Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କରୋନା ଡାଏରୀ : ଯଦି ଆପଣ ଭାବୁଛନ୍ତି ସବୁ ଟ୍ରେନ ବନ୍ଦ ରହିଛି ତାହେଲେ ଜାଣନ୍ତୁ ଏହି ରେଳ କର୍ମଚାରୀଙ୍କ ଦୁଃଖ

15/04/2020 at 1:35 PM

କୋଲକାତା ୧୫/୦୪ : ଜାଣନ୍ତୁ କରୋନା ଲଢେଇରେ ଜଣେ ରେଲା କର୍ମଚାରୀଙ୍କ କାହାଣୀ | “ମୋ ଘର ପଶ୍ଚିମବଙ୍ଗରେ | ସବୁ ଲୋକେ ନିଜ ନିଜ ଘରେ ଅଛନ୍ତି | କିନ୍ତୁ ଆମ ଭଳି କିଛି ଲୋକ ଦାୟିତ୍ୱ କରୁଛୁ | ଆପଣ ଭାବୁଥିବେ ଏପରି କେମିତି ? ଟ୍ରେନ ତ ବନ୍ଦ ରହିଛି ତେବେ ରେଳ କର୍ମଚାରୀ କଣ କାମ କରୁଛନ୍ତି ? କିନ୍ତୁ ଆମେ ଏବେ ବି ଟ୍ରେନ ଚଲାଉଛୁ | କିନ୍ତୁ ଯାତ୍ରୀବାହୀ ଟ୍ରେନ ନୁହଁ ମାଲବାହୀ ଟ୍ରେନ | ସାରା ଦେଶରେ ଗୋଟିଏ ରାଜ୍ୟରୁ ଆଉ ଗୋଟେ ରାଜ୍ୟକୁ ଜିନିଷ ନିଆ ଅଣା କରୁଛୁ | ଏହି ଦାୟିତ୍ୱ ରେଳବାଇକୁ ଦିଆଯାଇଛି | ଖାଦ୍ୟପେୟ ଠାରୁ ଆରମ୍ଭ କରି ଔଷଧ, ସିମେଣ୍ଟ, କୋଇଲା ସବୁ ନେବା ଆଣିବା କରୁଛୁ |” ଜଣେ ରେଳ କର୍ମଚାରୀ କହିଛନ୍ତି ଦେଶରେ ଲକଡାଉନ ଚାଲିଥିଲେ ମଧ୍ୟ ସେମାନେ ନିଜ ଦାୟିତ୍ୱ କରୁଛନ୍ତି |

 ସେ କହିଛନ୍ତି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅଧିକ ସମୟ କାମ କରିବାକୁ ପଡୁଛି | କାରଣ ସମସ୍ତ ଡ୍ରାଇଭର ଡ୍ୟୁଟିରେ ନାହାନ୍ତି | ବହୁତ ଲୋକ ନିଜ ନିଜ ଘରକୁ ପଳାଇ ଯାଇଛନ୍ତି | କିଛି ଲୋକ ହିଁ ଡ୍ୟୁଟି କରୁଛନ୍ତି | ସେଥିପାଇଁ ସିଫ୍ଟ ଅନୁଯାୟୀ କାମ ହେଇପାରୁନାହିଁ | ଯେବେ ଯାଏଁ ଜଣେ ଡ୍ରାଇଭର ସଠିକ ପରାମର୍ଶ ନ ଦିଅନ୍ତି ଡ୍ରାଇଭର ଟ୍ରେନ ଛାଡି ଯାଇପାରିବେ ନାହିଁ | ସେଥିପାଇଁ ଅଧିକ ଦୂର ଯାଉଥିବା ଟ୍ରେନରେ ଅପେକ୍ଷା କରିବାକୁ ପଡୁଛି |

ସେ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ଘୋଷଣା କରିଥିଲେ ସେତେବେଳେ ସେ ଭାବିଥିଲେ ଘରକୁ ଯିବେ | କିନ୍ତୁ ସେତେବେଳେ ନିର୍ଦେଶ ଆସିଥିଲା ଯେ ମାଲବାହୀ ଗାଡି ଚାଲିବ | ସେଥିପାଇଁ କିଛି ଲୋକଙ୍କୁ ଡ୍ୟୁଟି ଯଏନ କରିବାକୁ ପଡିବ | ତାଙ୍କ ଜୋନରୁ ପ୍ରାୟ ୨୦ ଜଣ ଡ୍ରାଇଭର ଡ୍ୟୁଟି କରୁଛନ୍ତି ବୋଲି ସେ କହିଛନ୍ତି | କେଉଁ ଡ୍ରାଇଭର କେତେ ଦୂର ଯାଉଛନ୍ତି ତାହା ରେଜିଷ୍ଟରରେ ରେକର୍ଡ ରହେ | ସେ କହିଛନ୍ତି ଲକଡାଉନ ଆରମ୍ଭ ହେବା ପରେ ତାଙ୍କ ଜୋନରେ ସେ ସବୁଠାରୁ ଅଧିକ ଡ୍ୟୁଟି କରିଛନ୍ତି | ସେଠାକାର ଏକ ଖବରକାଗଜ ଏହା ପ୍ରସାରଣ କରିଥିଲା ଯେ, ଇଏ ହେଉଛନ୍ତି କରୋନାର ଅସଲ ସିପାହୀ | କିନ୍ତୁ ଏହା ଅଧିକାରୀଙ୍କୁ ଭଲ ଲାଗିନଥିଲା | ସେ କହିଛନ୍ତି ବୋଧହୁଏ ଅଧିକାରୀ ଭାବିଥିବେ ଯେ କାମ ତ ସମସ୍ତେ କରୁଛନ୍ତି ତେବେ ଜଣକର ନାଁ ହିଁ କାହିଁକି ସାମ୍ନାକୁ ଆସିଛି | ସେଥିରେ ଅଧିକାରୀ ଉତକ୍ଷିପ୍ତ ହୋଇ କହିଥିଲେ ଯେ କାମରେ ଧ୍ୟାନ ଦିଅ ନାଁରେ ନୁହେଁ | ତେବେ ଏଥିରେ ତାଙ୍କର କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି |

 ସେ କହିଛନ୍ତି ତାଙ୍କ ଝିଅ ଜଣେ ଡାକ୍ତର | ସେ ବର୍ତ୍ତମାନ ଦିଲ୍ଲୀରେ କାର୍ଯ୍ୟରତ | ତାଙ୍କର ମଧ୍ୟ ଏକ ଛୋଟ ଶିଶୁ ଅଛି | ଛୋଟ ଶିଶୁକୁ ଘରେ ଛାଡି ସେ ଡ୍ୟୁଟି କରିବାକୁ ଯାଉଛି | କେବେ କେବେ ଝିଅ ସହ କଥା ହେଲେ ସେ କୁହନ୍ତି ଯେ, “ବାପା ଆମେ ସେହି ସୁପରହିରୋ ଯେଉଁମାନଙ୍କ ପରିଚୟ ମାସ୍କ ଦେଇଥାଏ |”

ସେ କହିଛନ୍ତି ଝିଅର କଥା ଶୁଣିବା ପରେ ମୁଁ ଭାବେ ଏଥିରେ ମନ ଦୁଃଖ କରିବାର କିଛି ନାହିଁ | ଯାହା ଡ୍ୟୁଟି ଥିଲା ସେୟା ହିଁ କରିଛୁ | ଯେଉଁ କାମ କରିବା ଦ୍ୱାରା ଲୋକଙ୍କ ସୁବିଧା ହେଉଛି ସେଥିରେ ମୁଁ ଏକା ନୁହେଁ ଅନେକ ଲୋକ ଅଛନ୍ତି | ଅନେକ ଲୋକ ଏହି ପରିସ୍ଥିତିରେ ଜନତାଙ୍କ ସୁବିଧା ପାଇଁ କାମ କରୁଛନ୍ତି | ସେଥିପାଇଁ ସେ ଏହି ସାକ୍ଷାତକାରରେ ନିଜ ନାଁ ଗୋପନ ରଖିବାକୁ କହିଛନ୍ତି | ସେ କହିଛନ୍ତି ଯେବେ ଜଏନ ବଞ୍ଚିଛୁ ଦାୟିତ୍ୱ କରିବୁ, ଆଗକୁ ଭଗବାନଙ୍କ ଇଛା | ଆଉ ବର୍ଷେ ୨ ବର୍ଷ ଭିତରେ ସେ ଅବସର ଗ୍ରହଣ କରିବେ | ଅବସର ନେବା ପରେ ନିଜ ନାତିକୁ ଏ ସବୁ କହିବେ ବୋଲି ସେ କହିଛନ୍ତି ଯେ କିଭଳି ଲକଡାଉନ ସମୟରେ ସେ ଡ୍ୟୁଟି କରୁଥିଲେ |

ଶେଷରେ ସେ କହିଛନ୍ତି ଜୀବନରେ ଶୂନଶାନ ଷ୍ଟେସନ ଦେଖିବା ବାକିଥିଲା, କରୋନା ତାହା ମଧ୍ୟ ଦେଖାଇଦେଲା |

   Related Posts