ହୃଷିକେଶର ଛୋଟ ଗାଁର ଝିଅ ବଲିଉଡରେ କରିଛନ୍ତି ନାଁ : ବାପା ବିକୁଥିଲେ ସିଙ୍ଗଡ଼ା

Published By : Prameya-News7 Bureau | June 06, 2019 IST

ମୁମ୍ବାଇ ୬/୬: ସମସ୍ତଙ୍କୁ ନିଜ କଣ୍ଠସ୍ବରରେ ମନ୍ତ୍ରମୁଗ୍ଧ କରିଥିବା ନେହା କକ୍କର କାଲି ନିଜର ୩୧ତମ ଜନ୍ମଦିନ ପାଳନ କରିବେ। ହୃଷିକେଶର ନେହା କକ୍କର ନିଜର କ୍ୟାରିୟରର ଆରମ୍ଭ ଇଣ୍ଡିଆନ ଆଇଡଲର ପ୍ରତିଯୋଗୀ ଭାବେ କରିଥିଲେ। ନେହା ବଲିଉଡର ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ଗୀତ ଗାଇବା ବ୍ୟତୀତ ନେହାଙ୍କୁ ନାଚ ଏବଂ ମଡେଲିଂ ମଧ୍ୟ ବହୁତ ପସନ୍ଦ। ସେ ଅଧିକାଂଶ ସମୟରେ ସୋଶିଆଲ ମିଡିଆରେ ନିଜର ଡ୍ୟାନସିଙ୍ଗ୍ ଭିଡିଓ ସେୟାର କରିଥାଆନ୍ତି।

{"id":120209,"width":595,"height":595}

ଗୀତ ବ୍ୟତୀତ ନେହା ଯଦି ଆଉ କୈାଣସି କ୍ଷେତ୍ରରେ ନିଜ କ୍ୟାରିୟର କରିଥାଆନ୍ତେ ତାହା ଡ୍ୟାନସିଙ୍ଗ୍ କିମ୍ବା ମଡେଲିଂ ହୋଇଥାଆନ୍ତା। ନେହା ଜଣେ ମେଧାବୀ ଛାତ୍ର ଥିଲେ। ସେ ୪ବର୍ଷ ବୟସରୁ ଧାର୍ମିକ ଭଜନ ଗାଇବା ଆରମ୍ଭ କରି ଦେଇଥିଲେ।

{"id":120211,"width":595,"height":340}

ନେହାଙ୍କ ପୂର୍ବରୁ ତାଙ୍କ ବଡ଼ ଭଉଣୀ ସୋନୁ କକ୍କର ମଧ୍ୟ ଗୀତ ଗାଉଥିଲେ। ନେହାଙ୍କୁ ଗୀତ ଗାଇବାର ପ୍ରେରଣା ସୋନୁଙ୍କଠୁ ମିଳିଥିଲା। ନେହାଙ୍କ ଭାଇ ଟୋନି କକ୍କର ମଧ୍ୟ ଜଣେ ଗାୟକ। ନେହା ୨୦୦୬ମସିହାରୁ ନିଜର ସିଙ୍ଗିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ। ନେହା ଆରମ୍ଭରୁ ବହୁତ ସଂଘର୍ଷ କରିଥିଲେ। ନେହା ଏକ ଶୋ​‌ରେ କହିଥିଲେ ଯେ ବାପା ସୋନୁ ଦିଦିଙ୍‌କ ସ୍କୁଲ ବାହାରେ ସିଙ୍ଗଡ଼ା ବିକ୍ରି କରୁଥିଲେ। ପିଲାମାନେ ତାଙ୍କ ଦିଦିଙ୍କୁ ଚିଡ଼ାଉଥିଲେ।

{"id":120220,"width":595,"height":430}

ପରେ ସେ ଦିଲ୍ଲୀ ରହିବାକୁ ଆସିଥିଲେ। ସୋନୁ କକ୍କର ଏବଂ ଟୋନି ଜାଗରଣରେ ଗୀତ ଗାଉଥିଲେ।

{"id":120213,"width":594,"height":334}

କେତେକ ଲୋକେ ଆମ ଗୀତକୁ କେବେ ପ୍ରଶଂସା କରନ୍ତି ନାହିଁ। ତାଙ୍କ ଜୀବନରେ ୟୁଟର୍ଣ୍ଣ ସେତେବେଳେ ଆସିଥିଲା ଯେତେବେଳେ ସେ ସିଙ୍ଗିଙ୍ଗ ରିୟଲିଟି ଶୋରେ ଭାଗ ନେଇଥିଲେ।

{"id":120214,"width":594,"height":382}

ବ୍ୟକ୍ତିଗତ ଜୀବନ କଥା କହିବା ଯଦି ନେହା, ହିମାଂଶୁ କୋହଲିଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ। ଏବେ କିନ୍ତୁ ସେମାନଙ୍କର ବ୍ରେକଅପ୍ ହୋଇଯାଇଛି। ହିମାଂଶୁଙ୍କ ସହ ବ୍ରେକଅପ ପରେ ନେହା ଡିପ୍ରେସନରେ ଚାଲିଯାଇଥିଲେ। ଏହା ସେ ସୋଶିଆଲ ମିଡିଆରେ ଜଣାଇଥିଲେ। କିନ୍ତୁ ନେହା ଏବେ ଏହି ସମସ୍ୟାରୁ ନିଜକୁ ବାହାର କରି ସାରିଲେଣି ଏବଂ ସେ ଖୁସିରେ ରହୁଛନ୍ତି।

{"id":120216,"width":594,"height":395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.