ଫିଲ୍ମ ଛାଡ଼ିବା ପରେ ମଧ୍ୟ ରେଖା ଆଜି ଧନୀ : ଜାଣନ୍ତୁ କେଉଁଠୁ ଆସୁଛି ଏତେ ଟଙ୍କା

Published By : Prameya-News7 Bureau | May 10, 2019 IST

ମୁମ୍ବାଇ ୧୦/୫: ରେଖା ବଲିଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ। ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭରଗ୍ରୀନ ବିୟୁଟି ଭାବେ ମଧ୍ୟ ଜଣାଯାଏ। ତାଙ୍କ ୪୦ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ରେଖା ପାଖାପାଖି ୧୮୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ୧୯୭୦ରେ ‘ସାଓ୍ବନ ଭାଦୋ’ ଫିଲ୍ମରୁ ନିଜ ଆକ୍ଟିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିବା ରେଖାଙ୍କୁ ୬୪ ପୂରିଲାଣି। ତାଙ୍କ ଲୁକ୍ ଏବଂ ବିୟୁଟିରୁ ତାଙ୍କର ବୟସ ଜଣା ପଡ଼ୁନାହିଁ। ରେଖା ଏବେ ଫିଲ୍ମରେ ଆଉ ଅଭିନୟ କରୁନାହାନ୍ତି। ଯଦି ଆପଣ କେବେ ନୋଟିସ୍ କରୁଥିବେ ଯେ ଦେଖିଥିବେ ତାଙ୍କ ଜୀବନଶୈଳୀରେ କେବେ କୈାଣସି ପରିବର୍ତ୍ତନ ହୋଇନାହିଁ। ସେ ଆଜି ବି ବିଳାସମୟ ଜୀବନ ବିତାଉଛନ୍ତି। ଆପଣ ଚିନ୍ତା କରୁଥିବେ ଯେ ଫିଲ୍ମ ଏବଂ ବିଜ୍ଞାପନରେ କାମ ନ କରିବା ସତ୍ବେ ରେଖାଙ୍କ ପାଖରେ ଏତେ ଟଙ୍କା ଆସୁଛି କେଉଁଠୁ?

{"id":110428,"width":595,"height":340}

ରେଖାଙ୍କ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ବିରାଟ ବଙ୍ଗଳା ରହିଛି। ଏହା ବ୍ୟତୀତ ତାଙ୍କର ମୁମ୍ବାଇ ଏବଂ ଭାରତର ଅନ୍ୟ ସ୍ଥାନରେ ମଧ୍ୟ ବହୁତ ଧନସମ୍ପତ୍ତି ରହିଛି। ଏହା ରେଖାଙ୍କ ଆୟର ସବୁଠୁ ବଡ଼ ମାଧ୍ୟମ। ଭଡ଼ା ବାବଦରେ ରେଖାଙ୍କୁ ମୋଟା ଟଙ୍କା ମିଳିଥାଏ।

{"id":110430,"width":593,"height":391}

ରାଜନୀତି ସହ ଜଡ଼ିତ ହୋଇ ମଧ୍ୟ ଅଧିକାଂଶ ଫିଲ୍ମ ଅଭିନେତା/ଅଭିନେତ୍ରୀ ବହୁତ ଟଙ୍କା ଆୟ କରିଥାଆନ୍ତି। ରେଖା ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ। ରେଖା ରାଜ୍ୟସଭାର ସଦସ୍ୟ ରହି ଆସିଛନ୍ତି। ସେହି ସମୟରେ ଭାରତ ସରକାରଙ୍କଠୁ ତାଙ୍କ ମାସିକ ଦରମା ମିଳୁଥିଲା। ଏହି ସମୟରେ କେତେକ ଲୋକ ଅସନ୍ତୁଷ୍ଟ ହୋଇଥିଲେ ଯେ ରେଖା ରାଜ୍ୟ ସଭା ବୈଠକରେ ଅଧିକାଂଶ ସମୟ ଅନୁପସ୍ଥିତ ରହିବା ସତ୍ବେ ସରକାରଙ୍କଠୁ ଟଙ୍କା ନେଉଛନ୍ତି। କିନ୍ତୁ ଏବେ ସେ ରାଜନୀତିଠୁ ଦୂରେଇ ଯାଇଛନ୍ତି।

{"id":110431,"width":597,"height":432}

ରେଖା ଫିଲ୍ମରେ ନଜର ନ ଆସିଲେ ମଧ୍ୟ ଅଧିକାଂଶ ସମୟ ଫିଲ୍ମ ଆଓ୍ବାର୍ଡ଼ସ୍,କର୍ପୋରେଟସ୍ ଇଭେଣ୍ଟସ୍ ଏବଂ ଫ୍ୟାଶନ ଶୋରେ ନଜର ଆସନ୍ତି। ଅନେକ ଥର ଲୋକେ ତାଙ୍କୁ ନିଜ ସପ୍‌ର ଉଦଘାଟନ କରିବାକୁ ନିମନ୍ତ୍ରଣ କରିଥାଆନ୍ତି। ଏହି ସମସ୍ତ ସ୍ଥାନମାନଙ୍କରେ ଯିବା ପାଇଁ ମଧ୍ୟ ରେଖାଙ୍କୁ ମୋଟା ଟଙ୍କା ମିଳିଥାଏ।

{"id":110432,"width":596,"height":447}

ରେଖା ଏବେ କୈାଣସି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁନାହାନ୍ତି, କିନ୍ତୁ ବେଳେବେଳେ ଯେକୈାଣସି ଫିଲ୍ମରେ ଅଳ୍ପ କିଛି ମିନିଟ୍ ପାଇଁ ଅତିଥି ଭୂମିକାରେ ଆସିଥାଆନ୍ତି। କିନ୍ତୁ ଏହି କିଛି ମିନିଟର ଏଣ୍ଟ୍ରି ପାଇଁ ମଧ୍ୟ ତାଙ୍କୁ ବହୁତ ଟଙ୍କା ମିଳିଥାଏ।

{"id":110433,"width":594,"height":333}

ଅଧିକାଂଶ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକେ ଦେଖାଣିଆରେ ବିଶ୍ବାସ କରନ୍ତି। ଏହି ଲୋକମାନେ ଦାମୀ ବ୍ରାଣ୍ଡର ପୋଷାକ ପିନ୍ଧିଥାଆନ୍ତି। ଛୁଟି କାଟିବାକୁ ବିଦେଶ ଯାଇଥାଆନ୍ତି। କିନ୍ତୁ ରେଖା ଏକ ମଧ୍ୟମ ବର୍ଗର ପରିବାରର ଅନ୍ତର୍ଭୁକ୍ତ ଥିଲେ। ସେଥିପାଇଁ ତାଙ୍କୁ ଟଙ୍କାର ମୂଲ୍ୟ ବହୁତ ଭଲ ଭାବେ ଜଣା। ତାଙ୍କୁ ଅଯଥା ଖର୍ଚ୍ ଜମା ପସନ୍ଦ ନୁହେଁ। ଆପଣ ଦେଖିଥିବେ ରେଖା ପ୍ରାୟତଃ ଶାଢ଼ୀ​‌ରେ ନଜର ଆସିଥାଆନ୍ତି। ଏହି ଶାଢ଼ୀ ତାଙ୍କୁ ଉପହାରରେ ମିଳିଥାଏ। ରେଖା ତାଙ୍କ ପୁରୁଣା କଲେକ୍ସନ୍ ଶାଢ଼ୀ ପିନ୍ଧିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରିନଥାଆନ୍ତି। ଏଥିପାଇଁ ରେଖାଙ୍କ ଟଙ୍କା ଅଧିକ ଖର୍ଚ୍ଚ ହୋଇନଥାଏ। ଏବଂ ତାଙ୍କ ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିଯାଇଥାଏ।

{"id":110434,"width":595,"height":360}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.