ଜାଣିଛନ୍ତି କି ନେହା କକ୍କରଙ୍କ ସମ୍ପତ୍ତି ବିଷୟରେ : ଗୋଟିଏ ଗୀତ ପାଇଁ ନିଅନ୍ତି ଏତିକି ଟଙ୍କା

Published By : Prameya-News7 Bureau | April 07, 2019 IST

ମୁମ୍ବାଇ ୭/୪: ବଲିଉଡକୁ ଏପରି ଅନେକ ସିଙ୍ଗର ଆସିଛନ୍ତି ଯେଉଁମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ସିଙ୍ଗରଙ୍କ ମଧ୍ୟରୁ ନେହା କକ୍କର ଆଜି ଏପରି ଏକ ସ୍ଥାନରେ ପହଞ୍ଚିଛନ୍ତି ଯେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ତାଙ୍କ ନାଁ ରହିଛି। ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି।

{"id":101050,"width":593,"height":333}

ନେହା କକ୍କର ୨୦୦୬ମସିହାରେ ଇଣ୍ଡିଆନ ଆଇଡଲ-୨ରେ ଭାଗ ନେଇଥିଲେ। ଏଥିରେ ସେ ସଫଳ ହୋଇନଥିଲେ। ପରେ ସେ ନିଜର ଏକ ୟୁଟୁବ୍ ଚ୍ୟାନେଲ ଚାଲୁ କରିଥିଲେ। ଏଥିରେ ତାଙ୍କୁ ବିପୁଳ ସଫଳତା ମିଳିଥିଲା।

{"id":101052,"width":593,"height":470}

ଆଜି ନେହା ଗୋଟିଏ ଗୀତ ଗାଇବା ପାଇଁ ୧୦ରୁ ୧୫ଲକ୍ଷ ଟଙ୍କା ନିଅନ୍ତି। ନେହାଙ୍କୁ ମହଙ୍ଗା ଗାଡ଼ି ରଖିବାର ସଉକ ରହିଛି। ତାଙ୍କ ପାଖରେ ଅଡି,ରେଞ୍ଜ ରୋଭର ଏବଂ ଅନ୍ୟାନ୍ୟ ଦାମୀ ଗାଡ଼ି ରହିଛି। ଏହି ସ୍ଥାନରେ ପହଞ୍ଚିବାକୁ ନେହା ଅତ୍ୟନ୍ତ ପରିଶ୍ରମ କରିଥିଲେ।

{"id":101053,"width":594,"height":334}

ନେହା କକ୍କରଙ୍କ ବ୍ୟତୀତ ତାଙ୍କ ଭଉଣୀ ସୋନୁ କକ୍କର ଏବଂ ଭାଇ ଟୋନି କକ୍କର ମଧ୍ୟ ଭଲ ଗୀତ ଗାଆନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ଶୋ ରେ ତାଙ୍କୁ ଦିନେ ଖରାପ ସ୍ବର ପାଇଁ ଅଯୋଗ୍ୟ ଘୋଷିତ କରାଯାଇଥିଲା ଏବେ ସେହି ଶୋର ଜଜ୍ ସେ ହୋଇଛନ୍ତି।

{"id":101054,"width":595,"height":334}

ଯଦି ନେହାଙ୍କ ସମ୍ପତ୍ତି ବିଷୟରେ କହିବା ତେବେ ନେହାଙ୍କ ପାଖରେ ୫୦ରୁ ୬୦କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହା ବ୍ୟତୀତ ତାଙ୍କ ୮ଟି ବଡ଼ କାର ରହିଛି।   

{"id":101055,"width":593,"height":389}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.