ଦ୍ୱାଦଶ ପାସ୍ ହର୍ଷଦ ମେହତା କେମିତି ଷ୍ଟକ୍ ମାର୍କେଟକୁ ଲଗାଇଥିଲେ ୪ ହଜାର କୋଟିର ଚୁନା ? ଏମିତି ହୋଇଥିଲା ମୃତ୍ୟୁ

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪ : ଶୁକ୍ରବାର ଦିନ ଅଭିଷେକ ବଚ୍ଚନ ଓ ଇଲିୟାନା ଡିକ୍ରୁଜଙ୍କ ଫିଲ୍ମ 'ଦି ବିଗ୍ ବୁଲ୍' ଡିଜ୍ନି ହଟଷ୍ଟାରରେ ରିଲିଜ ହୋଇଛି। ଦି ବିଗ୍ ବୁଲ୍ ୧୯୯୨ ସେୟାର ବଜାର ଦୁର୍ନୀତି ଉପରେ ଆଧାରିତ ଫିଲ୍ମ। ଏହି ଦୁର୍ନୀତି ସାରା ଦେଶକୁ ଦୋହଲାଇ ଦେଇଥିଲା। ଫିଲ୍ମ ଷ୍ଟକ ମାର୍କେଟର ବାଦଶାହ ହର୍ଷଦ ମେହତାଙ୍କ ଉପରେ ଆଧାରିତ ଯିଏ ୧୯୮୦-୯୦ ଦଶକରେ ଷ୍ଟକ ମାର୍କେଟର ଛବି ବଦଳାଇ ଦେଇଥିଲେ। ପରେ ତାଙ୍କୁ ଦୁର୍ନୀତି ମାମଲାରେ ଜେଲ ହୋଇଥିଲା। ହର୍ଷଦ ମେହତା ଦେଶରେ ୪ ହଜାର କୋଟି ଟଙ୍କା ଦୁର୍ନୀତି କରିଥିଲେ।

{"id":435722,"sizeSlug":"large","linkDestination":"none"}

କିଏ ହର୍ଷଦ ମେହତା ?

ହର୍ଷଦ ମେହତା ୧୯୮୦-୯୦ ଦଶକର ଷ୍ଟକ ମାର୍କେଟ ବାଦଶାହ ଥିଲେ। ସେୟାର ହୋଲ୍ଡର ତାଙ୍କୁ ନିଜ ଭାଗ୍ୟର ଚାବିକାଠି ଭାବୁଥିଲେ। ସେ ଯେଉଁ ସେୟାର ଉପରେ ହାତ ରଖି ଦେଉଥିଲେ ତାର ମୂଲ୍ୟ ଆକାଶଛୁଆଁ ହୋଇଯାଉଥିଲା। ଷ୍ଟକ ମାର୍କେଟରୁ ହର୍ଷଦ ମେହତା ରାତାରାତି କୋଟି କୋଟି ଟଙ୍କା ଆୟ କରିଦେଉଥିଲେ। ସେ ୧୯୫୪ ଜୁଲାଇ ୨୯ ତାରିଖରେ ଗୁଜରାଟ ରାଜକୋଟର ଏକ ଛୋଟ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିଲା ଦିନ ମୁମ୍ବାଇ କାନ୍ଦିବଲିରେ ବିତିଛି। ସେ ମୁମ୍ବାଇ ହୋଲି କ୍ରସ ବେରୋନ ବଜାର ସେକଣ୍ଡାରୀ ସ୍କୁଲରେ ପଢିଥିଲେ। ଦ୍ୱାଦଶ ପାସ ପରେ ସେ ଲଜପତ ରାୟ କଲେଜରୁ ବି.କମ କରିବା ପରେ ୮ ବର୍ଷ ଯାଏଁ ଛୋଟମୋଟ ଚାକିରୀ କରୁଥିଲେ।

{"id":435724,"sizeSlug":"large","linkDestination":"none"}

ପ୍ରଥମେ ସେ ନ୍ୟୁ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀରେ ସେଲ୍ସ ପର୍ସନ ଭାବେ ଚାକିରୀ କରିଥିଲେ। ସେତେବେଳେ ଷ୍ଟକ ମାର୍କେଟ ପ୍ରତି ତାଙ୍କ ଇଚ୍ଛା ଜାଗ୍ରତ ହୋଇଥିଲା। ତାପରେ ସେ ଚାକିରୀ ଛାଡି ହରିଜୀବନଦାସଙ୍କ ବ୍ରୋକେଜ୍ ଫର୍ମରେ ଚାକିରୀ କଲେ। ପ୍ରସନ୍ନ ପରିଜୀବନଦାସଙ୍କୁ ସେ ନିଜ ଗୁରୁ ମାନୁଥିଲେ। ତାଙ୍କ ସହ କାମ କରି ସେ ଷ୍ଟକ ମାର୍କେଟ ବିଷୟରେ ଅନେକ କିଛି ଶିଖିଗଲେ | ୧୯୮୪ରେ ସେ ନିଜର ଗ୍ରୋ ମୋର ରିସୋର୍ସ ଆଣ୍ଡ ଆସେଟ ମ୍ୟାନେଜମେଣ୍ଟ ନାମକ କମ୍ପାନୀ ଆରମ୍ଭ କଲେ ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ବ୍ରୋକର ମେମ୍ବରସିପ ନେଲେ। ଏଠାରୁ ଆରମ୍ଭ ହୋଇଥିଲା ଷ୍ଟକ ମାର୍କେଟର ବାଦଶାହଙ୍କ ଯାତ୍ରା। ପରେ ତାଙ୍କୁ ଷ୍ଟକ ମାର୍କେଟର ଅମିତାଭ ବଚ୍ଚନ ଓ ରେଜିଙ୍ଗ ବୁଲ କୁହାଗଲା।

{"id":435721,"sizeSlug":"large","linkDestination":"none"}

୧୯୯୦ ଦଶକରେ ହର୍ଷଦ ମେହତାଙ୍କ କମ୍ପାନୀ ବଡ ବଡ ଇନଭେଷ୍ଟ କଲା। କିନ୍ତୁ ଯେଉଁଥିପାଇଁ ହର୍ଷଦ ମେହତାଙ୍କ ନା ଷ୍ଟକ ମାର୍କେଟରେ ଛାଇଥିଲା ଅର୍ଥାତ ACC ସିମେଣ୍ଟ କମ୍ପାନୀରେ ଟଙ୍କା ଲଗାଇବା ଆରମ୍ଭ କଲା। ହର୍ଷଦ ମେହତା ACC ରେ ଟଙ୍କା ଲଗାଇବା ପରେ ଏସିସିର ଭାଗ୍ୟ ବଦଳିଗଲା। ଏସିସିର ଯେଉଁ ସେୟାର ୨୦୦ ଟଙ୍କାର ଥିଲା ତାର ମୂଲ୍ୟ କିଛି ସମୟରେ ୯ ହଜାର ହୋଇଗଲା। ହର୍ଷଦ ମେହତାଙ୍କ ନାଁ ବଡ ବଡ ଖବରକାଗଜ, ମ୍ୟାଗେଜିନ କଭର ପେଜରେ ଦେଖିବାକୁ ମିଳିଲା। ପ୍ରଶ୍ନ ଉଠିଲା ହର୍ଷଦ ମେହତା ଏତେ ଟଙ୍କା ଆଣୁଛନ୍ତି କେଉଁଠୁ ?

{"id":435727,"sizeSlug":"large","linkDestination":"none"}

ହର୍ଷଦ ମେହତା ବ୍ୟାଙ୍କରୁ ୧୫ ଦିନିଆ ଋଣ କରୁଥିଲା ଓ ତାକୁ ଷ୍ଟକ ମାର୍କେଟରେ ଲଗାଉଥିଲେ। ୧୫ ଦିନ ଭିତରେ ବ୍ୟାଙ୍କକୁ ଟଙ୍କା ଫେରାଇ ଦେଉଥିଲେ। କେହି ବି ୧୫ ଦିନ ପାଇଁ ଋଣ ଦିଅନ୍ତିନି। କିନ୍ତୁ ହର୍ଷଦ ମେହତା ଗୋଟିଏ ବ୍ୟାଙ୍କରୁ ଫେକ BR କରିଦେଉଥିଲେ ଯେଉଁଥିପାଇଁ ତାଙ୍କୁ ଅନ୍ୟ ବ୍ୟାଙ୍କରୁ ମଧ୍ୟ ସହଜରେ ଋଣ ମିଳିଯାଉଥିଲା। କିନ୍ତୁ ମାମଲା ଖୁଲାସା ହେବାପରେ ସବୁ ବ୍ୟାଙ୍କ ନିଜ ଟଙ୍କା ଫେରାଇବାକୁ ଆରମ୍ଭ କରିଥିଲେ। ଖୁଲାସା ପରେ ହର୍ଷଦ ମେହତାଙ୍କ ଉପରେ ୭୨ ଅପରାଧିକ ଚାର୍ଜ ଲାଗିଲା ଓ ସିଭିଲ କେଶ ଫାଇଲ ହୋଇଥିଲା। ତାଙ୍କ ଉପରେ ଅନେକ ମାମଲା ଚାଲିଥିଲା। ୨୦୦୧ ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଥାନେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.