ମୁକେଶ ଅମ୍ବାନୀ ତାଙ୍କ ଡ୍ରାଇଭରଙ୍କୁ ମାସିକ କେତେ ଦରମା ଦିଅନ୍ତି : ଜାଣନ୍ତୁ

Published By : Prameya-News7 Bureau | March 23, 2019 IST

ମୁମ୍ବାଇ ୨୩/୩: ମୁକେଶ ଅମ୍ବାନୀଙ୍କୁ ତ ଆପଣମାନେ ଜାଣିଥିବେ। ବିଶ୍ବର ସବୁଠୁ ଧନୀ ବ୍ୟକ୍ତିଭାବେ ତାଙ୍କର ଗଣନା ହୋଇଥାଏ। ତାଙ୍କ ଘର ମଧ୍ୟ ପୃଥିବୀର ସବୁଠୁ ମହଙ୍ଗା ଏବଂ ରାଜକୀୟ ଘର ଭିତରୁ ଗୋଟିଏ। ତାଙ୍କର ନିଜର ହେଲିକପ୍ଟର ରହିଛି। ଏହା ସହିତ ତାଙ୍କର ୫୦୦ରୁ ଅଧିକ ଗାଡ଼ି ରହିଛି। ତାଙ୍କ ଘରେ ସବୁ ପ୍ରକାରର ସୁଖ ସୁବିଧା ଉପଲବ୍ଧ ରହିଛି। କିନ୍ତୁ ଆଜି ଆମେ ଜାଣିବା ମୁକେଶଙ୍କ ଗାଡ଼ି ଚଲାଉଥିବା ତାଙ୍କ ଡ୍ରାଇଭରଙ୍କ ଦରମା ବିଷୟରେ

ମୁକେଶ ଅମ୍ବାନୀଙ୍କ ଡ୍ରାଇଭର ହେବା ଏତେ ସହଜ ନୁହେଁ। ଏହି ପଦ ପାଇଁ ଡ୍ରାଇଭରକୁ ଅନେକ ପରୀକ୍ଷା ଦେବାକୁ ପଡ଼ିଥାଏ। ଅମ୍ବାନୀଙ୍କ ଡ୍ରାଇଭର ହେବା ପାଇଁ ଅନେକ କମ୍ପାନୀକୁ ଠିକା ଦିଆଯାଇଥାଏ ଏବଂ ଏହି କମ୍ପାନୀ ଦ୍ବାରା ଡ୍ରାଇଭର ପରୀକ୍ଷା ଦେଇ ଅମ୍ବାନୀଙ୍କ ଡ୍ରାଇଭର ପଦବୀରେ ନିଯୁକ୍ତ ହୋଇଥାଏ। ଏହି ଡ୍ରାଇଭରମାନେ ଖୁବ୍ ଭଲ ଦରମା ପାଇଥାଆନ୍ତି। ତାଙ୍କର ମାସିକ ଦରମା ୨ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.