ଦିଲ୍ଲୀ ୨୩/୧ : ଗତକାଲି ୨୬ଜଣ ଶିଶୁଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ଶିଶୁ ପୁରସ୍କାର ପ୍ରଦାନ କରିଛନ୍ତି | ଚଳିତବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଶିଶୁ ପୁରସ୍କାର ପାଇଁ ମୋଟ ୭୮୩ଟି ଆବେଦନ ଆସିଥିଲା | ୭୮୩ ଶିଶୁଙ୍କ ମଧ୍ୟରୁ ୨୬ ଜଣଙ୍କୁ ବଛା ଯାଇଥିଲା | ଏହି ପୁରସ୍କାର ଦୁଇଟି ବିଭାଗରେ ପ୍ରଦାନ କରାଯାଇଥାଏ | ପ୍ରଥମ ହେଲା ଶିଶୁ ଶକ୍ତି ପୁରସ୍କାର ଏବଂ ଦ୍ୱିତୀୟଟି ହେଲା ଶିଶୁ କଲ୍ୟାଣ ପୁରସ୍କାର |
{"id":77288}ଇଣ୍ଡିଆନ କାଉନ୍ସିଲ ଫର ଚାଇଲଡ ୱେଲଫେୟାର ନାମକ ସରକାରୀ ସଂସ୍ଥା ୧୯୫୭ ମସିହାରୁ ରାଷ୍ଟ୍ରୀୟ ଶିଶୁ ପୁରସ୍କାର ବିତରଣ କରୁଛି | କିନ୍ତୁ ସଂସ୍ଥାରେ ଆର୍ଥିକ ଗଡବଡ ହେଉଥିବା ଅଭିଯୋଗ ପରେ ସରକାର ନିଜକୁ ଏହି ସଂସ୍ଥାରୁ ଅଲଗା କରିଦେଇଛନ୍ତି | ଯାହାଫଳରେ ପ୍ରଥମଥର ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା ପରେଡରେ ଏହି ପୁରସ୍କୃତ ଶିଶୁ ଯୋଗ ଦେବେନାହିଁ |
{"id":77289}କେଉଁ କେଉଁ କ୍ଷେତ୍ରରେ ଶିଶୁ ଶକ୍ତି ପୁରସ୍କାର ଦିଆଯାଏ ଜାଣନ୍ତୁ | ଇନୋଭେସନ, ସମାଜସେବା, ଖେଳ, କଳା ସଂସ୍କୃତି, ବୀରତ୍ୱ ଏବଂ ବୁଦ୍ଧି କ୍ଷେତ୍ରରେ ଶିଶୁ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ | ଏହି ସାହସୀ ଶିଶୁଙ୍କୁ ମେଡାଲ, ନଗଦ ଲକ୍ଷେ ଟଙ୍କା, ୧୦ ହଜାର ଟଙ୍କାର ବହି ଭାଉଚର ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ |
ଶିଶୁ କଲ୍ୟାଣ ପୁରସ୍କାର :
ବ୍ୟକ୍ତିଗତ ପୁରସ୍କାର ହାସଲ କରିଥିବା ଶିଶୁଙ୍କୁ ଲକ୍ଷେ ଟଙ୍କା, ମେଡାଲ, ଏକ ପ୍ରଶସ୍ତି ପତ୍ର ଦିଆଯାଇଥାଏ | କୌଣସି ସଂସ୍ଥା ପାଇଁ ପୁରସ୍କାର ହାସଲ କରିଥିଲେ ୫ ଲକ୍ଷ ଟଙ୍କା, ମେଡାଲ, ଏକ ପ୍ରଶସ୍ତି ପତ୍ର ଦିଆଯାଇଥାଏ |
{"id":77291}ଶିଶୁଙ୍କୁ କିଭଳି ଚୟନ କରାଯାଇଥାଏ ଜାଣନ୍ତୁ :
ବିଜେତାଙ୍କୁ ବିଭିନ୍ନ ବିଷୟ ତଥା, ସମାଜଶାସ୍ତ୍ର, ମନୋବିଜ୍ଞାନ, ଗଣିତ, ବିଜ୍ଞାନ, କଳା, ସଂଗୀତ ଏବଂ ଖେଳ କ୍ଷେତ୍ରରେ ଉତ୍କର୍ଷ ପାଇଁ ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିବାକୁ ହୋଇଥାଏ | ଏହି ତାଲିକାରେ ନିଆଯାଇଥିବା ପିଲାଙ୍କ ପ୍ରତିଟି ପ୍ରତିଭା ସମ୍ପର୍କରେ ଟିକିନିଖି ବିଶ୍ଳେଷଣ ମାଧ୍ୟମରେ ବିଜେତା ଚୟନ କରାଯାଇଥାଏ | ଏହାପରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁମୋଦନ ଅନୁସାରେ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯାଏ |
{"id":77290}ଯେଉଁ ଶିଶୁମାନେ ଆସନ୍ତା ବର୍ଷ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ୱେବସାଇଟ www.nca-wcd.nic.in ରେ ଯାଇ ରେଜିଷ୍ଟ୍ରେସନ କରିପାରିବେ |
ଯେଉଁ ଶିଶୁ ଭାରତର ନାଗରିକ ହୋଇଥିବେ ସେମାନେ ହିଁ ଆବେଦନ କରିପାରିବେ | ଏହାଛଡା ଭାରତର ଯେକୌଣସି ନାଗରିକ ଏମିତି ଶିଶୁର ନାଁ ରେଜିଷ୍ଟାର କରିପାରିବେ ଯେଉଁ ଶିଶୁ ସମାଜସେବା, ଶିକ୍ଷା, କଳା, ଖେଳ ଏବଂ ସଂସ୍କୃତି କ୍ଷେତ୍ରରେ ନାଁ କରିଥିବେ ଏବଂ ସମାଜ ଉପରେ ଯାହାର ସକାରାତ୍ମକ ପ୍ରଭାବ ପଡିଥିବ |