Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋନିଆ ଗାନ୍ଧିଙ୍କ ନାତୁଣୀଙ୍କ ସମ୍ପର୍କରେ ଏକଥା ବୋଧ ହୁଏ ଜାଣିଥିବେ ଆପଣ

ପୂର୍ବତନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାତୁଣୀ ହେଉଛନ୍ତି ମିରାୟା ଓ୍ବାଡ୍ରା । ମିରାୟା ସୋନିଆଙ୍କ ଏକମାତ୍ର କନ୍ୟା ପ୍ରିୟଙ୍କା ଓ ଜ୍ବାଁଇ ରବର୍ଟଙ୍କ ଏକମାତ୍ର ଝିଅ । ତେବେ ତାଙ୍କ ଲାଳନପାଳନ ଓ ଶିକ୍ଷା ପାଇଁ ଏତେ ସତର୍କତା ଅବଲମ୍ବନ କରାଯାଇଥିଲା ଯେ ସେ କେଉଁ ସ୍କୁଲରେ ପଢୁଥିଲେ  ତାହା ସୋନିଆଙ୍କ ପରିବାର ବ୍ୟତୀତ ଅନ୍ୟ କେହି ଜାଣିନଥିଲେ। ଏପରିକି ମିରାୟା କିଏ ତାହା ତାଙ୍କ ଶିକ୍ଷକ ଶିକ୍ଷୟତ୍ରୀ ତ ଦୂରର କଥା ସହପାଠୀ ମଧ୍ୟ ଜାଣି ନଥିଲେ।

ଏଥିପାଇଁ ସୋନିଆଙ୍କ ପରିବାରର ସୁରକ୍ଷା ଦାୟିତ୍ବ ନେଇଥିବା ଏସପିଜି ଏପରି ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରିଥିଲା। ଏଥିପାଇଁ ମିରାୟାଙ୍କୁ ଏସପିଜି ସ୍ବତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିଥିଲା। ଯେପରି ସେ କାହା ଝିଅ, କାହାର ସମ୍ପର୍କିୟ କେହି ଜାଣି ନ ପାରନ୍ତି ସେଥିପାଇଁ ସ୍ବତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଥିଲା। ଏହି ସତର୍କତା ମଧ୍ୟରେ ମିରାୟା ତାଙ୍କର ବାଲ୍ୟଶିକ୍ଷା ସହ ପ୍ରାଥମିକ ଓ ପରବର୍ତ୍ତି ଶିକ୍ଷା ସମାପ୍ତ କରିଥିଲେ।

ମିରାୟା ନ୍ୟାସନାଲ ବାସ୍କେଟବଲ ଟିମର ମଧ୍ୟ ସଦସ୍ୟା ଥିଲେ। ସେ ହରିୟାଣା ପକ୍ଷରୁ ଖେଳି ଟିମକୁ ବିଜୟୀ ମଧ୍ୟ କରିଥିଲେ। ସେତେବେଳେ ବି ମିରାୟା କିଏ ତାହା କେହି ଜାଣି ନଥିଲେ। ତେବେ ୨୦୧୬ ମସିହାରେ ଇଣ୍ଡିଆ ଗେଟ୍ ରେ ଅନୁଷ୍ଠିତ ଏକ କ୍ୟାଣ଼୍ଡଲ ଶୋଭାଯାତ୍ରାରେ ମିରାୟାଙ୍କୁ ପ୍ରଥମ ଥର ତାଙ୍କ ମାଆଙ୍କ ପାଖାପାଖି ଦେଖାଯାଇଥିଲା। ପ୍ରୟଙ୍କା ଗାନ୍ଧି ଏହି ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ସେଥିରେ ମିରାୟା ଅଂଶଗ୍ରହଣ କରିଥିଲେ ଓ ମାଙ୍କ ସହ ଲାଗିକରି ଚାଲୁଥିଲେ। ଏହି ଠାରେହିଁ ପ୍ରଥମ ଥର ମିରାୟାଙ୍କ ପରିଚୟ ମିଳିଥିଲା। ତା ପରେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ମାମୁଁ ରାହୁଲ. ଆଈ ସୋନିଆ ଓ ପିତାମାତାଙ୍କ ସହ ଦେଖାଯାଇଛି ।

254 Views

   ସମ୍ବନ୍ଧିତ ଖବର