Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବକଙ୍କୁ ପିଟିପିଟି ମାରିଦେଲେ ! ଥାନାଠୁ ୨୦୦ ମିଟର ଦୂରରେ ପଡିଛି ମୃତଦେହ
  • ||
  • ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏଁ ପାଠ ପଢିବେ ଛାତ୍ରଛାତ୍ରୀ
  • ||
  • ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ, ରାଜସ୍ଥାନର ବିଳାସପୂର୍ଣ୍ଣ ହୋଟେଲରେ ପଡିବ ହାତଗଣ୍ଠି
  • ||
  • କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
  • ||
  • କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ, ଗାଡିରୁ ଡେଇଁ ପଡିଲେ ରୋଗୀଙ୍କ ମାଆ
  • ||

ମୃତ୍ୟୁ କାହିଁକି ହୋଇଥାଏ ଏବଂ ମୃତ୍ୟୁ କାହାକୁ କଷ୍ଟ ଦେଇନଥାଏ : ଜାଣନ୍ତୁ ଯମରାଜଙ୍କୁ ପଚାରିଥିବା ନଚିକେତଙ୍କ କିଛି ପ୍ରଶ୍ନର ଉତ୍ତର

25/05/2019 at 1:55 PM

ନଚିକେତ ଏବଂ ଯମରାଜଙ୍କ ସମ୍ବାଦକୁ ନେଇ ଅନେକ କାହାଣୀ ପ୍ରଚଳିତ ହୋଇଛି । ଥରେ ଜଣେ ବାଳକ ସଶରୀର ଯମରାଜଙ୍କ ନିକଟରେ ପହଁଚିଲେ । ସେ ଯମରାଜଙ୍କ ଠାରୁ ମୃତ୍ୟୁ ସହ ଜଡିତ କିଛି ରହସ୍ୟ ଜାଣିବାକୁ ପାଇଥିଲେ । ପ୍ରଥମଥର ପାଇଁ କୌଣସି ପ୍ରାଣୀ ଯମରାଜଙ୍କୁ ମୃତ୍ୟୁ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ । ସେ ପଚାରିଥିଲେ ଯେ ମୃତ୍ୟୁ କାହିଁକି ହୋଇଥାଏ । ମୃତ୍ୟୁ ପରେ ମନୁଷ୍ୟ କେଉଁଠିକି ଯାଏ ଏବଂ ମୃତ୍ୟୁ କଣ । ଏହି କାହାଣୀ କଠୋପନିଷଦର । ଏହା ନଚିକେତ ଏବଂ ଯମରାଜଙ୍କ ସମ୍ବାଦର ଏକ ଗ୍ରନ୍ଥ । ବାଜଶ୍ରବା ଋଷିଙ୍କ ସନ୍ତାନ ଥିଲେ ନଚିକେତ । ବାଜଶ୍ରବା ଥରେ ଯଜ୍ଞ ଆୟୋଜନ କରିଥିଲେ । ଯଜ୍ଞ ସମାପ୍ତ ହେବାପରେ ସେ ବ୍ରାହ୍ମଣ ଏବଂ ଗରିବଙ୍କୁ ଦାନ କରିଥିଲେ ।

ନଚିକେତ ବାଜଶ୍ରବାଙ୍କୁ ପଚାରିଥିଲେ ଯେ, ସେ ଦାନ କାହିଁକି କରୁଛନ୍ତି ? ସେ କହିଥିଲେ ଯେ, ସେ ସଂକଳ୍ପ ନେଇଥିଲେ ଯେ ନିଜ ସ୍ୱାମିତ୍ୱର ସମସ୍ତ ଜିନିଷ ସେ ଦାନ କରିଦେବେ । ଏଥିରେ ନଚିକେତ ପୁଣି ପ୍ରଶ୍ନ କରିଥିଲେ ଯେ, ତାଙ୍କ ଉପରେ ମଧ୍ୟ ବାଜଶ୍ରବାଙ୍କର ସ୍ୱାମିତ୍ୱ ଅଛି । କଣ ଆପଣ ମୋତେ ବି ଦାନ କରିଦେବେ ? ଏଥିରେ ବାଜଶ୍ରବା କିଛି ଉତ୍ତର ଦେଇନଥିଲେ । ନଚିକେତ ବାରମ୍ବାର ସେହି ପ୍ରଶ୍ନକୁ ଦୋହରାଉଥିଲେ । ଏଥିରେ ରାଗିଯାଇ ବାଜଶ୍ରବା କହିଥିଲେ ମୁଁ ତୁମକୁ ଯମରାଜଙ୍କୁ ଦାନ କରିଦେବି । ନଚିକେତ ନିଜ ପିତାଙ୍କ ଆଜ୍ଞା ପାଳନ କରି ଯମଲୋକ ଆଡକୁ ଗଲେ । ତାଙ୍କ ଆୟୁଷ ପୁରା ହୋଇନଥିଲା । ସେଥିପାଇଁ ଯମ ତାଙ୍କ ଆଡକୁ ଧ୍ୟାନ ଦେଇନଥିଲେ । ନଚିକେତ ୩ ଦିନ ଯାଏଁ ଭୋକ ଉପାସରେ ରହିଲେ । ଏହାପରେ ଯମରାଜ ନଚିକେତଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ଯମ କହିଥିଲେ ଯେ, ତୁମେ ମୋ ପାଇଁ ୩ ଦିନ ପର୍ଯ୍ୟନ୍ତ ଭୋକ ଉପାସରେ ରହିଲା । ମୁଁ ତୁମକୁ ୩ଟି ବର ଦେବି । ତୁମେ ଯାହା ଇଚ୍ଛା ମାଗିପାର ।

ନଚିକେତ କହିଥିଲେ ଯେ, “ଯେତେବେଳେ ସେ ପୁଣି ଫେରିଯିବେ ସେତେବେଳେ ମୋ ପିତାଙ୍କ ରାଗ ଶାନ୍ତ ହୋଇଯାଇଥାଉ । ଆପଣ ମୋତେ ଅଗ୍ନି ବିଦ୍ୟାର ଜ୍ଞାନ ଦିଅନ୍ତୁ । ଏହାଦ୍ୱାରା ମୁଁ ଲୋକଙ୍କୁ ପାଇଁ କିଛି ଭଲ କାମ କରିପାରିବି । ତୃତୀୟ ବର ହେଲା ଆପଣ ମୋତେ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ । ସେ ପଚାରିଥିଲେ ଆପଣ ମୋତେ ମୃତ୍ୟୁ ସହ ଜଡିତ ରହସ୍ୟ ସମ୍ପର୍କରେ କୁହନ୍ତୁ ।” ଯମରାଜ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ମନା କରିଦେଇଥିଲେ । କିନ୍ତୁ ନଚିକେତ ଜିଦ୍ କରିଥିଲେ । ଯାହାଫଳରେ ଯମରାଜଙ୍କୁ ନଚିକେତଙ୍କ କଥା ମାନିବାକୁ ପଡିଥିଲା ।

ଯମରାଜ କହିଥିଲେ ଯେ, ଜଣକର ମୃତ୍ୟୁ କାହିଁକି ହୁଏ ତାହା ବୁଝାଇବା ବହୁତ କଷ୍ଟ । ମୃତ୍ୟୁ କର୍ମଫଳର ପରିଣାମ । ଏହା ମଧ୍ୟ ଭାଗ୍ୟର ଲେଖା । ଯିଏ ସଂସାରରେ ଜନ୍ମ ହୋଇଥାଏ, ତାକୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସଂସାରରେ ରହିବାକୁ ପଡିଥାଏ । ସମୟ ପୁରା ହେବାପରେ ତାକୁ କୌଣସି ନ କୌଣସି ଉପାୟରେ ସଂସାର ଛାଡିବାକୁ ପଡିଥାଏ ।

ଏହାପରେ ନଚିକେତ ପୁଣି ପ୍ରଶ୍ନ କରିଥିଲେ ଯେ, ମୃତ୍ୟୁ କେଉଁ ମାନଙ୍କୁ କଷ୍ଟ ଦେଇନଥାଏ ? ଯମରାଜ କହିଥିଲେ ଯେ, ଯେଉଁମାନେ ପାପ କରିନଥାନ୍ତି ସେମାନଙ୍କୁ ମୃତ୍ୟୁ କଷ୍ଟ ଦେଇନଥାଏ ।

   Related Posts