ବାରବାଟୀରେ ହେବ ବିଗ୍ ଫାଇଟ୍, ଜାଣନ୍ତୁ କ'ଣ ରହିଛି ଉଭୟ ଇଣ୍ଡିଆ ଏବଂ ଇଣ୍ଡିଜ୍ ଟିମ୍‌ର ଷ୍ଟ୍ରାଟେଜି

Published By : Prameya-News7 Bureau | December 22, 2019 IST

କଟକ ୨୨।୧୨:  ବାରବାଟୀରେ ହେବ ବିଗ୍ ଫାଇଟ୍ । ସନଡେରେ ଖେଳାଯାଉଛି ସିରିଜ୍ ଡିସାଇଡର୍ । ପୂର୍ବରୁ ଉଭୟ ଟିମ୍ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ବାରବାଟୀରେ ହେବ ନିର୍ଣ୍ଣାୟକ ଲଢ଼େଇ । ଏଭଳି ସ୍ଥିତିରେ ଉଭୟ ଦଳ ଜିତ୍ ହାସଲ କରିବା ପାଇଁ କେଉଁ ରଣନୀତି ଆପଣାଇବେ ଏବଂ କଣ ରହିବ ଟିମ୍ ଷ୍ଟ୍ରାଟେଜି ଆସନ୍ତୁ ନଜର ପକାଇବା ।

{"id":200887,"sizeSlug":"large"}

ଫ୍ଲଡ୍ ଲାଇଟ୍ ରେ ମୁକାବିଲା । ଏମିତି ସେମିତି ନୁହେଁ, ମହା ମୁକାବିଲା । ଆମନେ ସାମନେ କୋହଲି ଓ ପୋଲାର୍ଡ । ଇଣ୍ଡିଆନ୍ ଟିମ୍ ବନାମ ୱେଷ୍ଟ ଇଣ୍ଡିଆନ ଫାୟାର ପାୱାର । ଟି୨୦ ସିରିଜ ଜିତିବା ପରେ ଏବେ ୱାନଡେ ଫରମାଟକୁ କବ୍ ଜାକୁ ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ତେବେ କଣ ରହିବ ଉଭୟ ଦଳଙ୍କର ମ୍ୟାଚ୍ ପାଇଁ ରଣନୀତି ?

{"id":200888,"sizeSlug":"large"}

ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବ୍ୟାଟିଂ କାରବିଆନ ବୋଲରଙ୍କ ଉପରେ ଭାରି ପଡ଼ିଥିଲା । ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ସହ କେ ଏଲ ରାହୁଲଙ୍କ ଯୋଡି ଜବରଦସ୍ତ ସୁରୱାତ କରିଥିଲେ । ତେଣୁ ବାରବାଟୀରେ ବି ଭଲ ଫାଉଣ୍ଡସେନ୍ ଦାୟିତ୍ବ ଏହି ଦଇ ଜଣଙ୍କ ଉପରେ ଥିବ। ଫାଷ୍ଟ ଡାଉନରେ ବିରାଟ ପୂର୍ବ ଦୁଇଟି ମ୍ୟାଚରେ ପ୍ଲଫ୍ ହୋଇଥିବାରୁ ବାରବାଟୀରେ ଚମକ ଦେଖାଇବେ ବୋଲି ଆଶା କରାଯାଉଛି । ପରେ ମିଡିଲ ଅର୍ଡରରେ ଶ୍ରେୟାସ ଆୟାର, ଋଷଭ ପନ୍ଥ, କେଦାର ଯାଦବ ଓ ଜାଡେଜା ସ୍କୋରକୁ ଆଗକୁ ନେବେ। ପନ୍ଥ ଓ ଆୟାର ପ୍ରଥମ ଦୁଇଟି ମ୍ୟାଚରେ ବେଶ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ତେଣୁ ଆଜିର ମ୍ୟାଚରେ ସେମାନଙ୍କଠାରୁ ମଧ୍ୟ ଭଲ ପ୍ରଦର୍ଶନ ଆଶା କରାଯାଉଛି ।

{"id":200889,"sizeSlug":"large"}

ତେଣୁ ଟିମ୍ ଇଣ୍ଡିଆର ବ୍ୟାଟିଂ ୟୁନିଟିକୁ କେମିତି ରୋକିହେବ ସେନେଇ ଖାସ୍ ରଣନୀତି ସହ ମୈଦାନକୁ ଓହ୍ଲାଇବ ପୋଲାର୍ଡଙ୍କ ଟିମ୍ । ମୋଟାମୋଟି ମିଡିଲ ଏବଂ ଲୋୟର ଅର୍ଡରରେ ପ୍ରେସର କମ୍  କରିବା ପାଇଁ ଟିମ୍  ଇଣ୍ଡିଆକୁ ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିବାକୁ ପଡିବ ।

{"id":200890,"sizeSlug":"large"}

ସେପଟେ ସିରିଜ୍ ରେ ଟିମ୍  ଇଣ୍ଡିଆର ବୋଲିଂ ପ୍ରଦର୍ଶନ ଅପେକ୍ଷାକୃତ ଦୁର୍ବଳ ରହିଛି । ତେବେ କୁଲଦୀପ ଯାଦବ ଗତମ୍ୟାଚରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ସହ ହ୍ୟାଟ୍ରିକ ବି ନେଇଥିଲେ । ତେଣୁ ଶେଷ ୱାନଡେରେ ତାଙ୍କ ଉପରେ ସବୁଠୁ ଅଧିକ ଭରସା କରିବେ କୋହଲି ।ସେହିପରି ରବୀନ୍ଦ୍ର ଜାଡେଜା ଏକ୍ସପେନ୍ ସିଭ୍ ସାବ୍ୟସ୍ତ ହୋଇଥିଲେ ବି ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି । ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଫାଷ୍ଟ ପାୱାରପ୍ଲେରୁ ହିଁ ୱିକେଟ୍ ହାସଲ କରିବାକୁ ପଡ଼ିବ । ନହେଲେ ୱେଷ୍ଟଇଣ୍ଡିଆନ୍ ବ୍ୟାଟସମ୍ୟାନ୍ କିଛି ବି କରିବାର କ୍ଷମତା ରଖନ୍ତି । ସାମିଙ୍କୁ ମଧ୍ୟ ସ୍ଲଗ୍ ଓଭରରେ ପୂର୍ବ ଚମକ ଦେଖାଇବାକୁ ପଡ଼ିବ ।

{"id":200891,"sizeSlug":"large"}

ଫିଲଡିଂରେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ଇଣ୍ଡିଆନ ଫିଲଡର । ଦୁଇଟି ଯାକ ମ୍ୟାଚରେ କ୍ୟାଚ୍  ହାତଛଡ଼ା କାରଣରୁ ଇଣ୍ଡିଆନ୍ ବୋଲରଙ୍କ ବେଶ୍ ଧୁଲାଇ କରିଥିଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ । ତେଣୁ କଟକରେ ଫିଲ୍ଡିଂ ମଧ୍ୟ ସଜାଡ଼ିବାକୁ ପଡ଼ିବ ।

{"id":200892,"sizeSlug":"large"}

ସେପଟେ ଟିମ୍ ୱେଷ୍ଟଇଣ୍ଡିଜ୍ ମଧ୍ୟ ବିଜୟ ପାଇଁ ଖୁବ୍ ଦମ୍‌ଦାର ରଣନୀତି ପ୍ରସ୍ତୁତ କରିଛି । ଭାଇଜାକ୍ ୱାନ୍ ଡେକୁ ଛାଡି କାରବିଆନ୍ ଟିମ୍ ଏବେ କଟକରେ ଛାପ ଛାଡିବାକୁ ଭରପୁର ପ୍ରୟାସ କରିବ ।  ଇଣ୍ଡିଜ୍ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି । ବିଶେଷ କରି ଓପନିଂରେ ସାଇ ହୋପ୍ ଦୁଇଟି ଯାକ ମ୍ୟାଚ୍‌ରେ କମାଲ କରିଛନ୍ତି । ସେହିପରି ସିମରନ୍ ହେଟମେୟାର ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି । ନିକୋଲାସ ପୁରନ ମଧ୍ୟ ଦୁଇଟି ଯାକ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବୋଲରଙ୍କୁ ନିସ୍ତୁକ ଛେଚିଛନ୍ତି । ଏହା ବ୍ୟତୀତ ଏଭିନ୍ ଲୁଇସ୍, କପ୍ତାନ ପୋଲାର୍ଡ ନିଜନିଜ ଦିନରେ ବିଶ୍ବର ଯକୌଣସି ବୋଲିଂ ଲାଇନ୍  ଅପ୍‌କୁ ଧ୍ବସ୍ତ କରିବାର କ୍ଷମତା ରଖନ୍ତି । ଲୋଏର ଅର୍ଡରରେ ଜାସନ ହୋଲଡର ଓ କିମା ପଲ୍ ମଧ୍ୟ ବଡ଼ ସ୍କୋର କରିବାରେ ସକ୍ଷମ ।

{"id":200893,"sizeSlug":"large"}

ସେପଟେ ବୋଲିଂରେ ୱେଷ୍ଟଇଣ୍ଡିଜ୍ ପାଇଁ ମଙ୍ଗ ଧରିବେ ସେଲଡନ୍ କଟ୍ରେଲ । ନିଜର ଅନୋଖା ସେଲିବ୍ରେଟିଂ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହି ଆସିଥିବା କଟ୍ରେଲ ଦ୍ବିତୀୟ ଦିନିକିଆରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ବି ୱିକେଟ୍ ନେଇଛନ୍ତି । ସେହିପରି କିମୋ ପଲ୍, ଆଲଜାରି ଜୋସେଫ ଓ ଜାସନ୍ ହୋଲଡର ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ସ୍ପିନ୍ ଆଟାକ୍ ଦୁର୍ବଳ ଥିବାରୁ ଏହାର ଫଳ କିଛି ମାତ୍ରାରେ ଭୋଗିଛି କାରବିଆନ୍ ଟିମ୍ । ତେଣୁ ବୋଲିଂରେ ମଧ୍ୟ ସୁଧାର ପାଇଁ ପ୍ରୟାସ କରିବେ ଅଧିନାୟକ ପୋଲାର୍ଡ ।

{"id":200894,"sizeSlug":"large"}

ଗତମ୍ୟାଚରେ ରୋହିତ ଶର୍ମାଙ୍କ କ୍ୟାଚ୍ ହାତ ଛଡ଼ା କରିବାର ପରିଣାମ ଭୋଗିଛି ଭିଜିଟିଂ ସାଇଟ୍ । ତେଣୁ କଟକ ମ୍ୟାଚରେ ଫିଲଡିଂ ଟାଇଟ୍ କରିବାକୁ ପଡ଼ିବ ।  ସେପଟେ ବାରବାଟୀରେ ବ୍ୟାଟିଂ ପିଚ୍ ତିଆରି ହୋଇଥିବା କହିଛନ୍ତି କ୍ୟୁରେଟର୍ । ତେଣୁ ବାରବାଟୀରେ ରନ୍ ବର୍ଷା ହେବା ଥୟ । କାକର ମଧ୍ୟ ସେକେଣ୍ଡ ଇଂନିସରେ ବଡ଼ ଫ୍ୟାକ୍ଟର ସାବ୍ୟସ୍ତ ହେବ ।

{"id":200895,"sizeSlug":"large"}

ସିରିଜ୍ ପାଇଁ ଉଭୟ ଦଳ ମଧ୍ୟରେ ସଂଘର୍ଷ ହେବାକୁ ଥିବାରୁ ଜୋସ୍ ଭରା ମ୍ୟାଚ୍ ଦେଖିବାକୁ ପାଇବେ ଷ୍ଟାଡିୟମ୍‌ରେ ଉପସ୍ଥିତ କ୍ରିକେଟ୍ ଫ୍ୟାନ୍ । ଆଉ ଖାସ୍  କରି ଘରୋଇ ଟିମ୍  ଇଣ୍ଡିଆ ଉପରେ ରହିବ ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.