Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ପେଟ୍ରୋଲ୍-ଡିଜେଲ୍‌ରେ କେନ୍ଦ୍ର ଏବଂ ଓଡ଼ିଶା ସରକାର କେତେ ଟଙ୍କା ଟ୍ୟାକ୍ସ ନେଉଛନ୍ତି ? ଆସନ୍ତୁ ଜାଣିବା…

23/02/2021 at 7:10 PM

ଭୁବନେଶ୍ୱର,୨୩/୦୨ : ଦେଶରେ ଦିନକୁ ଦିନ ତୈଳ ଦର ଆକାଶ ଛୁଆଁ ହେଉଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୩୦ ପଇସା ଥିବା ବେଳେ ଡିଜେଲ ଦର ୮୮ଟଙ୍କା ୨୪ ପଇସା ରହିଛି । ତେବେ ଅଶୋଧିତ ତୈଳ ଦର କେତେ ରହିଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ କେତେ ଟ୍ୟାକ୍ସ ନେଉଛନ୍ତି ଆସନ୍ତୁ ତା ଉପରେ ନଜର ପକାଇବା…

ପେଟ୍ରୋଲ କ୍ରୟ ଓ ପ୍ରୋସେସିଂ ସହ ଦର ୩୭. ୦୯ ପଇସା ରହିଛି । ଏହା ପରେ ଏକ୍ସାଇଜ ଡ୍ୟୁଟି ୩୨ଟଙ୍କା ୯୦ ପଇସା ଏବଂ ରାଜ୍ୟର କର ବାବଦକୁ ୨୧ଟଙ୍କା ୩୧ ପଇସା ନିଆଯାଉଛି । ସେହିଭଳି ଡିଜେଲ କିଣା ଓ ପ୍ରୋସେସିଂ ୩୭ ଟଙ୍କା ୬୨ ପଇସା ଥିବାବେଳେ ଏହା ଉପରେ କେନ୍ଦ୍ର ଏକ୍ସାସାଇଜ ଡ୍ୟୁଟି ବାବଦକୁ ୩୧ଟଙ୍କା ୮୦ ଓ ରାଜ୍ୟ ସରକାର ଟ୍ୟାକ୍ସ ବାବଦକୁ ୧୮ ଟଙ୍କା ୮୨ ପଇସା ନେଉଛନ୍ତି । ଯେଉଁଥି ପାଇଁ ଡିଜେଲ ଦର ୮୮ ଟଙ୍କା ୨୪ ପଇସାରେ ପହଞ୍ଚିଛି । କେନ୍ଦ୍ର କହୁଛି ଯେ, ଯେଉଁ ଏକ୍ସାସାଇଜ ଡ୍ୟୁଟି ସଂଗ୍ରହ ହେଉଛି ସେଥିରୁ ବି ରାଜ୍ୟ ତାର ସେୟାର ନେଉଛି ।

ଫଳରେ ଓଡିଶା କଥା ବିଚାର କଲେ ପେଟ୍ରୋଲ ଉପରେ ରାଜ୍ୟ ସରକାର ୪୫ ପ୍ରତିଶତ ଟ୍ୟାକ୍ସ ବସାଉ ଥିବାବେଳେ ଡିଜେଲ ଉପରେ ୨୭.୧ ପ୍ରତିଶତ ଟ୍ୟାକ୍ସ ନେଉଛି ରାଜ୍ୟ । ଏହାକୁ ନେଇ ମଧ୍ୟ ଟଣା ଓଟରା ଚାଲିଛି । କିଛି ବଡ ରାଜ୍ୟ ଓଡିଶା ଠାରୁ ପେଟୋଲ ଡିଜେଲ ଉପରେ ଅଧିକ ଟ୍ୟାକ୍ସ ନେଉଥିବା ବେଳେ  କିଛି ରାଜ୍ୟ କମ ଟ୍ୟାକ୍ସ ନେଉଛନ୍ତି । ଫଳରେ ରାଜ୍ୟ-ରାଜ୍ୟ ଅନୁଯାୟୀ ଦର ଅଲଗା ଅଲଗା ରହୁଛି । କିଛି ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ଶହେ ଟଙ୍କା ଟପିଥିବା ବେଳେ ଅଧିକାଂଶ ଭାଗରେ ଏହା ୯୦ ଉପରକୁ ରହିଛି । 

ସେପଟେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଉତ୍ପାଦନକାରୀ ଦେଶଗୁଡ଼ିକ ଉତ୍ପାଦନ ହ୍ରାସ କରୁଥିବାରୁ ଭାରତ ଭଳି ଦେଶରେ ତୈଳଦର ବୃଦ୍ଧି ପାଉଛି । ତେବେ ତୈଳ ଦର ବୃଦ୍ଧି ସାମୟିକ ବୋଲି ସେ କହିଛନ୍ତି । ଅନ୍ୟପଟେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପେଟ୍ରୋଲ ଓ ଡିଜେଲ ଉପରେ କର ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି ।

   Related Posts