Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

୧୦୦୦ବର୍ଷ ପରେ ସୂର୍ଯ୍ୟ ପରାଗର ଦୁର୍ଲଭ ସଂଯୋଗ : ଏହି ଉପାୟରେ ପାଇବେ ଲାଭ

18/06/2020 at 3:18 PM

ଜୁନ୍ ୨୧ତାରିଖରେ ୨୦୨୦ର ସବୁଠୁ ଲମ୍ବା ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ଏହି ପରାଗର ଅବଧି ୫ଘଣ୍ଟା ୪୮ମିନିଟ୍। ୧୦୦୦ବର୍ଷ ପରେ ଏପରି ପରାଗ ଦେଖିବାକୁ ମିଳିବ ଯେଉଁଥିରେ ରାହୁ ଏବଂ କେତୁ ଗୋଟିଏ ପଂକ୍ତିରେ ଅଛନ୍ତି। ରାହୁ ସହ ବୁଧ ଏବଂ ସୂର୍ଯ୍ୟ ଅଛନ୍ତି ଏବଂ ରାହୁ,ସୂର୍ଯ୍ୟଙ୍କୁ ପରାଗ ଲଗାଉଛି। ଏହି ମହା ପରାଗ କାଳସର୍ପ ଯୋଗରେ ଲାଗୁଛି। ରବିବାର ଲାଗୁଥିବା ଏହି ପରାଗ ସକାଳ ୯ଟା ୧୫ମିନିଟରେ ଲାଗିବ ଏବଂ ଏହାର ସୂତକ ୧୫ଘଣ୍ଟା ପୂର୍ବରୁ ଜୁନ୍ ୨୦ତାରିଖ ରାତି ୯ଟା ବାଜି ୧୫ମିନିଟରୁ ଆରମ୍ଭ ହୋଇଯିବ।

ଆସନ୍ତୁ ଜାଣିବା ଏହି ପରାଗର ମହତ୍ତ୍ବ ବିଷୟରେ ଏବଂ କେଉଁ ଉପାୟରେ ଏହି ସୂର୍ଯ୍ୟ ପରାଗର ଲାଭ ଉଠାଯାଇପାରିବ।

ସୂର୍ଯ୍ୟ ପରାଗର ପ୍ରଭାବ : ଏହି ସୂର୍ଯ୍ୟ ପରାଗ ରବିବାର ଦିନ ମୃଗଶିରା ନକ୍ଷତ୍ର ଏବଂ ରାହୁର ଆଦ୍ରା ନକ୍ଷତ୍ରରେ ଲାଗୁଛି। ଏହି ନକ୍ଷତ୍ରରେ ପଡ଼ୁଥିବା ପରାଗ ଅତ୍ୟନ୍ତ ଖରାପ ହୋଇଥାଏ। ଏହି ପରାଗ ଯୋଗୁଁ ବିଶ୍ବରେ ଅତ୍ୟନ୍ତ ପରିବର୍ତ୍ତନ ଆସିବ। ପ୍ରାକୃତିକ ବିପର୍ଯ୍ୟୟ ଆସିବା ସହ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହେବ। ଏହି ପରାଗକୁ ଚୂଡ଼ାମଣି ନାଁ ମଧ୍ୟ ଦିଆଯାଇଛି ଏବଂ ଏହା ଏକ ହୀରା ମୁଦି ଭଳି ଦେଖାଯିବ।

ଏହି ସୂର୍ଯ୍ୟ ପରାଗ ମିଥୁନ ରାଶିରେ ରାହୁ ଲଗାଉଛି। ଏହା ସହ ବୁଧ ମଧ୍ୟ ରହିଛି। ଏହା ବ୍ୟତୀତ ମଙ୍ଗଳର ଦୃଷ୍ଟି ମଧ୍ୟ ସୂର୍ଯ୍ୟଙ୍କ ଉପରେ ରହିଛି। ଏହି ଗ୍ରହ ଯୋଗୁଁ ଜଳଜନିତ ହେଉଥିବା ରୋଗ ବଢ଼ିପାରେ ଏବଂ ଭାଇରସ୍ ପୂର୍ବଠୁ ଅଧିକ ସକ୍ରିୟ ହୋଇଥାଏ। ଏଥିପାଇଁ ଆପଣଙ୍କୁ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।

ସୂର୍ଯ୍ୟ ପରାଗ ଦେଖିବା ଅଶୁଭ କି?

ସୂର୍ଯ୍ୟ ପରାଗ ଦେଖିବା ଶୁଭ କିମ୍ବା ଅଶୁଭ ହୋଇନଥାଏ। ବରଂ ସୁରକ୍ଷା ଦୃଷ୍ଟିରୁ ଏହାକୁ ଖାଲି ଆଖିରେ ଦେଖିବାକୁ ମନା କରାଯାଇଥାଏ। ସୂର୍ଯ୍ୟ ପରାଗକୁ ସିଧା ଦେଖିବା ଦ୍ବାରା ଆପଣଙ୍କ ଆଖି ଖରାପ ହୋଇପାରେ। ରଙ୍ଗୀନ କାଚ କିମ୍ବା ଚଷମା ଲଗାଇ ପରାଗକୁ ଦେଖା ଯାଇପାରିବ।

ଏହି ଉପାୟରେ ମିଳିବ ପରାଗରୁ ଲାଭ : ସକାଳେ ଉଠି ସ୍ନାନ କରିବା ପରେ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ପରାଗ ଆରମ୍ଭ ହେବା ପୂର୍ବରୁ ତମ୍ବା ଲୋଟାରେ ଅଳ୍ପ କ୍ଷୀର,ଗୁଡ଼ ଏବଂ ଗଙ୍ଗାଜଳ ଦେଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ।

ତୁଳସୀ ଗଛରେ ଜଳ ଚଢ଼ାନ୍ତୁ ଏବଂ ପାଣିରେ ତୁଳସୀ ପକାଇ ପିଅନ୍ତୁ। ପରାଗ କାଳରେ କେବଳ ଛୋଟ ପିଲା,ଗର୍ଭବତୀ ମହିଳା ଏବଂ ବୟସ୍କମାନେ ଭୋଜନ କରି ପାରିବେ। ବାକି ଲୋକ ଫଳ ରସରେ ତୁଳସୀ ପତ୍ର ପକାଇ ପିଇ ପାରିବେ।

ଥରେ ସକା​ଳେ ସ୍ନାନ କରନ୍ତୁ ଏବଂ ଗ୍ରହଣ ଶେଷ ହେବା ପରେ ସ୍ନାନ କରନ୍ତୁ। ଗୁଡ଼,ଲାଲ ବସ୍ତ୍ର ଏବଂ ନଡ଼ିଆ ଦାନ କରିବା ଦ୍ବାରା ସୂର୍ଯ୍ୟ ପରାଗର ଖରାପ ପ୍ରଭାବ ପଡ଼ିବ ନାହିଁ।

   Related Posts