Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଅଭିନେତାରୁ ରାଜନେତା କେମିତି ବନିଲେ ନବୀନ ପଟ୍ଟନାୟକ

4/08/2018 at 12:36 PM

ଭୁବନେଶ୍ବର ୪/୮: ଆଗେ ଥିଲେ ଅଭିନେତା ପରେ ହେଲେ ନେତା । ଅଭିନେତା ହିସାବରେ ତାଙ୍କ ରେ।ଲ ଥିଲା ବହୁ ସର୍ଟ । କିନ୍ତୁ ରାଜନୀତିରେ ବେଶ୍ ଲମ୍ବା ଇନିଂସ୍ ଖେଳିଲେଣି ଏହି ଅଭିନେତା ଟର୍ଣଡ଼ ନେତା । ସିଏ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରି ନବୀନ ପଟନାୟକ । ତାଙ୍କ ଉପରେ ଲେଖା ଯାଇଥିବା ପୁସ୍ତକରୁ ଜଣାପଡ଼ିଛି ନବୀନ ଫିଲ୍ମରେ ରେ।ଲ କରିଛନ୍ତି । ଆଉ ତାଙ୍କ ହାଇ ପ୍ରେ।ଫାଇଲ ସେ।ସିଆଲାଟ୍ ଲାଇଫ୍ ଷ୍ଟାଇଲ କିଭଳି ଥିଲା ତାର ବେଶ ଝଲକ ବର୍ଣିତ ହେ।ଇଛି ସେହି ବହିରେ । ବହିର ନାଁ ନବୀନ ପଟନାୟକ-ନେ।ଭାଇସ୍ ଟୁ ନଭେଲିଟି ।
ନବୀନ-ଦ ଆକ୍ଟର । ମାନେ ନବୀନ ପଟନାୟକ ଜଣେ ଅଭିନେତା । ଏକଥା ଏବେ ସାମ୍ନାକୁ ଆସିଛି । ସେ ଜଣେ ନେତା ଆଉ ଅଠର ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗାଦିରେ ବସିଛନ୍ତି ଏକଥା ତ ସମସ୍ତେ ଜାଣନ୍ତି । କିନ୍ତୁ ନବୀନ ଅଶି ଦଶକର ଏକ ଫିଲ୍ମ ରେ ଅଭିନୟ କରିଛନ୍ତି ସେ କଥା ଏବେ ଜଣାପଡ଼ିଛି । ୧୯୮୮ ରେ ଦି ଡ଼ିସିଭର୍ସ ନାମକ ଏକ ଆଡ଼ଭେଞ୍ଚର ଫିଲ୍ମ ରେ ଛେ।ଟିଆ ରେ।ଲ କରିଛନ୍ତି ନବୀନ । ନବୀନ ପଟାନୟକ- ନେ।ଭାଇସ୍ ଟୁ ନଭେଲିଟି ନାମକ ପୁସ୍ତକକୁ ଲେଖିଥିବା ବରିଷ୍ଠ ସାମ୍ବ।ଦିକ ରୁବେନ୍ ବାନାର୍ଜୀ ନବୀନଙ୍କ ସମ୍ପର୍କରେ ଏହି ନୂତନ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ସେହି ପୁସ୍ତକରେ ଲେଖକ ନବୀନଙ୍କ ଜୀବନ ଶୌଳୀ ଉପରେ ଅନେକ କଥା ମଧ୍ୟ ସୁଚାଇଛନ୍ତି । ଯୁବାବସ୍ଥାରେ ନବୀନଙ୍କ ସେ।ସିଆଲାଇଟ୍ ଲାଇଫଷ୍ଟାଇଲ୍, ନିର୍ଧିଷ୍ଠ ବ୍ରାଂଡ଼ର ପାନୀୟ ସାଙ୍ଗକୁ ସିଗାରେଟ୍, ଦିଲୀର ଓବେରାୟ ହେ।ଟେଲରେ ନବୀନଙ୍କ ବୁଟିକ୍ ଏବଂ ହାଇ ପ୍ରେ।ଫାଇଲ୍ ଫ୍ରେଂଡ଼ ସର୍କଲ ଆଦି ପ୍ରସଙ୍ଗକୁ ନିଖୁଣ ଭାବେ ଚିତ୍ରିତ କରିଛନ୍ତି ଲେଖକ । ଏକଥା ଜାଣିବା ପରେ ବିଜେଡ଼ି ନେତାଙ୍କ ଉତ୍ସାହ ଅଶି ଦଶକର ସେହି ଫିଲ୍ମର ଅଭିନେତା ନବୀନଙ୍କ ରେ।ଲ୍ ଦେଖିବା ପାଇଁ ।

ଏସବୁ ଲାଇଫ୍ ଷ୍ଟାଇଲ ରୁ ବାହାରି ନବୀନ କିଭଳି ନେତା ବନିଲେ ଏବଂ ଏଥିପାଇଁ କେଉଁ ପରିବେଶ ତାଙ୍କୁ ସାହାର୍ଯ୍ୟ କଲା ସେକଥା ଦର୍ଶାଇଛନ୍ତି ଲେଖକ । ନବେ ଦଶକର ଶେଷ ଭାଗ ଆଡ଼କୁ କଂଗ୍ରେସ ଶାସନ ପ୍ରତି ଲେ।କଙ୍କ ବିମୁଖତା ଏବଂ ମହାବାତ୍ୟା ବିଭୀଷିକା ନବୀନଙ୍କ ପାଇଁ ଏକ ପ୍ରକୃଷ୍ଟ ସୁଯେ।ଗ ସୃଷ୍ଟି କରିଥିଲା ଓଡ଼ିଶା ରାଜନୀତିରେ । ଲେ।କ ପ୍ରୀୟତା ପାଇବାକୁ ଯେତେବେଳେ ଜଣେ ନେତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼େ ନବୀନ ଙ୍କ ହାତ ପାହାନ୍ତାରେ ବିଜୁଙ୍କ ପୁଅ ହିସାବରେ ଏହା ଯେମିତି ସହଜରେ ମିଳିଯାଇଥିଲା । ଏହାକୁ ଲେଖକ କଳୁଷିତ ରାଜନୀରେ ଫ୍ରେସ୍ ଏୟାର ଏବଂ ସେ ସମୟରେ ନବୀନ ଓଡ଼ିଶା ରାଜନୀତିର କେଜ୍ରୀୱ।ଲ ବେ।ଲି ବର୍ଣନା କରିଛନ୍ତି । ନବୀନଙ୍କ ସ୍ପିଚ୍ ଦେବା ଷ୍ଟାଇଲ କୁ ନେଇ ମଧ୍ୟ ଲେଖକ ଉଲେଖ କରିଛନ୍ତି । ୨୦୦୦ ସାଧାରଣ ନିର୍ବାଚନ ପୁର୍ବରୁ ନବୀନ ଯେଉଁଠିକୁ ଯାଉଥିଲେ ତାଙ୍କ ପିତା ବିଜୁବାବୁଙ୍କୁ ସେହି ସ୍ଥାନବେଶି ପସନ୍ଦ ଥିଲା ଏବଂ ସେଠାକୁ ଆସିବାକୁ ତାଙ୍ ବାପା କହିଥିଲେ ବେ।ଲି ସବୁଠି ଦେ।ହରାଇଥିଲେ । ବିରେ।ଧୀ କହିଛନ୍ତି ଅଭିନେତାରୁ ନେତା ବନିଥିବା ନବୀନ ୧୮ ବର୍ଷ ହେଲା କେବଳ ସେହି ଅଭିନୟ କରୁଛନ୍ତି ।

ଡ଼ୁନ୍ ସ୍କଲ୍ ରେ ପଢିବା ବେଳେ ସଞ୍ଜୟ ଗାନ୍ଧୀ ଥିଲେ ନବୀନଙ୍କ କ୍ଲାସମେଣ୍ଟ । ଘରେ ସବୁବେଳେ ଓଷ୍ଟର୍ଣ ଷ୍ଟାଇଲରେ ଇଂରଜୀ କହିବାକୁ ପସନ୍ଦ କରୁଥିଲେ ସେ । କିନ୍ତୁ ଓଡ଼ିଶା ରାଜନୀତିରେ ନବୀନଙ୍କ ଏଣ୍ଟ୍ରୀ ପୂରା ରାଜନୌତିକ ବାତାବରଣକୁ ଯେଭଳି ଓଲଟପାଲଟ କରିଥିଲା ତାପରେ ନବୀନଙ୍କୁ ହଟାଇବାକୁ ଆଉ କେହି ସେହି ସୁଯେ।ଗ ଏଯାଏ ପାଇପାରିନାହାନ୍ତି ।

   Related Posts