ଇଏ ହେଉଛନ୍ତି 'ବଚପନ କା ପ୍ୟାର'ର ଅସଲି ଗାୟକ, ୩ ବର୍ଷ ପୂର୍ବରୁ ଗାଇଥିଲେ ଗୀତ, ଭାଇରାଲ୍ କଲେ ସହଦେବ

Published By : Prameya-News7 Bureau | August 03, 2021 IST

ଅହମଦାବାଦ ୦୩/୦୮ : ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରତିଦିନ ନାନା ମାମଲା ସାମ୍ନାକୁ ଆସୁଛି। କିଛି ଲୋକ ସୋସିଆଲ ମିଡ଼ିଆରେ ରାତାରାତି ଷ୍ଟାର ହୋଇ ଯାଉଛନ୍ତି। ଗତ କିଛି ଦିନ ହେଲା ଇଣ୍ଟରନେଟରେ 'ବଚପନ କା ପ୍ୟାର' ଗୀତ ଧମାଲ କରୁଛି। ଗୀତକୁ ଛତିଶଗଡ଼ ସୁକମା ଅଞ୍ଚଳର ସହଦେବ ନାମକ ଜଣେ ଶିଶୁ ଗାଇଛନ୍ତି। ଏହି ଗୀତ ଗାଈ ସହଦେଵ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଛନ୍ତି। ସହଦେଵ ଏହି ଗୀତକୁ ଯେଉଁ ଅନ୍ଦାଜରେ ଗାଇଛନ୍ତି ଲୋକେ ତାର ଅନେକ ଭର୍ସନ ବାହାର କରିବା ସହ ମିମ ମଧ୍ୟ ତିଆରି କରୁଛନ୍ତି। ଶିଶୁଟି ରାତାରାତି ଇଣ୍ଟରନେଟ ସେନସେସନ ହୋଇଯାଇଛି। ସହଦେବଙ୍କ ପରେ ବର୍ତ୍ତମାନ 'ବଚପନ କା ପ୍ୟାର'ର ଅସଲି ଗାୟକଙ୍କ ନାଁ ସାମ୍ନାକୁ ଆସିଛି। ଗୀତର ଅସଲି ଗାୟକ କମଲେଶ ବରୋଟ।

ସହଦେଵ ଲୋକପ୍ରିୟ ହେବାପରେ ଅନେକ ଲୋକ ଜାଣିବାକୁ ଚାହିଁଥିଲେ ଯେ ସତରେ ଏମିତି କିଛି ଗୀତ ଅଛି କି ? ଏହାପରେ ଏକ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି ଭିଡିଓ ଜରିଆରେ ଜଣାପଡିଛି ଯେ 'ବଚପନ କା ପ୍ୟାର' ଗୀତ ଜଣେ ଗୁଜରାଟୀ ଗାୟକ କମଲେଶ ଗାଇଥିଲେ। ସେ ୩ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ ରେ ନିଜର ମ୍ୟୁଜିକ ଭିଡିଓ ରିଲିଜ କରିଥିଲେ। ଯାହାକୁ ୨୦୨୧ ରେ ସହଦେଵଙ୍କ ପାଇଁ ନୂଆ ପରିଚୟ ମିଳିଛି।

ଭିଡିଓରେ କମଲେସ ନିଜେ ଜଣେ ଯୁବତୀଙ୍କ ସହ ନଜର ଆସିଛନ୍ତି। ମହିଳାଙ୍କୁ ସେ ବଚପନ କା ପ୍ୟାର ବୋଲି କହିଛନ୍ତି। ଏହି ଭିଡିଓକୁ ଏବେ ସୁଦ୍ଧା ୬୦ ଲକ୍ଷରୁ ଅଧିକ ୟୁଜର୍ସ ଦେଖି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.