‘ମ୍ୟାନ ଭର୍ସେସ୍ ଓ୍ବାଇଲ୍ଡ’ ‘ସୋ’ର ଉପସ୍ଥାପକ ବେୟର ଗ୍ରିଲ୍ସଙ୍କ ସଂପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି ଥିଲା ତାଙ୍କ ଜୀବନଶୈଳୀ

Published By : Prameya-News7 Bureau | August 12, 2019 IST

ନୂଆଦିଲ୍ଲୀ୧୨|୮: ବେୟାର ଗ୍ରିଲ୍ସ ଏମିତି ଜଣେ ବ୍ୟକ୍ତି ଯିଏ ପୋକ,ଜୋକ ଓ ସାପଭଳି ଅନେକ କୀଟପତଙ୍ଗକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଡିସ୍‌କଭରି ଚ୍ୟାନେଲରେ ପ୍ରସାରିତ ‘ମ୍ୟାନ ଭର୍ସେସ୍ ଓ୍ବାଇଲ୍ଡ’ ‘ସୋ’ ର ଲୋକପ୍ରିୟ ଉପସ୍ଥାପକ ବେୟର ଗ୍ରିଲ୍ସ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରକ୍ ଓବାମା ଓ ଅନେକ ହଲିଉଡ ସୁପର ଷ୍ଟାର ତାଙ୍କ ‘ସୋ’ରେ ଅଂଶ ଗ୍ରହଣ କରିଛନ୍ତି। ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେୟର ଗ୍ରିଲ୍ସଙ୍କ ‘ସୋ’ ରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଆଜି ରାତି ୯ ଟାରେ ବେୟର ଗ୍ରିଲ୍ସଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମ୍ୟାନ ଭର୍ସେସ୍ ଓ୍ବାଇଲ୍ଡ’ ‘ସୋ’ ରେ ଦେଖିବାକୁ ପାଇବେ। ଏହି ଲୋକପ୍ରିୟ ଉପସ୍ଥାପକ ବେୟର ଗ୍ରିଲ୍ସଙ୍କ ସଂପର୍କରେ ଜାଣନ୍ତୁ

{"id":143570}

୧୯୭୪ ମସିହା ଜୁନ ୭ ତାରିଖରେ ବେୟର ଗ୍ରିଲ୍ସ ଲଣ୍ଡନରେ ଜନ୍ମ ଗ୍ରହଣ  କରିଥିଲେ। ବେୟର ଗ୍ରିଲ୍ସଙ୍କ ପ୍ରକୃତ ନାଁ ହେଉଛି ଏଡଓ୍ବାର୍ଡ ମାଇକେଲ ଗ୍ରିଲ୍ସ ଏବଂ ବେୟର ଗ୍ରିଲ୍ସଙ୍କ ଜେଜେ ନେଭିଲ ଫୋର୍ଡ ଓ ତାଙ୍କ ଜେଜେଙ୍କର ବାପା ଓ୍ବିଲିୟମ ଅଗସ୍ଟସ ଫୋର୍ଡ ଦୁଇ ଜଣ ଭଲ କ୍ରିକେଟର ଥିଲେ।

{"id":143571}

 ବେୟର ଗ୍ରିଲ୍ସଙ୍କ ବାପାଙ୍କ ନାଁ ସର ମାଇକେଲ ଗ୍ରିଲ୍ସ। ସେ କଞ୍ଜରଭେଟିଭ ପାର୍ଟିର ନେତା ଥିଲେ। ତାଙ୍କ ବଡ଼ ଭଉଣୀ ଲାରା ଫାସେଟ କାର୍ଡିଓ ଟେନିସ୍ କୋଚ ଭାବେ ଜଣାଶୁଣା। ବେୟର ଗ୍ରିଲ୍ସଙ୍କ ଜନ୍ମ ହେବାର ଏକ ସପ୍ତାହ ପରେ ତାଙ୍କ ବଡ ଭଉଣୀ ଏହି ନାଁ ଦେଇଥିଲେ।

{"id":143572}

 ବେୟର ଗ୍ରିଲ୍ସ ଛୋଟ ସମୟରୁ ବହୁତ ସାହସୀ ଥିଲେ। ଇଂରାଜୀ, ସ୍ପେନିସ୍, ​‌ଫ୍ରେଞ୍ଚ ଓ ଆମେରିକା ଭାଷା ଜାଣିବା ପାଇଁ ତାଙ୍କର ବହୁତ ଆଗ୍ରହ ଥିଲା। ସେ ଛୋଟ ସମୟରୁ ସ୍କାଇଡିଭାଇଂ ଓ ବ୍ଲାକ ବେଲଟ କରାଟି ଶିକ୍ଷା ଗ୍ରହଣ କରିଥିଲେ।

{"id":143573}

ବେୟର ଇ-ଟୋନ କଲେଜ ସହ ବ୍ରିକବ୍ରେକ ୟୁନିର୍ଭସିଟିରୁ ପାଠପଢ଼ା ସାରିଥିଲେ। ସେ କ୍ରିଷ୍ଟିଆନ ଧର୍ମକୁ ବିଶ୍ବାସ କରୁଥିଲେ। ୨୦୦୦ ମସିହାରେ ସାରା ଗ୍ରିଲ୍ସଙ୍କୁ ସେ ବିବାହ କରିଥିଲେ।

{"id":143574}

ବ୍ରିଟିଶ ସେନାବାହିନୀରେ ୩ ବର୍ଷ ପର୍ଯ୍ୟନ୍ତ ବେୟର ଗ୍ରିଲ୍ସ କାର୍ଯ୍ୟ କରିଥିଲେ। ୨୦୦୪ ମସିହାରେ ରୟାଲ ନେଭି ରିଜର୍ଭ ପକ୍ଷରୁ ତାଙ୍କୁ ଲେଫ୍ଟିନେଟ କମାଣ୍ଡର ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ୧୯୯୮ ମସିହା ମେ ୨୩ ତାରିଖରେ ଏଭରେଷ୍ଟ ପର୍ବତ ଚଢ଼ିବାର ସ୍ବପ୍ନ ତାଙ୍କର ପୂରଣ ହୋଇଥିଲା।

{"id":143575}

 ଏଭରେଷ୍ଟ ଚଢ଼ିବାର ୧୮ ମାସ ପରେ ପାରାଚୁଟ ଲ୍ୟାଣ୍ଡିଂ କରିବା ସମୟରେ ସେ ଗୁରୁତର ଆଘାତ ହୋଇଥିଲେ। ତାଙ୍କର ସ୍ପାଇନାଲ କର୍ଡରେ ଆଘାତ ଲାଗିଥିଲା। ଶକ୍ତ ଆଘାତ ପରେ ବି ପୁଣି ସେ କଷ୍ଟକରି ତାଙ୍କର ଜୀବନ ଯାତ୍ରା ଆରମ୍ଭ କରିଥିଲେ।

{"id":143578}

୨୦୦୩ ମସିହାରେ ପାଞ୍ଚଜଣ ସାଙ୍ଗ ସହ ମିଶି ସେ ନର୍ଥ ଅଟଲାଣ୍ଟିକା ଓସେନ ଯାତ୍ରା ଶେଷ କରିଥିଲେ। ବେୟର ଗ୍ରିଲ୍ସ ମଧ୍ୟ ବହୁ ପୁସ୍ତକ ଲେଖିଛନ୍ତି। ଯଦି ବେୟର ଗ୍ରିଲ୍ସଙ୍କ ପାରିବାରିକ ଜୀବନ କଥା କହିବା ତେବେ ସେ ନିଜ କାମରୁ ସମୟ ବାହାର କରି ପରିବାର ସାଙ୍ଗରେ ରହିବାକୁ ଭଲ ପାଉଥିଲେ।

{"id":143579,"width":559,"height":344}

କୌଣସି ବିପଦଜନକ ଯାତ୍ରା କରିବା ପୂର୍ବରୁ ପରିବାର ସଦସ୍ୟଙ୍କ ଫଟୋ ସେ ସାଙ୍ଗରେ ନେଇଯାଇଥାନ୍ତି। ୨୦୦୯ ମସିହାରେ ତାଙ୍କୁ ଚିଫ୍ ସ୍କାଉଟ ଭାବେ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ବେୟର ଗ୍ରିଲ୍ସ ଅନେକ ଟିଭି ସୋ ରେ ଅଂଶ ଗ୍ରହଣ କରିସାରିଛନ୍ତି। ବେୟର ଗ୍ରିଲ୍ସଙ୍କ ‘ମ୍ୟାନ ଭର୍ସେସ୍ ଓ୍ବାଇଲ୍ଡ’  ସୋ ବିଶ୍ବରେ ବେଶ ଆଦୃତ ଲାଭ କରିଛି। ଆଜି ଭାରତର ପ୍ରଧାନମନ୍ତ୍ରୀଙ୍କୁ ବେୟର ଗ୍ରିଲ୍ସଙ୍କ ସହ ରାତି ୯ଟାରେ ଡିସକଭରି ଚ୍ୟାନେଲରେ ଦେଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.