Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ରହସ୍ୟମୟ: ଜାଣନ୍ତୁ ଗୁରୁ ଗ୍ରହ ଶନି ଜୀବନରେ କିଭଳି ପ୍ରଭାବ ପକାନ୍ତି

24/06/2021 at 4:39 PM

ଭୁବନେଶ୍ୱର ୨୪/୦୬ : ଜ୍ୟୋତିଷଶାସ୍ତ୍ରରେ ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମତିଥିର ଗୋଟିଏ ମୁଖ୍ୟ ଅଙ୍କ ଥାଏ। ଏହାକୁ ମୂଳାଙ୍କ କୁହାଯାଏ। ମୂଳାଙ୍କ ଜରିଆରେ ପତା କରାଯାଏ ବ୍ୟକ୍ତି ଭାଗ୍ୟଶାଳୀ ହେବେ ନା ଜୀବନରେ ଅସୁବିଧାର ସମ୍ମୁଖୀନ ହେବେ। ପ୍ରତ୍ୟେକ ଅଙ୍କର ଗୁରୁ ଗ୍ରହ ଥାଆନ୍ତି। ଗୁରୁ ଗ୍ରହଙ୍କର ମଧ୍ୟ ବ୍ୟକ୍ତିର ସ୍ୱଭାବ ଉପରେ ପ୍ରଭାବ ପଡିଥାଏ। ଅଙ୍କର ଜାଣନ୍ତୁ ବ୍ୟକ୍ତିଙ୍କ ସ୍ଵଭାଵ ଓ ଆର୍ଥିକ ସ୍ଥିତି –

ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ ରହସ୍ୟର ପ୍ରତୀକ କୁହାଯାଏ। ଶନିଦେବ ବ୍ୟକ୍ତିକୁ କର୍ମ ଅନୁଯାୟୀ ଫଳ ଦିଅନ୍ତି ବୋଲୁ କୁହାଯାଏ। ଯେଉଁମାନଙ୍କ ଜନ୍ମ ମାସର ୮, ୧୭, ୨୬ ତାରିଖରେ ହୋଇଥାଏ ସେମାନଙ୍କ ମୂଳାଙ୍କ ୮। ଯେଉଁମାନଙ୍କ ଜନ୍ମତିଥି, ମାସ ଓ ବର୍ଷର ସଂଖ୍ୟା ମିଶ୍ରଣ ପରେ ୮ ହୁଏ ତାହା ସେମାନଙ୍କ ଭାଗ୍ୟାଂଶ ଅଙ୍କ।ମୂଳାଙ୍କ ୮ ବ୍ୟକ୍ତିଙ୍କ ସ୍ୱଭାବ- ଯେଉଁମାନଙ୍କ ମୂଳାଙ୍କ ୮ ସେମାନେ ରହସ୍ୟମୟୀ ହୋଇଥାନ୍ତି। ଏମାନେ ସବୁ ବିଷୟରେ ଗଭୀର ଭାବେ ଚିନ୍ତା କରନ୍ତି ଓ ବୁଝନ୍ତି। ଏମାନେ ସାଧାରଣତଃ କାହାକୁ କିଛି ନ ଜଣାଇ ସବୁ କାମ ଚୁପଚାପ କରନ୍ତି। ଏମାନେ ଭାଗ୍ୟଠୁ ବେଶୀ କର୍ମ ଉପରେ ବିଶ୍ୱାସ କରନ୍ତି। ଏମାନେ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳନ୍ତି। ଏମାନେ କାହାକୁ ଠକିବାକୁ ପସନ୍ଦ କରନ୍ତିନି କି କାହାର ମିଛ ପ୍ରଶଂସା କରନ୍ତିନି। କିଏ ଠକିଲେ କିମ୍ବା ମିଛ ପ୍ରଶଂସା କଲେ ବି ସେ ପସନ୍ଦ କରନ୍ତିନି। ମୂଳାଙ୍କ ୮ ବ୍ୟକ୍ତିଙ୍କୁ କଠିନ ପରିଶ୍ରମ ପରେ ସଫଳତା ପ୍ରାପ୍ତ ହୋଇଥାଏ।

ମୂଳାଙ୍କ ୮ ବ୍ୟକ୍ତି ସାଧାରଣତଃ ଶନିଙ୍କ ସମ୍ବନ୍ଧୀୟ ବ୍ୟବସାୟ କରିବ ଉଚିତ। ଇଞ୍ଜିନିୟର, ଇଲେକ୍ଟ୍ରୋନିକ୍ସ, ତେଲ, ପେଟ୍ରୋଲ ପମ୍ପ, ଅଟୋମୋବାଇଲ ଓ ଲୁହା ବସ୍ତୁ ସମ୍ବନ୍ଧୀୟ ବ୍ୟବସାୟ କରିବା ଉଚିତ। ସଫଳତା ନିଶ୍ଚୟ ମିଳିବ। ଶନିଙ୍କୁ ପ୍ରସନ୍ନ କରିବା ଉପାୟ : ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବାକୁ ଶନିବାର ଦିନ ଶନିଙ୍କୁ ପୂଜା କରିବା ଉଚିତ। ନିୟମିତ ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ। ହନୁମାନଙ୍କ ପୂଜା କଲେ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ। ଏହାସହ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ। ନିୟମିତ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ।

   Related Posts