ଭାରତର ପ୍ରଥମ ଘରୋଇ ଟ୍ରେନ୍ ତେଜସର ମାଲିକ କିଏ ଜାଣିଛନ୍ତି କି? ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | October 09, 2019 IST

ନୂଆଦିଲ୍ଲୀ ୯/୧୦: ଭାରତର ପ୍ରଥମ କର୍ପୋରେଟ୍ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ଏବେ ଚଳାଚଳ ଆରମ୍ଭ ହୋଇଗଲାଣି। ଏଥିରେ ବିଳମ୍ବ ଘଟିଲେ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି। ଗତ ଶୁକ୍ରବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଟ୍ରେନକୁ ସବୁଜ ସଙ୍କେତ ଦେଖାଇ ଚାଲୁ କରିଥିଲେ। ତେଜସ୍ ଟ୍ରେନ୍ ବିଳମ୍ଭ ହେଲେ ଯାତ୍ରୀଙ୍କୁ ୨୫୦ଟଙ୍କାର କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଇଛି।

{"id":167760}
wp:list
  • ଏହି ଟ୍ରେନକୁ ଟିକଟ ବିକ୍ରି କରିବା ପାଇଁ ଏବଂ କ୍ୟାଟରିଙ୍ଗ ସିଷ୍ଟମକୁ ଆଇଆରସିଟିସିକୁ ଭଡ଼ାରେ ଦିଆଯାଇଛି।
  • ଏହି ଟ୍ରେନ୍ ଭାରତୀୟ ରେଲଓ୍ବେ ଟ୍ରାକ୍ ଉପରେ ଚାଲୁଛି।
  • ଏହି ଟ୍ରେନକୁ ଭାରତୀୟ ରେଲଓ୍ବେର ଲୋକୋ ପାଇଲଟ ଏବଂ ଗାର୍ଡ଼ ଚଲାଉଛନ୍ତି।
  • ଟ୍ରେନର କଣ୍ଟୋଲିଙ୍ଗ୍ ପୂରାପୂରି ଭାରତୀୟ ରେଲଓ୍ବେର ସେକ୍ସନ୍ କଣ୍ଟୋଲର ଏବଂ ଷ୍ଟେସନ ମାଷ୍ଟରଙ୍କ ଦାୟିତ୍ବରେ ରହିଛି।
  • ଟ୍ରେନର ସୁରକ୍ଷା ଭାରତୀୟ ରେଲଓ୍ବେର ଆର.ପି.ଏଫ ଷ୍ଟାଫ କରିବେ।
  • ଟ୍ରେନ୍ ଭାରତୀୟ ରେଲଓ୍ବେ ଷ୍ଟେସନ ଦେଇ ଅତିକ୍ରମ କରିବ ଏବଂ ସେହି ଷ୍ଟେସନର ପ୍ଲାଟଫର୍ମରେ ରହିବ।
/wp:list {"id":167761}

ଭାରତୀୟ ରେଲଓ୍ବେ ଏବଂ ଆଇଆରସିଟିସି ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ କରାଯାଇଛି। ଏଥିରେ ବିଭିନ୍ନ ଶର୍ତ୍ତ ରହିଛି। ଆଇଆରସିଟିସି ରେଲଓ୍ବେକୁ ଏକ ସ୍ଥିରୀକୃତ ଶୁଳ୍କ ଦେବ।

{"id":167762}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.