ସାରା ଦେଶରେ ଲାଗୁ ହେବ ଗୋଟିଏ କାର୍ଡ : ଜାଣନ୍ତୁ କ'ଣ ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ଯୋଜନା

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫/୦୫ : କରୋନା ସଙ୍କଟ ଓ ଲକଡାଉନ୍ ସ୍ଥିତି ମଧ୍ୟରେ ଗୁରୁବାର, ମେ ୧୪ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି | ପ୍ରବାସୀ ଶ୍ରମିକ, ଚାଷୀ ଓ ଉଠା ବେପାରୀଙ୍କ ପାଇଁ ୯ଟି ବଡ ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ସାରା ଦେଶରେ ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ଯୋଜନା ଲାଗୁ କରାଯିବ | ଏହି ଯୋଜନା ସାର୍ବଜନୀନ ବିତରଣ ସହ ଜଡିତ ୮୩ ପ୍ରତିଶତ ଜନତାଙ୍କୁ କଭର କରିବ ବୋଲି ସୀତାରମଣ କହିଛନ୍ତି | ଦେଶର ୨୩ ରାଜ୍ୟରେ ଥିବା ୬୭ କୋଟି ରାସନକାର୍ଡଧାରୀ ଚଳିତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାସନାଲ୍ ପୋର୍ଟାବିଲିଟି ଅନ୍ତର୍ଭୁକ୍ତ ହେବେ | ଏହି ପିଡ଼ିଏସ୍ ଜନସଂଖ୍ୟାର ୮୩ ପ୍ରତିଶତ | ୨୦୨୧ ମାର୍ଚ୍ଚ ମାସ ପୂର୍ବରୁ ୧୦୦ ପ୍ରତିଶତ ନ୍ୟାସନାଲ୍ ପୋର୍ଟାବିଲିଟି ହାସଲ କରାଯିବ | ପୂର୍ବରୁ ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ଯୋଜନା ଚଳିତବର୍ଷ ଜୁନ ୧ ତାରିଖରୁ ଲାଗୁ କରାଯିବାକୁ ଯୋଜନା ହୋଇଥିଲା | 

{"id":270143,"sizeSlug":"large"}

ଏହି ଯୋଜନା ମୋବାଇଲ ନମ୍ବର ପୋର୍ଟାବିଲିଟି ଭଳି | ମୋବାଇଲ ପୋର୍ଟରେ ଯେମିତି ଫୋନ ନମ୍ବର ବଦାଲିନଥାଏ ଏବଂ ଆପଣ ଗୋଟିଏ ନମ୍ବରରେ ପୁରା ଦେଶରେ ଯେଉଁଆଡେ ଗଲେ ମଧ୍ୟ ବ୍ୟବହାର କରିପାରନ୍ତି ଠିକ ସେହିଭଳି ରାସନ୍ କାର୍ଡ ପୋର୍ଟାବିଲିଟିରେ ଆପଣଙ୍କ ରାସନ୍ କାର୍ଡ ମଧ୍ୟ ବଦଳିବ ନାହିଁ | ଅର୍ଥାତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ ମଧ୍ୟ ଆପଣ ସେହି ସମାନ ରାସନ କାର୍ଡ ବ୍ୟବହାର କରିପାରିବେ | ସେହି ସମାନ ରାସନ୍ କାର୍ଡରେ ଅନ୍ୟ ରାଜ୍ୟରେ ମଧ୍ୟ ସରକାରୀ ରାସନ୍ କିଣିପାରିବେ |

{"id":270145,"sizeSlug":"large"}

ସରକାରଙ୍କ କହିବାନୁଯାୟୀ, ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ଯୋଜନା ଦ୍ୱାରା ରାସନ୍ ବଣ୍ଟନରେ ଦେଶରେ ଭ୍ରଷ୍ଟାଚାର ଏବଂ ଠକାମୀ ହ୍ରାସ ପାଇବ | ଅର୍ଥାତ ଏଥିରେ କୌଣସି ସୀମା କିମ୍ବା ବନ୍ଧନ ରହିବନାହିଁ | ରାସନକାର୍ଡଧାରୀ ଦେଶର ଯେକୌଣସି ରାଜ୍ୟରୁ ରାସନ କିଣିପାରିବେ | ଅନ୍ୟ ରାଜ୍ୟକୁ ଗଲେ ମଧ୍ୟ କୌଣସି ନୂଆ ରାସନ୍ କାର୍ଡ ଆବଶ୍ୟକ ହେବନାହିଁ | ରାସନ୍ କିଣିବା ପାଇଁ ପୁରୁଣା ରାସନ୍ କାର୍ଡ ମାନ୍ୟତା ହେବ | 

{"id":270144,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶ ଓ ବିହାର ସମେତ ଦେଶର ୧୭ ରାଜ୍ୟରେ ରାସନ କାର୍ଡ ପୋର୍ଟାବିଲିଟି ଲାଗୁ କରାଯାଇଛି | ଏହି ନିୟମ ଲାଗୁ କରିଥିବା ରାଜ୍ୟଗୁଡିକ ହେଲେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାରଖଣ୍ଡ, ତ୍ରିପୁରା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.