ଅଷ୍ଟମ ଯାଏଁ ପଢ଼ିଛନ୍ତି ସପନା: ବାପାଙ୍କ ଦେହାନ୍ତ ପରେ ଘର ଚଳାଇବାକୁ ୧୨ ବର୍ଷ ବୟସରୁ ଆରମ୍ଭ କରିଥିଲେ ଡ୍ୟାନ୍ସ

Published By : Prameya-News7 Bureau | June 07, 2021 IST


ମୁମ୍ବାଇ ୦୭/୦୬ : ହରିୟାଣାର ଗାୟିକା ସପନା ଚୌଧୁରୀ ନିଜ ଦକ୍ଷତା ବଳରେ ସଫଳତା ହାସଲ କରିଛନ୍ତି । ସେ ଯେଉଁ ସଫଳତା ହାସଲ କରିଛନ୍ତି ଅନେକ ଲୋକଙ୍କ ପାଇଁ ତାହା ସ୍ବପ୍ନ । ସପନା ଚୌଧୁରୀ ମନୋରଞ୍ଜନ ଜଗତରେ ନିଜ ଡ୍ୟାନ୍ସରେ ଜଲବା ଦେଖାଇ ଖୁବ ଲୋକପ୍ରିୟ ହୋଇଛନ୍ତି ।

{"id":462835,"sizeSlug":"large","linkDestination":"none"}

ସପନା ଆଜି ଯେଉଁଠି ପହଞ୍ଚିଛନ୍ତି ସେଠାରେ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ତାଙ୍କ ସଂଘର୍ଷ ପିଲାଦିନୁ ହିଁ ଆରମ୍ଭ ହୋଇଯାଇଥିଲା । ସପନା ଦିଲ୍ଲୀ ନିକଟସ୍ଥ ମହିପାଲପୁରରେ ଜନ୍ମ ହୋଇଥିଲେ । ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲା ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କ ଦେହାନ୍ତ ପରେ ଘର ଚଳାଇବା ମୁସ୍କିଲ ହୋଇଯାଇଥିଲା । ୧୨ ବର୍ଷ ବୟସରୁ ସପନା ଛୋଟ ଛୋଟ କାର୍ଯ୍ୟକ୍ରମରେ ନାଚିବା ଆରମ୍ଭ କରିଥିଲେ । ସେଥିରୁ ସେ ଯାହା ପାଉଥିଲେ ସେଥିରେ ଘର ଚଳୁଥିଲା । ଏଥିପାଇଁ ସେ ପାଠ ବି ପଢି ପାରିଲେନି । ସପନା ମାତ୍ର ଅଷ୍ଟମ ଯାଏଁ ପଢ଼ିଛନ୍ତି ।

{"id":462847,"sizeSlug":"large","linkDestination":"none"}

ଧୀରେ ଧୀରେ ସେ ଡ୍ୟାନ୍ସ କରିବାକୁ ଷ୍ଟେଜ ଶୋ' କରିବା ଆରମ୍ଭ କଲେ । ଆଲ୍‌ବମ୍‌ରେ ସଲିଡ଼ ବଡିରୁ ତାଙ୍କୁ ପ୍ରଥମ ବଡ ବ୍ରେକ ମିଳିଥିଲା । ଏଠାରୁ ତାଙ୍କର ସଫଳତାର କାହାଣୀ ଆରମ୍ଭ ହେଲା । ତାପରେ ସେ କେବେ ପଛକୁ ବୁଲି ଚାହିଁ ନାହାନ୍ତି ।

{"id":462844,"sizeSlug":"large","linkDestination":"none"}

ଏବେ ସପନା ଗୋଟିଏ ଡାନ୍ସ ପରଫରମାନ୍ସ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବି କରନ୍ତି । ତାଙ୍କ ପାଖରେ ଫର୍ଚୁନର ସମେତ ଅନେକ ଗାଡି ଅଛି । ତାଙ୍କ ପାଖରେ ଦିଲ୍ଲୀ ନଜଫଗଡ ଅଞ୍ଚଳରେ କୋଟିଏ ଟଙ୍କାର ବଙ୍ଗଳା ଅଛି ଯେଉଁଠି ସେ ରୁହନ୍ତି ।

{"id":462845,"sizeSlug":"large","linkDestination":"none"}

ସପନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ସସପେନ୍ସ ରଖିଥାନ୍ତି । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖୋଲିକି କଥା ହୁଅନ୍ତିନି । ୨୦୨୦ ରେ ଅଚାନକ ବିବାହ କରିଥିଲେ । ତାଙ୍କ ବିବାହ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । ସେ ହରିୟାଣାର ଗାୟକ ବୀର ସାହୁଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟିଏ ପୁଅ ବି ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.