ମା' ଓ ଭଉଣୀଙ୍କ ମୃତ୍ୟୁ ପରେ ଏବେ ଏକମାତ୍ର ପୁଅର ବି ଦୁନିଆ ଛାଡି ଚାଲିଗଲେ : ଜାଣନ୍ତୁ ସୁଶାନ୍ତ ସିଂହଙ୍କ ପରିବାରରେ କିଏ କିଏ ଅଛନ୍ତି

Published By : Prameya-News7 Bureau | June 15, 2020 IST

ମୁମ୍ବାଇ ୧୫/୦୬ : ଟିଭି ସିରିଏଲରୁ କ୍ୟାରିଅର ଆରମ୍ଭ କରି ବଡ ପରଦାରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ମାତ୍ର ୩୪ ବର୍ଷ ବୟସରେ ଦୁନିଆକୁ ବିଦାୟ ଜଣାଇ ସବୁଦିନ ପାଇଁ ଚାଲିଗଲେ ସୁଶାନ୍ତ ସିଂହ ରାଜପୁତ | ରବିବାର ଦିନ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ | ତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ସାରା ଦେଶ ସ୍ତବ୍ଦ ହୋଇଯାଇଛି | କେହି ବିଶ୍ୱାସ କରି ପାରୁନାହାନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି | କିନ୍ତୁ ଆତ୍ମହତ୍ୟାର କାରଣ ଏବେ ଯାଏଁ ଜଣାପଡିନାହିଁ | ବିହାର ପୁର୍ଣିଆରେ ସୁଶାନ୍ତଙ୍କ ଘର | ପାଟଣାରେ ସ୍କୁଲ ଶିକ୍ଷା ପୁରା କରିଥିଲେ | ଏହାପରେ ଦିଲ୍ଲୀରେ କଲେଜ ଏବଂ ମୁମ୍ବାଇରେ କ୍ୟାରିଅର ଆରମ୍ଭ କରିଥିଲେ |

{"id":286457,"sizeSlug":"large"}

 

ସୁଶାନ୍ତ ସିଂହ ନିଜ ମାଙ୍କୁ ବହୁତ ଭଲ ପାଉଥିଲେ | ସେ ତାଙ୍କ ମାଙ୍କ ବହୁତ ନିକଟତର ଥିଲେ ବୋଲି କୁହାଯାଏ | ୧୮ ବର୍ଷ ପୂର୍ବରୁ ୨୦୦୨ ମସିହାରେ ସୁଶାନ୍ତଙ୍କ ମାଙ୍କ ନିଧନ ହୋଇଥିଲା | ଏହାପରେ ତାଙ୍କ ପରିବାର ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ | ତାଙ୍କ ପରିବାର ଦିଲ୍ଲୀ ମୁଖାର୍ଜୀ ନଗରରେ ରହୁଥିଲେ | ସୁଶାନ୍ତ ସିଂହ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ସୋସାଇଲ ମିଡ଼ିଆରେ ମାଙ୍କ ନାଁରେ ଶେଷ ପୋଷ୍ଟ ଲେଖିଥିଲେ |

{"id":286458,"width":578,"height":447,"sizeSlug":"large"}

ସୁଶାନ୍ତ ସିଂହଙ୍କ ବାପା ଜଣେ ସରକାରୀ ଅଧିକାରୀ | ଅବସର ପରେ ସେ ପୁଣିଥରେ ସିଲଲଇରୁ ପାଟଣା ରାଜୀବ ନଗର ଚାଲିଯାଇଥିଲେ ଏବଂ ସେଠାରେ ରହୁଥିଲେ | ସେ ସେଠାରେ ଏକା ରହୁଥିଲେ |

{"id":286459,"sizeSlug":"large"}

ସୁଶାନ୍ତଙ୍କ ୫ ଭଉଣୀ | ଜଣେ ଭଉଣୀ କୂଅରେ ପଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା | ସେତେବେଳେ ସେ ୧୨ ବର୍ଷ ବୟସର ଥିଲେ | ୫ ଭଉଣୀରେ ସେ ଜଣେ ଭାଇ ଥିଲେ | ଘରେ ସେ ସବୁଠାରୁ ଗେଲ୍ହା ଥିଲେ |

ସୁଶାନ୍ତଙ୍କ ବଡ ଭଉଣୀ ଜଣେ ପୋଲିସ ଅଫିସରଙ୍କୁ ବିବାହ କରିଛନ୍ତି | ସୁଶାନ୍ତଙ୍କ ଭିଣୋଇ ଓପି ସିଂହ ହରିୟାଣା କ୍ୟାଡରର ଆଇପିଏସ ଅଫିସର | ଏଡିଜିପି ଓପି ସିଂହ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିୟୋଜିତ | ୧୯୯୫ ମସିହାରେ ବିହାର ଯମୁଇ ଅନ୍ତର୍ଗତ ନୁମର ଗାଁରେ ସୁଶାନ୍ତଙ୍କ ବଡ ଭଉଣୀଙ୍କ ବାହାଘର ଆଇପିଏସ ଓପି ସିଂହଙ୍କ ସହିତ ହୋଇଥିଲା | ଛୁଟି ସମୟରେ ସୁଶାନ୍ତ ନୁମର ଗାଁକୁ ଯାଆନ୍ତି |

{"id":286460,"sizeSlug":"large"}

 

ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂହଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପରଠାରୁ ତାଙ୍କ ଭଉଣୀ ନିଁତୁ ସିଂହ ତାଙ୍କ ଯତ୍ନ ନେବା ପାଇଁ ମୁମ୍ବାଇରେ ରହୁଥିଲେ | ରବିବାର ଦିନ ଭାଇର ଆତ୍ମହତ୍ୟା ଖବର ଶୁଣି ପ୍ରଥମେ ସେ ହିଁ ସେଠାରେ ପହଞ୍ଚିଥିଲେ |

ସୁଶାନ୍ତ ସିଂହଙ୍କ ଆଉ ଜଣେ ଭଉଣୀ ଶ୍ଵେତା ସିଂହ ବିଦେଶରେ ରୁହନ୍ତି | ଆଉ ଜଣେ ଭଉଣୀ ପ୍ରିୟଙ୍କା ସିଂହ ଭାରତରେ ରୁହନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.