Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୮୦ କୋଟି ଲୋକଙ୍କୁ ନଭେମ୍ୱର ମାସ ପରେ ମିଳିବ କି ରାସନ୍‌ ? ଜାଣନ୍ତୁ କଣ ଯୋଜନା କରୁଛନ୍ତି ସରକାର

5/11/2021 at 10:16 PM

ନୂଆଦିଲ୍ଲୀ, ୦୫/୧୧: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନଭେମ୍ୱର ମାସ ପରେ ହୁଏତ ଆଉ ମାଗଣାରେ ମିଳିବ ନାହିଁ ରାସନ୍‌ ସାମଗ୍ରୀ । ଶୁକ୍ରବାର ଖାଦ୍ୟ ସଚିବଙ୍କ କହିବା ମୁତାବକ ଏହି ସ୍କିମ୍‌ ଅନୁସାରେ ନଭେମ୍ୱର ମାସ ପରେ ମାଗଣାରେ ଗରିବଙ୍କୁ ରାସନ୍‌ ସାମଗ୍ରୀ ମିଳିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ହୋଇନାହିଁ । ଗତ ବର୍ଷ ଠାରୁ କେନ୍ଦ୍ର ସରକାର ଗରିବ ପରିବାରକୁ ମାଗଣାରେ ରାସନ୍‌ ଦେବାକୁ ଘୋଷଣା କରିଥିଲେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଏହି ସ୍କିମ୍‌କୁ ନଭେମ୍ୱରକୁ ଘୁଞ୍ଚାଇ ଦେଇଥିଲେ । ଏଥିରେ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କେନ୍ଦ୍ର ସରକାର କରିବେ ।

ଖାଦ୍ୟ ସଚିବ ସୁଧଂଶୁ ପାଣ୍ଡେ ଶୁକ୍ରବାର ଦିନ କହିଛନ୍ତି, ଅର୍ଥନୀତି ବର୍ତ୍ତମାନ ଧିରେଧିରେ ସୁଧାର ଆଡକୁ ଗତି କରୁଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନାକୁ ବଢାଇବା ପାଇଁ କୌଣସି ଯୋଜନା ନାହିଁ। ତେଲର ଦାମ୍‌ ବୃଦ୍ଧିକୁ ନେଇ ସେ କହିଛନ୍ତି ଯେ ଦେଶର ଅନେକ ରାଜ୍ୟରେ ତେଲର ଦାମ୍‌ ହ୍ରାସ ପାଉଛି। ବିଭିନ୍ନ ସ୍ଥାନରେ ୭ ରୁ ୨୦ ଟଙ୍କା ହ୍ରାସ ହୋଇଥିବା ଦେଖାଯାଇଛି। ଖଜୁରୀ ତେଲ, ଭୂତଳ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଦେଶରେ ଅଭାବ ଦେଖାଉଛି । କହି ରଖୁଛୁ ଯେ, ଗତ କିଛି ଦିନ ମଧ୍ୟରେ ଖାଇବା ତେଲର ମୁଦ୍ରାସ୍ଫୀତି ଏକ ବଡ଼ ପ୍ରସଙ୍ଗ ହୋଇଛି। ଯେଉଁଥିରେ ସରକାରଙ୍କ ଉଦ୍ୟମ ଯୋଗୁଁ ସାମାନ୍ୟ ହ୍ରାସ ଘଟିଛି, ତଥାପି ଏହାର ମୂଲ୍ୟ ଲିଟର ପିଛା ୨୦୦ରୁ ଅଧିକ ରହିଛି।

   Related Posts