Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଘରର କେଉଁ ସ୍ଥାନରେ ଲଗାଇବେ ତୁଳସୀ ଗଛ , ଜାଣନ୍ତୁ

10/11/2019 at 11:53 AM

ଅଧିକାଂଶ ଲୋକେ ଘରେ ତୁଳସୀ ଗଛ ନିଶ୍ଚୟ ଲଗାଇଥାଆନ୍ତି। ବିଶ୍ବାସ ରହିଛି ଯେ ତୁଳସୀ ଗଛ ଯୋଗୁଁ ଘରେ ସୁଖ-ସମୃଦ୍ଧି ବଢ଼ିଥାଏ। ତୁଳସୀ ବ୍ୟତୀତ ଅନ୍ୟ କିଛି ଗଛ ମଧ୍ୟ ଘରେ ଲଗାଯାଇଥାଏ। ଗଛ କେବଳ ଘରର ଶୋଭା ବଢ଼ାଇନଥାଏ, ବରଂ ଏଗୁଡ଼ିକୁ ଶୁଭ ମଧ୍ୟ କୁହାଯାଇଥାଏ। ଯଦି ଏମାନଙ୍କୁ ଠିକ୍ ଦିଗରେ ଲଗାନଯାଏ ତେବେ ଏହା ଅଶୁଭ ଫଳ ଦେଇଥାଏ। ତେଣୁ ଏହାକୁ ଉପଯୁକ୍ତ ଦିଗରେ ଲଗାଯିବା ଉଚିତ୍। ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ କିଛି ଖାସ୍ କଥା :

  • ତୁଳସୀ ଗଛ ଘରର ଦକ୍ଷିଣ ଭାଗରେ ଲଗାଇବା ଅନୁଚିତ୍, ଘରର ଦକ୍ଷିଣ ଭାଗରେ ଲଗାଯାଇଥିବା ତୁଳସୀ ଗଛ ଲାଭ ପରିବର୍ତେ କ୍ଷତି ପହଞ୍ଚାଇଥାଏ। ତୁଳସୀ ଗଛକୁ ଘରର ଉତ୍ତର ଦିଗରେ ଲଗାଇବା ଉଚିତ୍। ଏହାକୁ ଉପଯୁକ୍ତ ଦିଗ ବୋଲି କୁହାଯାଇଥାଏ। ଯଦି ଉତ୍ତର ଦିଗରେ ତୁଳସୀ ଗଛ ନଲଗାଉଛନ୍ତି ତେବେ ପୂର୍ବ ଦିଗରେ ତୁଳସୀ ଗଛ ଲଗାଇ ପାରିବେ। ପ୍ରତିଦିନ ସକାଳେ ତୁଳସୀ ଗଛରେ ଜଳ ପ୍ରଦାନ କରନ୍ତୁ ଏବଂ ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛରେ ଦୀପ ଜଳାନ୍ତୁ।
  • ବରଗଛ ଏବଂ ପିପ୍ପଳକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି କୁହାଯାଏ, କିନ୍ତୁ ବିଶ୍ବାସ ରହିଛି ଯେ ଏହି ଗଛଗୁଡ଼ିକୁ ଘରେ ନଲଗାଇବା ଉଚିତ୍। ଏହା ଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ,ଏଥିପାଇଁ ଏହାକୁ ସବୁବେଳେ ମନ୍ଦିରରେ ଲଗାଇବା ଉଚିତ୍। ଏହି ଗଛର ଚେର ମାଟି ତଳକୁ ମାଡ଼ିଯାଇଥାଏ, ଏହା ଖୁବ୍ ଶୀଘ୍ର ବ୍ୟାପିଯାଇଥାଏ। ଏହା ଛୋଟ ଘରକୁ ଫଟାଇ ଦେଇଥାଏ। ଏଥିପାଇଁ ଏହାକୁ ଘରର ଆଖପାଖରେ ନଲଗାଇବା​‌ ଉଚିତ୍। ଏହାକୁ ଖୋଲା ସ୍ଥାନରେ ଲଗାଇବା ଉଚିତ୍,ଯାହା ଫଳରେ ଏହା ଭଲ ଭାବେ ବଢ଼ିବ
  • ଉଚ୍ଚ ଗଛକୁ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲଗାଇବା ଉଚିତ୍। ଯେଉଁ ସ୍ଥାନରେ ସୂର୍ଯ୍ୟର କିରଣ ମିଳିପାରୁଥିବ ଏବଂ ଘରେ ଯିବା ଆସିବାରେ କୈାଣସି ଅସୁବିଧା ନ ହେଉଥିଲେ ଗଛ ଲଗାନ୍ତୁ। ଛୋଟ ଗଛକୁ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ୍। ଛୋଟ ଗଛ ଉତ୍ତର-ପୂର୍ବ ଦିଗରେ ଲଗାଇଲେ ଅଶୁଭ ଫଳ ମିଳିଥାଏ।
  • କ୍ଷୀରଯୁକ୍ତ ଗଛ ଘରର ଅଗଣାରେ ଲଗାଇବା ଅନୁଚିତ୍। ଏଗୁଡ଼ିକ ଘରେ ଲଗାଇବା ଫଳରେ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ।

   Related Posts