ଆପଣଙ୍କ ରାଶି ଉପରେ ଯଦି ରହିଛି ସୂର୍ଯ୍ୟଙ୍କ କୁଦୃଷ୍ଟି : ତେବେ ରବିବାର କରନ୍ତୁ ସୂର୍ଯ୍ୟପୂଜା , ଜାଣନ୍ତୁ ସୂର୍ଯ୍ୟ ପୂଜାବିଧି ବିଷୟରେ

Published By : Prameya-News7 Bureau | April 11, 2020 IST

ପୃଥିବୀପୃଷ୍ଠରୁ ସିଧାସଳଖ ଦେଖାଯାଉଥିବା ପ୍ରତ୍ୟେକ୍ଷ ଦେବତା ହେଉଛନ୍ତି ସୂର୍ଯ୍ୟ ଦେବତା। ସେ ସମସ୍ତ ପ୍ରାଣୀ,ଗଛଲତାଙ୍କ ଜୀବନର ଆଧାର। ସୂର୍ଯ୍ୟ ଦେବତାଙ୍କୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ରାଶିର ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥିବ ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଆସିପାରେ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କଠୁ ହେବାକୁ ଥିବା ଅସୁବିଧା ଏବଂ ଏହାର ନିବାରଣ।

କୌଣସି ବ୍ୟକ୍ତିଙ୍କ ସୂର୍ଯ୍ୟ ଦୁର୍ବଳ ହେଲେ ତାଙ୍କୁ ରାଜକୋପର ସମ୍ମୁଖୀନ ହେବାକୁ ପଡ଼ିପାରେ। ତାଙ୍କୁ ବିଭିନ୍ନ ଶାରିରୀକ ପୀଡ଼ା ହୋଇପାରେ ଯେପରିକି- ପିତ୍ତ,ଜ୍ବର,ବାତ,ପେଟ ଯନ୍ତ୍ରଣା,ଚକ୍ଷୁ ରୋଜ ଏବଂ ଚର୍ମରୋଗ ଆଦି।

କରନ୍ତୁ ଏହି ଉପାୟ : ସୂର୍ଯ୍ୟ ଦେବତାଙ୍କ କୃପା ପାଇବା ପାଇଁ ନିମ୍ନଲିଖିତ ମନ୍ତ୍ରଗୁଡ଼ିକୁ ୭୦୦୦ଥର ଜପ କରିବା ଉଚିତ୍। ଏହି ମନ୍ତ୍ରଗୁଡ଼ିକୁ ଯେକୌଣସି ରବିବାରଠୁ ଜପ ଆରମ୍ଭ କରିପାରିବେ। ନିର୍ଦ୍ଧାରିତ ଥର ଜପ ସରିବା ପରେ ୧୦୮ଥର ଯଜ୍ଞ କରନ୍ତୁ।

ସୂର୍ଯ୍ୟ ମନ୍ତ୍ର : ଓଁ ଆ କୃଷ୍ଣେନ ରଜସା ବର୍ତ୍ତମାନମୋ ନବିଶେୟନ୍ନମୃତମୃତ୍ୟଂ ଚ।

ହିରଣ୍ୟେନ ସବିତା ରଥେନା ଦେବୋ ୟାତି ଭୁବନାନି ପଶ୍ୟନ୍।।

ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର : ଓଁ ଭାସ୍କରାୟ ବିଦ୍ରହେ ଦିବାକରାୟ ଧିମହି ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍।।

ଉପରୋକ୍ତ ମନ୍ତ୍ର ଜପ କରିବା ପରେ ବିଧି ଅନୁସାରେ ଆମ୍ବ, ପଳାଶ ଗଛର ଶୁଖିଲା କାଠରେ ଗାଈ ଘିଅରେ ୧୦୮ଆହୁତି ମନ୍ତ୍ର ଯଜ୍ଞ କରନ୍ତୁ। ରବିବାର ସକାଳେ ହିଁ ଯଜ୍ଞ କରନ୍ତୁ। ଏହା ଦ୍ବାରା ସୂର୍ଯ୍ୟଙ୍କଠାରୁ ମିଳୁଥିବା କ​ଷ୍ଟରୁ କିଛି ଦିନ ପାଇଁ ମୁକ୍ତି ମିଳିବ। ଯେତେବେଳେ ସୂର୍ଯ୍ୟ ମନ୍ତ୍ର ଜପ କରିବେ ସେତେବେଳେ ତମ୍ବାରେ ପ୍ରସ୍ତୁତ ସୂର୍ଯ୍ୟ ଯନ୍ତ୍ରକୁ ନିଜ ପୂଜା ସ୍ଥଳରେ ରଖିବେ। ସୂର୍ଯ୍ୟ ମନ୍ତ୍ର ଦ୍ବାରା ଉକ୍ତ ସୂର୍ଯ୍ୟ ଯନ୍ତ୍ର ସିଦ୍ଧ ହୋଇଯିବ। ଏହା ପରେ ସୂର୍ଯ୍ୟ ଯନ୍ତ୍ରକୁ ସବୁବେଳେ ନିଜ ପାଖରେ ରଖିଲେ ସୂର୍ଯ୍ୟଙ୍କ କୃପା ଆପଣଙ୍କ ପାଖେ ସଦା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.