୍ରଶଂସାରେ ଶତମୁଖ ।

{"id":141820}

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା ସମୟରେ ସୁଷମାଙ୍କ ଉଦ୍ୟମରେ ଭୁବନେଶ୍ବର ପ୍ରସାରଭାରତୀର ଉତ୍ଥାନରେ ମଧ୍ୟ ତାଙ୍କ ଉଦ୍ୟମ କିଛି କମ ନଥିଲା। ସୁଷମାଙ୍କ ଅବର୍ତ୍ତମାନକୁ ଝୁରୁଛି ଓଡ଼ିଶା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.