Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶନିଦେବଙ୍କର ଅତିପ୍ରିୟ ଏହି ଫୁଲ, ଅର୍ପଣ କରିବା ଦ୍ୱାରା ପଡିନଥାଏ ଖରାପ ପ୍ରଭାବ

21/05/2021 at 8:10 PM

ନୂଆଦିଲ୍ଲୀ ୨୧/୦୫: ଶନିବାର ଦିନ ନ୍ୟାୟର ଦେବତା ଶନିଦେବଙ୍କୁ ସମର୍ପିତ । ଶନିଦେବ ପ୍ରତ୍ୟେକଙ୍କୁ ତାଙ୍କର ଭଲ ଏବଂ ଖରାପ କର୍ମର ଫଳ ପ୍ରଦାନ କରିଥାନ୍ତି । କୁହାଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଥରେ ନା ଥରେ ଶନି ଦଶାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଯେଉଁ ଲୋକଙ୍କ ଉପରେ ଶନିଦେବଙ୍କ କୋପ ଦୃଷ୍ଟି ପଡିଥାଏ ସେମାନେ ଶନିବାର ଦିନ କିଛି ବିଶେଷ ଉପାୟ କରି ତାଙ୍କୁ ସନ୍ତୁଷ୍ଟ କରିପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ…

PunjabKesari

ଅରଖ ଫୁଲ ଚଢାନ୍ତୁ:

ଶନିଦେବଙ୍କର ଅରଖ ଫୁଲ ଅତି ପ୍ରିୟ । ସେଥିଲାଗି ତାଙ୍କର କୃପା ପାଇବା ପାଇଁ ଶନିବାର ଦିନ ତାଙ୍କୁ ସୋରିଷ ତେଲ ସହିତ ଅରଖ ଫୁଲ ଚଢାନ୍ତୁ । ଏହାଦ୍ୱାରା ଶନିଦେବଙ୍କର ଶୀଘ୍ର କୃପା ଦୃଷ୍ଟି ମିଳିବ ।

ହନୁମାନ ଏବଂ ଶିବଙ୍କ ପୂଜା କରନ୍ତୁ:

ଶନିଦେବଙ୍କୁ ହନୁମାନ ଅତ୍ୟନ୍ତ ପ୍ରିୟ । ତେଣୁ ଶନିବାର ଦିନ ଶନି ଦେବଙ୍କ ସହିତ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ। ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶିବଙ୍କୁ ପୂଜା କରିବାଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ମିଳିଥାଏ। ଏହି ଦିନ ଶିବ ଚାଳିସା, ହନୁମାନ ଚାଳିସା ଆଦି ପାଠ କରନ୍ତୁ ।

ଲୁହା ଦାନ କରନ୍ତୁ:

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଲୁହା କିଣିବା ଠାରୁ ଦୂରେଇ ରହିବା ଉଚିତ୍। ଅନ୍ୟଥା, ଆପଣଙ୍କୁ ଶନିଦେବଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ । ଏଥି ସହିତ, ଏହାକୁ ଦାନ କରିବା ଦ୍ୱାରା ଶନିଦେବ ପ୍ରଶନ୍ନ ହୋଇଥାନ୍ତି ।

   Related Posts