ମନର ଭାବକୁ ଆଖିରୁ ପଢ଼ି ହୁଏ। ଆଉ ଭାବରୁ ପଢ଼ିହୁଏ ମନର ଗତି। ସେହି ଭାବରୁ ହିଁ ରସର ଉତ୍ପତ୍ତି।ମଣିଷର ସମଗ୍ର ଭାବନା ବିଭିନ୍ନ ରସ ସୂତ୍ରରେ ବନ୍ଧା। ସେହି ରସଗୁଡିକ ସମ୍ପର୍କରେ ଠିକ ଠିକ ଜାଣିଗଲେ ପାଖରେ ଥିବା ଲୋକଟିର ମନକୁ ଆପଣ ପଢିପାରିବେ । ବା ସେ କେଉଁ ସ୍ଥିତିରେ ରହିଛି ଜାଣିପାରିବେ । ଜଣଙ୍କ ମାନସିକ ଅବସ୍ଥାକୁ ଯଦି ଆପଣ ବୁଝିପାରିବେ ତାହେଲେ ଅନେକ ସମସ୍ୟାର ସମାଧାନ ହୋଇଯାଇପାରିବ । ଆସନ୍ତୁ ଜାଣିବା ରସ କେତେ ପ୍ରକାରର ଓ କଣ କଣ-
{"id":184979,"width":575,"height":398,"sizeSlug":"large"}କିଛି ନାଟ୍ୟଶାସ୍ତ୍ରରେଏହି ରସକୁ ଆଠ ଭାଗରେ ବିଭକ୍ତ କରିଛନ୍ତି। ଭରତ ମୁନୀ ଓ ନନ୍ଦିକେଶ୍ବର ଏହି ଆଠ ରସକୁ ସମର୍ଥନ କରିଛନ୍ତି । ମାତ୍ର ବାସୁକୀ,ଧର୍ମସୁରୀ,ଶଙ୍କର ପ୍ରଭୃତି ଶାସ୍ତ୍ରକାରଗଣ ‘ଶାସ୍ତ୍ରରସ’କୁ ଗୁରୁତ୍ବ ଦେଇ ଏହାକୁ ନବରସର ଆଖ୍ୟା ଦେଇଛନ୍ତି। ମାତ୍ର ଆଉ କେତେକ କହନ୍ତି ଶୃଙ୍ଗାର,ରୌଦ୍ର,ବୀର ଓ ବିଭତ୍ସ ହେଉଛି ମୂଳ ରସ। ଏଥିରୁ ସୃଷ୍ଟି ହୋଇଛି ହାସ୍ୟ,କରୁଣ,ଅଦ୍ଭୁତ ଓ ଭୟାନକ। ଏହି ଆଖିର ଭାବକୁ ମୁଖ୍ୟତଃ ନବରସ କୁହାଯାଏ। ଯଥା- (୧)ଶୃଙ୍ଗାର,(୨)ବୀର,(୩)କରୁଣ,(୪)ରୌଦ୍ର,(୫)ହାସ୍ୟ(୬)ଭୟାନକ,(୭)ବୀଭତ୍ସ,(୮)ଅଦ୍ଭୁତ ଏବଂ (୯)ଶାନ୍ତ।
{"id":184981,"width":580,"height":619,"sizeSlug":"large"}(୧) ଶୃଙ୍ଗାର - ଏହା ‘ରତି’ ନାମକ ଏକ ସ୍ଥାୟୀ ଭାବରୁ ଉତ୍ପନ୍ନ। ଯାହା ଅତି ପବିତ୍ର ଓ ଶୁଦ୍ଧ। ଦେଖିବାକୁ ସୁନ୍ଦର। ଏହାକୁ ସମସ୍ତ ପ୍ରକାର ଶୃଙ୍ଗାର ରସ ସହିତ ତୁଳନା କରାଯାଏ। ବିଶେଷ କରି କାହାପ୍ରତି ଯେତେବେଳେ ପ୍ରେମ ଆଉ ପ୍ରଣୟର ଇଚ୍ଛା ୟାଗ୍ରତ ହୁଏ ସେତେବେଳେ ଆଖିର ଭାବରେ ଯେଉଁ ପରିବର୍ତ୍ତ ଆସେ ତାକୁ ଶୃଙ୍ଗାର ରସ ବୋଲି କୁହାଯାଏ ।
{"id":184982,"width":587,"height":551,"sizeSlug":"large"}(୨) ବୀର -ଏହାର ସ୍ଥାୟୀ ଭାବ ହେଉଛି ଉତ୍ସାହ। ଏହା ସାଧାରଣତଃ ବୀରତ୍ବକୁ ତଥା ସାହସିକତାକୁ ବୁଝାଇଥାଏ। ଏହା ଦ୍ବାରା ଅନ୍ତର୍ନିହିତ ଶକ୍ତିକୁ ବଳଶାଳୀ ତଥା ଜାଗ୍ରତ କରାଇଥାଏ। ଏହା ମୁଖ୍ୟତଃ ବଳ,ବିକ୍ରମ,ଶକ୍ତି,ପ୍ରତାପ ଏବଂ ପ୍ରଭାବ ଆଦି ବିଭାବରୁ ଉତ୍ପନ୍ନ ହୋଇଛି ବୋଲି ମନେ କରାଯାଏ।
{"id":184984,"width":568,"height":568,"sizeSlug":"large"}(୩) କରୁଣ - ଏହାର ସ୍ଥାୟୀ ଭାବ ହେଉଛି ‘ଶୋକ’। ଏହା ଦ୍ବାରା ମନର ଦୁଃଖ ତଥା ମନର ବିରହ ବେଦନାକୁ ସୂଚାଇ ଦିଆଯାଇଥାଏ। ଆଖିର ଚାହାଣିରୁ ଜଣାପଡ଼ିଥାଏ ତାର ଶୋକର ପରିମାଣ କେତେ। ବିରହ,ଧନ,ନାଶ,ବଧ,ବନ୍ଧନ,ଦୁଃଖ ଆଦି ଉଦ୍ଦୀପନା ବିଭାବରୁ ଏହା ଉତ୍ପନ୍ନ ହୋଇଛି ବୋଲି ଧରାଯାଏ।
{"id":184985,"width":575,"height":609,"sizeSlug":"large"}(୪) ରୌଦ୍ର - ଏହାର ସ୍ଥାୟୀ ଭାବ ହେଉଛି ‘କ୍ରୋଧ’। ଏହାର ପ୍ରକୃତି ହେଉଛି ଉଦ୍ଧତ ପ୍ରକୃତି ବା ଦାନବ ପ୍ରକୃତି। ଉଗ୍ରକ୍ରିୟାତ୍ମକ ଭାବରୁ ଏହା ଉତ୍ପନ୍ନ ହୋଇଥାଏ। ଏହା ଦ୍ବାରା ବ୍ୟକ୍ତିର କ୍ରୋଧର ସୀମା କେତେ ଜଣାପଡ଼ିଥାଏ।
{"id":184986,"width":583,"height":542,"sizeSlug":"large"}(୫) ହାସ୍ୟ - ଏହାର ସ୍ଥାୟୀ ଭାବ ହେଉଛି ‘ହସ’। ଏହାର ପ୍ରକୃତି ହେଉଛି ଆକର୍ଷଣ କରାଇବା। ଲଜ୍ଜା ଶୂନ୍ୟତା,ବିକୃତ ବେଶ,ଚପଳତା,ଅସାଧୁତା ଭାଷଣ ଆଦି ବିଭାବରୁ ଏହାର ଉତ୍ପନ୍ନ।
{"id":184987,"width":580,"height":580,"sizeSlug":"large"}(୬) ଭୟାନକ - ଏହାର ସ୍ଥାୟୀ ଭାବ ହେଉଛି ଭୟ। ଏହା ଏକ ପ୍ରକାର ରସ। ଚକ୍ଷୁର ଏହି ଭାବରୁ ନିଜର ଭୟର ମାଧ୍ୟମ ସୂଚାଯାଇଥାଏ। ବିକୃତ ଭାବ,ଅରଣ୍ୟ ପ୍ରବେଶ,ଆତ୍ମୀୟର ବଧ,ବନ୍ଧନର ଦର୍ଶନ ବା ଶ୍ରବଣ ଆଦି ବିଭାବରୁ ଏହାର ଉତ୍ପତ୍ତି।
{"id":184988,"width":578,"height":691,"sizeSlug":"large"}(୭)ବୀଭତ୍ସ- ଏହାର ସ୍ଥାୟୀ ଭାବ ହେଉଛି ‘ଘୃଣା’। ଜଣେ ଅନ୍ୟ ଜଣକୁ କିପରି ଓ କେତେ ପରିମାଣରେ ଘୃଣା କରୁଛି ତାହା ହିଁ ତାର ଆଖିରୁ ଜଣା ପଡ଼ିଥାଏ। କଦାକାର,ଅପ୍ରିୟ ବସ୍ତୁର ଦର୍ଶନ,ଅବାଞ୍ଛିତ ଓ ଉଦବେଗଜନକ କଥା ବା ବସ୍ତୁର ଦର୍ଶନ,ଶ୍ରବଣ ଆଦି ବିଭାବରୁ ଏହାର ଉତ୍ପତ୍ତି ହୋଇଅଛି।
{"id":184989,"width":579,"height":531,"sizeSlug":"large"}(୮) ଅଦ୍ଭୁତ- ଏହାର ସ୍ଥାୟୀ ଭାବ ହେଉଛି ‘ବିସ୍ମୟ’। ଅଲୌକିକ ଭାବରେ ଅତର୍କିତ ହେବା ଏହାର ଭାବ । ଏହା ଚକ୍ଷୁର ଏକ ପ୍ରକାର ଚାହାଣିରୁ ଜଣା ପଡ଼ିଥାଏ। ଅଲୌକିକ ପଦାର୍ଥର ଦର୍ଶନ,ଶ୍ରବଣ ଆଦି ବିଭାବରୁ ଏହାର ଉତ୍ପତ୍ତି।
{"id":184990,"width":579,"height":553,"sizeSlug":"large"}(୯) ଶାନ୍ତ- ଏହାର ସ୍ଥାୟୀ ଭାବ ହେଉଛି ‘ଶାନ୍ତ ବା ନମ୍ର’। ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ତଥା ଭାବର ପ୍ରଦର୍ଶନ,ଦୟା-କ୍ଷମା,ନିର୍ବିକାର ଚିତ୍ତ ଆଦି ଏଥିରୁ ଜଣା ପଡ଼ିଥାଏ। ତତ୍ତ୍ବଜ୍ଞାନ,ବୈରାଗ୍ୟ,ସନ୍ନ୍ୟାସ,ଶୁଦ୍ଧ,ପବିତ୍ର ଆଦି ବିଭାବରୁ ଏହାର ଉତ୍ପତ୍ତି।
{"id":184991,"width":559,"height":542,"sizeSlug":"large"}ଏହି ନବରସର ପ୍ରକାଶ ମାଧ୍ୟମ ହେଉଛି ମଣିଷର ଆଖି । ସେଥିପାଇଁ କୁହାଯାଏ ଆଖି କହେ କଥା । ନବରସର ସଂଜ୍ଞାକୁ ପ୍ରୟୋଗ କରି କାହାର ଆଖି ପଢିବାକୁ ଉଦ୍ୟମ କଲେ ସେଥିରେ ସଫଳତା ନିଶ୍ଚିୟ ମିଳିବ ଆଉ ବହୁ ସମସ୍ୟା ଓ ବିବାଦର ସମାଧାନ ହୋଇପାରିବ ।
{"id":184992,"sizeSlug":"large"}