Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସାବିତ୍ରୀବାଈଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ! ମାର୍ଚ୍ଚ ୮ବଦଳରେ ୧୦ତାରିଖ ଦିନ ଦଳିତ ମହିଳା ପାଳିବେ କି ବିଶ୍ବ ମହିଳା ଦିବସ ?

7/03/2020 at 12:25 PM

ନୂଆଦିଲ୍ଲୀ ୭/୩: ଭାରତରେ ଦୀର୍ଘ ଦିନରୁ ମାର୍ଚ୍ଚ ୮ତାରିଖ ବଦଳରେ ମାର୍ଚ୍ଚ ୧୦ତାରିଖକୁ ଭାରତୀୟ ମହିଳା ଦିବସ ପାଳନ କରାଯାଇଥାଏ। ଏହା ପଛରେ ଏକ ଖାସ୍ କାରଣ ରହିଛି। ଏହି ଦିନ ଉନବିଂଶ ଶତାବ୍ଦୀରେ ମହିଳାଙ୍କ ଅଧିକାର,କୁଶିକ୍ଷା,ଛୁଆଁଅଛୁଆଁ ଭେଦଭାବ,ସତୀପ୍ରଥା,ବାଲ୍ୟ ବିବାହ ଏବଂ ବିଧବା ବିବାହ ଭଳି କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ସାବିତ୍ରୀ ବାଈ ଫୁଲେଙ୍କ ସ୍ମୃତି ଦିବସ ବୋଲି ଜଣାଯାଏ।ଆସନ୍ତୁ ଜାଣିବା ଆସନ୍ତା ମହିଳା ଦିବସରେ ଭାରତର ଏହି ମହା ନାୟିକା ବିଷୟରେ କିଛି ଖାସ୍ କଥା

ସାବିତ୍ରୀ ବାଈ ଫୁଲେ ୧୮୩୧ମସିହା ଜାନୁୟାରୀ ମାସରେ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ନାୟଗାଁଓ ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୯ବର୍ଷ ବୟସରେ ପୁଣେରେ ରହୁଥିବା ଜ୍ୟୋତିବା ଫୁଲେଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହ ସମୟରେ ସାବିତ୍ରୀ ଜମା ପାଠ ପଢ଼ିନଥିବାବେଳେ ତାଙ୍କ ସ୍ବାମୀ ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ସେହି ସମୟରେ ଦଳିତ ଲୋକଙ୍କ ସହ ଅତ୍ୟଧିକ ଭେଦଭାବ କରାଯାଉଥିଲା।

ସେହି ସମୟରେ ଏକ ଘଟଣା ଅନୁସାରେ ଥରେ ସାବିତ୍ରୀ ଇଂରାଜୀ ବହିର ପୃଷ୍ଠା ଓଲଟାଉଥିବାବେଳେ ତାଙ୍କ ବାପା ଦେଖିଥିଲେ। ଠିକ୍ ସେତିକିବେଳେ ତାଙ୍କ ବାପା ଦୌଡ଼ିଆସି ତାଙ୍କ ହାତରୁ ବହି ଛଡ଼ାଇ ବାହାରେ ଫୋପାଡ଼ି ଦେଇଥିଲେ। ବାପା ତାଙ୍କୁ କହିଥିଲେ ପାଠ ପଢ଼ିବାର ଅଧିକାର କେବଳ ଉଚ୍ଚ ଜାତିର ପୁରୁଷଙ୍କର ଅଛି। ଦଳିତ ଶ୍ରେଣୀର ଲୋକ ଏବଂ ମହିଳାଙ୍କ ପାଇଁ ଶିକ୍ଷା ଗ୍ରହଣ ପାପ ଥିଲା। ସେହି ଦିନଠାରୁ ସାବିତ୍ରୀ ପ୍ରତିଜ୍ଞା କରିଥିଲେ ଯେ ଯାହା ବି ହୋଇଯାଉନା କାହିଁକି ସେ ନିଶ୍ଚୟ ପାଠ ପଢ଼ିବେ।

ନିଜର ଦୃଢ଼ନିଷ୍ଠା ଯୋଗୁଁ ସେ ତାଙ୍କ ସ୍ବାମୀ ଜ୍ୟୋତିବା ଫୁଲେଙ୍କ ସହ ମିଶି ୧୮ଟି ସ୍କୁଲ୍ ଖୋଲିଥିଲେ। ୧୮୪୮ମସିହାରେ ମହାରାଷ୍ଟ୍ରର ପୁଣେରେ ସେ ଭାରତର ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ। ସେ ୧୮୫୩ମସିହା ଜାନୁୟାରୀ ୨୮ତାରିଖରେ ଗର୍ଭବତୀ,ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଶିଶୁ ହତ୍ୟା ପ୍ରତିବନ୍ଧକ ଗୃହ ସ୍ଥାପନ କରିଥିଲେ।

ସାବିତ୍ରୀ ବାଈ ଫୁଲେ ସ୍କୁଲକୁ ଯିବାବେଳେ ଲୋକେ ତାଙ୍କୁ ଢ଼େଲା ପଥର ଫିଙ୍ଗୁଥିଲେ। ତାଙ୍କ ଉପରେ ଆବର୍ଜନା ଫିଙ୍ଗୁଥିଲେ। ସାବିତ୍ରୀ ବାଈ ଫୁଲେ ଜଣେ କବି ମଧ୍ୟ ଥିଲେ। ତାଙ୍କୁ ମରାଠୀର ଆଦିକବି ବୋଲି କୁହାଯାଉଥିଲା।

ସାବିତ୍ରୀ ବାଈ ଫୁଲେ ଉନବିଂଶ ଶତାବ୍ଦୀରେ ନିଜ ସ୍ବାମୀଙ୍କ ସହ ମିଶି ଛୁଆଁଅଛୁଆଁ,ସତୀପ୍ରଥା,ବାଲ୍ୟବିବାହ,ବିଧବା ବିବାହ ଭଳି କୁସଂସ୍କାର ବିରୁଦ୍ଧରେ କାମ କରିଥିଲେ। ସାବିତ୍ରୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ବିଧବା ବ୍ରାହ୍ମଣ ମହିଳା କାଶୀବାଈଙ୍କୁ ନିଜ ଘରେ ଡେଲିଭରି କରାଇ ତାଙ୍କ ପୁଅ ଯଶୋବନ୍ତଙ୍କୁ ନିଜ ଦତ୍ତପୁତ୍ର ଭାବେ ଗ୍ରହଣ କରିଥିଲେ। ଯଶୋବନ୍ତକୁ ଦେଖାଶୁଣା କରି ଡାକ୍ତର କରାଇଥିଲେ।

ସାବିତ୍ରୀଙ୍କ ସ୍ବାମୀ ଜ୍ୟୋତିବା ଫୁଲେଙ୍କ ୧୮୯୦ମସିହାରେ ଦେହାନ୍ତ ହୋଇଥିଲା। ସେତେବେଳେ ସାବିତ୍ରୀ ତାଙ୍କ ବାକି ଥିବା କାମକୁ ପୂରା କରିବାକୁ ସଙ୍କଳ୍ପ ନେଇଥିଲେ। ଏହା ପରେ ୧୮୯୭ମସିହା ମାର୍ଚ୍ଚ ୧୦ତାରିଖରେ ପ୍ଲେଗ୍ ରୋଗୀଙ୍କ ଦେଖାଶୁଣା କରିବାବେଳେ ସାବିତ୍ରୀଙ୍କ ପରଲୋକ ଘଟିଥିଲା। ତାଙ୍କ ପୂରା ଜୀବନ ଦଳିତ ଲୋକ ଏବଂ ମହିଳାଙ୍କ ଅଧିକାରକୁ ନେଇ ସଂଘର୍ଷ କରିବାରେ ବିତିଯାଇଥିଲା।

   Related Posts