କେବଳ ସୋଏବ ମଲ୍ଲିକ ନୁହେଁ ବରଂ ଏହି କ୍ରିକେଟରଙ୍କ ସହ ମଧ୍ୟ ସାନିଆ ମିର୍ଜାଙ୍କ ରହିଥିଲା ସମ୍ପର୍କ

Published By : Prameya-News7 Bureau | November 16, 2019 IST

ମୁମ୍ବାଇ ୧୬/୧୧: ଭାରତୀୟ ଟେନିସ୍ ଖେଳାଳୀ ସାନିଆ ମିର୍ଜାଙ୍କ ପାଇଁ ଗତକାଲି ବହୁତ ଖାସ୍ ଦିନ ଥିଲା। ୧୯୮୬ମସିହା ନଭେମ୍ବର ୧୫ତାରିଖରେ ମୁମ୍ବାଇ ଜନ୍ମ ହୋଇଥିବା ସାନିଆ ମିର୍ଜା ୩୩ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଅଲିମ୍ପିକ୍ ଏବଂ ଅନ୍ୟାନ୍ୟ ଗ୍ରାଣ୍ଡ ସ୍ଲାମରେ ଆମ ଦେଶର ନାଁ ଉଜ୍ଜ୍ବଳ କରିଥିବା ସାନିଆ ୧୮ବର୍ଷ ବୟସରୁ ଟେନିସ୍ ଖେଳି ଆସୁଛନ୍ତି। ଆସନ୍ତୁ ଜାଣିବା ସାନିଆଙ୍କ ବିଷୟରେ କିଛି ଅଜଣା କଥା…

{"id":185035,"sizeSlug":"large"}

ସାନିଆ ୬ବର୍ଷ ବୟସରେ ପ୍ରଥମ ଥର ଟେନିସ୍ ରାକେଟ୍ ହାତରେ ଧରିଥିଲେ। ସାନିଆ ହାଇଦ୍ରାବାଦର ସେଣ୍ଟ ମେରୀ କଲେଜରୁ ନିଜ ଶିକ୍ଷା ଶେଷ କରିଥିଲେ। ୨୦୦୮ମସିହାରେ ଏମଜିଆର ଏଜୁକେସନାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ୟୁନିଭର୍ସିଟି ତାଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରିଥିଲା।

{"id":185038,"sizeSlug":"large"}

ସାନିଆଙ୍କ ପ୍ରଥମ କୋଚ୍ ତାଙ୍କ ବାପା ଇମରାନ ମିର୍ଜା ହୋଇଥିଲେ। ପରେ ତାଙ୍କୁ ଟେନିସ୍ ଷ୍ଟାର ରୋଜର ଆଣ୍ଡରସନ୍ ପ୍ରଶିକ୍ଷଣ ଦେଇଥିଲେ। ରୋଜର ଫେଡରର ଏବଂ ଷ୍ଟେଫି ଗ୍ରାଫ ସାନିଆଙ୍କ ପ୍ରିୟ ଖେଳାଳୀ। ସାନିଆ ୨୦୦୯ମସିହାରେ ତାଙ୍କର ପିଲାଦିନର ସାଙ୍କ ସୋହରାବ ମିର୍ଜାଙ୍କ ସହ ନିର୍ବନ୍ଧ କରିଥିଲେ କିନ୍ତୁ କୌଣସି କାରଣ ପାଇଁ ଦୁହେଁ ଅଲଗା ହୋଇଯାଇଥିଲେ। ଏହା ପରେ ସାନିଆ ୨୦୧୦ମସିହାରେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ।

{"id":185037,"sizeSlug":"large"}

ସୋଏବ ତାଙ୍କ ଜୀବନରେ ଏକମାତ୍ର ଖେଳାଳୀ ନୁହଁନ୍ତି। ଗୁଲାମ ଅହମଦ ଏବଂ ଆସିଫ ଇକବାଲ ଭଳି କ୍ରିକେଟର ମଧ୍ୟ ସାନିଆଙ୍କ ସମ୍ପର୍କୀୟ। ସାନିଆଙ୍କ ଦାଦା ପୁଅ ଭାଇ ନିସାର ଅହମଦ ସ୍ବର୍ଗୀୟ ଗୁଲାମ ଅହମଦଙ୍କ ପୁଅ। ୧୯୪୦-୫୦ ଦଶକରେ ଗୁଲାମ ଅହମଦ ୩ଟି ଟେଷ୍ଟରେ ଭାରତର ଅଧିନାୟକତ୍ବ କରିବାବେଳେ ୨୨ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ କିନ୍ତୁ ପରେ ସେ ପାକିସ୍ତାନ ଦଳ ତରଫରୁ ଖେଳିଥିଲେ।

{"id":185039,"sizeSlug":"large"}

ସେହିଭଳି ସାନିଆ ,ଗୁଲାମ ଅହମଦଙ୍କ ଭଉଣୀଙ୍କ ପୁଅ ପାକିସ୍ତାନର ପୂର୍ବତନ ଅଧିନାୟକ ଆସିଫ ଇକବାଲଙ୍କର ମଧ୍ୟ ସମ୍ପର୍କୀୟ। ୧୯୬୧ମସିହାରେ ହାଇଦ୍ରାବାଦରୁ ପାକିସ୍ତାନ ଚାଲିଯାଇଥିବା ଆସିଫ ପାକିସ୍ତାନ ପାଇଁ ଭାରତରେ ୬ଥର ଅଧିନାୟକତ୍ବ କରିଥିଲେ। ସେ ୧୯୬୪ରୁ ୧୯୮୦ମସିହା ମଧ୍ୟରେ ୫୮ଟି ଟେଷ୍ଟ ମ୍ୟାଚ୍ ଖେଳିବା ସହ ୨ଥର ବିଶ୍ବ କପ୍ ଖେଳିଥିଲେ।

{"id":185040,"sizeSlug":"large"}

୨୦୦୫ମସିହାରେ ଟାଇମସ ମ୍ୟାଗାଜିନ୍ ସାନିଆଙ୍କୁ ‘ଏସିଆର ୫୦ତମ ହୀରା’ରେ ସାମିଲ କରିଥିଲା। ଏହା ପରେ ୨୦୧୦ମସିହାରେ ଇକୋନୋମିକ୍ ଟାଇମ୍ସ ତାଙ୍କୁ ୩୩ଜଣ ମହିଳାଙ୍କ ତାଲିକାରେ ସାମିଲ କରିଥିଲା। ୨୦୧୦ର ଗୁଗଲ୍ ଟ୍ରେଣ୍ଡସ ମୁତାବକ ସାନିଆ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଥିବା ଭାରତୀୟ ଖେଳାଳୀ ଥିଲେ।

{"id":185041,"sizeSlug":"large"}

ସାନିଆ ୨୦୧୩ମସିହାରେ ମିଳିତ ଜାତିସଙ୍ଘର ଗୁଡଓ୍ବିଲ ଆମ୍ବାସାଡର ଭାବେ ବଛା ହୋଇଥିଲେ। ସାନିଆ ଏଥିପାଇଁ ବଛା ଯାଇଥିବା ଦକ୍ଷିଣ ଏସିଆର ପ୍ରଥମ ମହିଳା ଥିଲେ। ସାନିଆ ଭାରତୀୟ ଇତିହାସର ପ୍ରଥମ ଖେଳାଳୀ, ଯିଏ ୧ମିଲିୟନ ଡଲାରରୁ ଅଧିକ ଆୟ କରିଥିଲେ। ୨୦୧୪ମସିହାରେ ନୂଆ ରାଜ୍ୟ ତେଲେଙ୍ଗାନା ସାନିଆଙ୍କୁ ନିଜର ଆମ୍ବାସାଡର ଭାବେ ବାଛିଥିଲା।

{"id":185042,"sizeSlug":"large"}

ବରିଷ୍ଠ ସ୍ତରରେ ଧମାଲ କରିଥିବା ସାନିଆ କନିଷ୍ଠ ସ୍ତରରେ ୧୦ଟି ସିଙ୍ଗଲ୍ସ ଏବଂ ୧୩ଟି ଡବଲ୍ସ ନିଜ ନାଁରେ କରିଥିଲେ। ସାନିଆ ୨୪ WTA ଟାଇଟଲ୍ ଏବଂ ୪ ITF ନିଜ ନାଁରେ କରିଥିଲେ। ଏଥିରେ ୧ WTA ସିଙ୍ଗଲ୍ସ ମଧ୍ୟ ସାମିଲ ରହିଛି।

{"id":185043,"sizeSlug":"large"}

୨୦୦୩ମସିହାରେ ସାନିଆ ଓ୍ବିମ୍ବଲଡନ୍ ଚାମ୍ପିଅନଶିପରେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଜିତିଥିଲେ। ସାନିଆ WTA ଜିତିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳୀ। ସାନିଆ ବିଶ୍ବ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ।

{"id":185044,"sizeSlug":"large"}

ସାନିଆ ୨୦୧୦ମସିହାର ରାଷ୍ଟ୍ରମଣ୍ଡଳ ଖେଳରେ ମହିଳା ସିଙ୍ଗଲ୍ସ ବର୍ଗରେ ରୌପ୍ୟ ଏବଂ ମହିଳା ଡବଲ୍ସ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ସାନିଆ ୨୦୦୨,୨୦୦୬,୨୦୧୦ ଏବଂ ୨୦୧୪ରେ ୨ଟି ସ୍ବର୍ଣ୍ଣ,୩ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ଜିତିଥିଲେ।

{"id":185046,"sizeSlug":"large"}

ସାନିଆ ୩ଥର ମିଶ୍ରିତ ଡବଲ୍ସ ବର୍ଗରେ ଗ୍ରାଣ୍ଡ ସ୍ଲାମ୍ ଜିତିଥିଲେ। ୨୦୦୯ମସିହାରେ ଅଷ୍ଟେଲିଆନ୍ ଓପନ,୨୦୧୨ମସିହାରେ ଫ୍ରେଞ୍ଚ ଓପନ ଏବଂ ୨୦୧୪ମସିହାରେ ୟୁଏସ୍ ଓପନ ଜିତିଥିଲେ ସାନିଆ। ଏହା ବ୍ୟତୀତ ସାନିଆ ୨୦୧୫ମସିହାରେ ମହିଳା ଡବଲ୍ସ ବର୍ଗରେ ଓ୍ବିମ୍ବଲଡନ୍ ଏବଂ ୟୁଏସ୍ ଓପନ ଜିତିଥିଲେ। ୨୦୧୬ମସିହାରେ ସାନିଆ ଏହି ବର୍ଗରେ ଅଷ୍ଟେଲିଆନ୍ ଓପନ ମଧ୍ୟ ଜିତିଥିଲେ।

{"id":185047,"sizeSlug":"large"}

ସାନିଆଙ୍କୁ ୨୦୦୪ମସିହାରେ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୬ମସିହାରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୧୬ମସିହାରେ ପଦ୍ମ ଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଥିଲା। ୨୦୧୫ମସିହାରେ ସାନିଆଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ଦିଆଯାଇଥିଲା। ସାନିଆ ଏହି ସମ୍ମାନ ପାଇଥିବାର ଦେଶର ଦ୍ବିତୀୟ ଭାରତୀୟ ଟେନିସ୍ ଖେଳାଳୀ ହୋଇଥିଲେ।

{"id":185048,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.