Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏହି ସବୁ ସ୍ବପ୍ନ ଦେଖିଲେ ହୋଇଥାଏ ଅତ୍ୟନ୍ତ ଶୁଭ : ପଢ଼ନ୍ତୁ ପୂରା ଖବର

7/09/2019 at 3:18 PM

ସ୍ବପ୍ନ ଦେଖିବା ତ ଅତି ସାଧାରଣ କଥା। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ବପ୍ନ ଦେଖିବାର ଖାସ୍ ବିଶେଷତ୍ବ ରହିଛି। ଯେଉଁ ସ୍ବପ୍ନଗୁଡ଼ିକ ଆମେ ଖୋଲା ଆଖିରେ ଦେଖିଥାଉ ସେଗୁଡ଼ିକ ପୂରା କରିବା ଆମ ପାଇଁ ସମ୍ଭବପର ହୋଇଥାଏ। କିନ୍ତୁ ଯେଉଁ ସ୍ବପ୍ନ ଆମେ ଶୋଇଥିବାବେଳେ ଦେଖିଥାଉ ସେଗୁଡ଼ିକର ନିୟନ୍ତ୍ରଣ ଆମ ହାତରେ ନଥାଏ। ଆଜି ସେହି ସ୍ବପ୍ନଗୁଡ଼ିକର ଅର୍ଥ ଆମେ ଜାଣିବା

ସ୍ବପ୍ନରେ ଯଦି ଆମେ ନିଜର ମୃତ୍ୟୁ କିମ୍ବା ଆମର କୌଣସି ଆତ୍ମୀୟ ଲୋକଙ୍କ ମୃତ୍ୟୁ ଦେଖିଥାଉ ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଏହାର ସମ୍ପର୍କ ଆୟୁ ସହିତ ରହିଥାଏ। କୁହାଯାଉଛି ଯେ ଯେଉଁ ବ୍ୟକ୍ତିମାନେ ସ୍ବପ୍ନରେ ନିଜ ଆତ୍ମୀୟଙ୍କ ମୃତ୍ୟୁ ଦେଖିଥାଆନ୍ତି ସେମାନଙ୍କର ଆୟୁ ବଢ଼ିଥାଏ।

ଯଦି ଆପଣ ସ୍ବପ୍ନରେ ଫୁଲ ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ନୂଆ ଏବଂ ଭଲ ହେବାର ସମ୍ଭାବନା ରହିଛି। ବାକି ରହିଥିବା କାମନା ପୂର୍ଣ୍ଣ ହୋଇଥାଏ।

ସ୍ବପ୍ନରେ ସାପ ଦେଖିଲେ ଧନ ଦୌଲତ ବୃଦ୍ଧି ହୋଇଥାଏ। ଏହା ସହିତ ସରକାରୀ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଥାଏ।

ସ୍ବପ୍ନରେ ନିଜକୁ ଶ୍ବଶାନରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ, ଏହା ଆପଣଙ୍କର ଉଚ୍ଚ ପ୍ରତିଷ୍ଠାର ପ୍ରତୀକ ହୋଇଥାଏ। ଆପଣଙ୍କୁ ଜୀବନରେ ମାନ ସମ୍ମାନ ମିଳିପାରେ। ଆପଣ ଯଦି ନିଜକୁ ଦରିଦ୍ର ରୂପରେ ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଉପରେ ଧନ ବର୍ଷା ହୋଇପାରେ।

   Related Posts