୪ଥର ବିବାହ କରିଛନ୍ତି 'ହିନା' ଅଭିନେତ୍ରୀ ଜେବା, ଜାଭେଦ ଜାଫ୍ରି ଓ ଅଦନାନ ସାମୀଙ୍କ ସହ ହୋଇଥିଲା ବିବାହ ବିଚ୍ଛେଦ

Published By : Prameya-News7 Bureau | June 08, 2021 IST

ମୁମ୍ବାଇ ୦୮/୦୬ : କୌଣସି ଅଭିନେତା ୪ ଥର ବିବାହ କରିଥିବା ତ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ କେଉଁ ଅଭିନେତ୍ରୀ ୪ଥର ବିବାହ କରିଥିବା ଶୁଣିନଥିବେ । ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ୪ଥର ବିବାହ କରିଥିଲେ । ସେହି ଅଭିନେତ୍ରୀ ହେଲେ ଜେବା ବଖତିଆର (Zeba Bakhtiar) । ସେ ପାକିସ୍ତାନର ଜଣାଶୁଣା ଲୋକପ୍ରିୟ ଟିଭି ଓ ଫିଲ୍ମ କଳାକାର ।

{"id":463325,"sizeSlug":"large","linkDestination":"none"}

ଜେବା ବଖତିଆର ବଲିଉଡରେ ରାଜ କପୁରଙ୍କ ଫିଲ୍ମ 'ହିନା'ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ୧୯୯୧ ରେ ରିଲିଜ ହୋଇଥିଲା । ଫିଲ୍ମ ସୁପରହିଟ୍ ହୋଇଥିଲା । ଫିଲ୍ମଟି ଜେବା ବଖତିଆରଙ୍କ ଲୋକପ୍ରିୟତାକୁ ଶୀର୍ଷରେ ପହଞ୍ଚାଇଥିଲା ।

{"id":463328,"sizeSlug":"large","linkDestination":"none"}

ଜେବା ବଖତିଆରଙ୍କ ପିତା ପାକିସ୍ତାନର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ତାଙ୍କ ମା' ହଙ୍ଗେରୀର । ଜେବା ବଖତିଆରଙ୍କ ପ୍ରଥମ ବିବାହ ପାକିସ୍ତାନରେ ରହୁଥିବା ସଲମାନ ବଲ୍ଲିୟାନିଙ୍କ ସହ ହୋଇଥିଲା । ଏହି ସମ୍ପର୍କ ଅଧିକ ଦିନ ଚାଲିନଥିଲା ଓ ବିବାହ ବିଚ୍ଛେଦ ହୋଇଯାଇଥିଲା । ଏହାପରେ ଜେବା ବଖତିଆର ଭାରତରେ ଦ୍ୱିତୀୟ ବିବାହ କରିଥିଲେ । ସେ ଅଭିନେତା ଜାଭେଦ ଜାଫ୍ରିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଜାଭେଦଙ୍କ ସହ ମଧ୍ୟ ତାଙ୍କ ବିବାହ ଭାଙ୍ଗି ଯାଇଥିଲା ଓ ଦୁହେଁ ଅଲଗା ହୋଇଯାଇଥିଲେ ।

{"id":463327,"sizeSlug":"large","linkDestination":"none"}

ଏହାପରେ ଜେବା ବଖତିଆର ଅଦନାନ ସାମୀଙ୍କୁ ତୃତୀୟ ବିବାହ କରିଥିଲେ । ଅଦନାନଙ୍କ ବାହାଘର ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା । କିନ୍ତୁ ଅଦନାନଙ୍କ ସହ ମଧ୍ୟ ତାଙ୍କ ବୈବାହିକ ସମ୍ପର୍କ ଭଲ ରହିଲାନି ଓ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ ପାକିସ୍ତାନରେ ସୋହେଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଜେବା ବଖତିଆର ଏବେ ପାକିସ୍ତାନରେ ହିଁ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.