Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଜାରି ହେଲା ଅଗଷ୍ଟ ମାସ ଗାଇଡ୍‌ଲାଇନ୍‌, ଜାଣନ୍ତୁ ରାଜ୍ୟରେ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ

31/07/2021 at 4:22 PM

ଭୁବନେଶ୍ବର ୩୧/୦୭ :  ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରିଛନ୍ତି ସରକାର । ଏହି ଗାଇଡ୍‌ ଲାଇନ୍‌ ଅନୁସାରେ ପୂର୍ବାପେକ୍ଷା କିଛି କ୍ଷେତ୍ରକୁ କୋହଳ କରାଯାଇଛି । ଯାହା ଫଳରେ ଜୀବନ ଜୀବିକା ସୁଧୁରିବ ବୋଲି ଆଶା କରାଯାଉଛି । ତେବେ ଜାଣନ୍ତୁ ରାଜ୍ୟରେ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ । 

ଜାଣନ୍ତୁ ରାଜ୍ୟରେ କଣ କଣ ସବୁ ବନ୍ଦ ରହିବ-

ରାତି ୮ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ

କଟକ, ଭୁବନେଶ୍ବରରେ ଏବଂ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ

ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ମନା

ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ

ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ

ରାଜ୍ୟରେ କଣ କଣ ଖୋଲା ରହିବ-

ସକାଳ ୬ରୁ ରାତି ୮ ଯାଏ ସବୁ ଖୋଲା

୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌ ଖୋଲିବା

୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ଅପେରା  

ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ

ସମସ୍ତ ଆହାର କେନ୍ଦ୍ର ଖୋଲାରହିବ

ରେଷ୍ଟୁରାଣ୍ଟ ଖୋଲିବ

ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ

ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ

ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି

ମୀନା ବଜାର ଖୋଲାଯାଇପାରିବ

ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ

ମ୍ୟୁଜିୟମ, ନନ୍ଦନକାନନ, ସାପ୍ତାହିକ ହାଟ ଖୋଲା ରହିବ

ବସରେ ଯେତିକି ସିଟ୍‌ ସେତିକି ଯାତ୍ରୀଙ୍କୁ ନେଇ ଜାରି ରହିବ ବସ ଚଳାଚଳ

   Related Posts