ବର୍ଷାରେ ପାଣିପାଗ ବିଭାଗ ଜାରି କରୁଥିବା ରେଡ, ଅରେଞ୍ଜ, ଗ୍ରୀନ ଆଲର୍ଟ କଣ ? କେଉଁ ପରିସ୍ଥିତି ପାଇଁ ଜାରି ହୁଏ କେଉଁ ଆଲର୍ଟ ଜାଣନ୍ତୁ

Published By : Prameya-News7 Bureau | June 13, 2020 IST

ନୂଆଦିଲ୍ଲୀ ୧୩/୦୬ : ବର୍ଷା ଋତୁରେ ପାଣିପାଗ ବିଭାଗ ଭିନ୍ନ ଭିନ୍ନ ସ୍ଥାନ ନେଇ ଆଲର୍ଟ ଜାରି କରିଥାନ୍ତି | କେଉଁ ସ୍ଥାନ ପାଇଁ ରେଡ ଆଲର୍ଟ, କେଉଁ ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ, କେଉଁ ସ୍ଥାନ ପାଇଁ ଗ୍ରୀନ ଆଲର୍ଟ ଜାରି କରିଥାନ୍ତି | ତେବେ ଏହି ଆପାର୍ଟର ମାନେ କଣ ଆପଣ ଜାଣିଛନ୍ତି କି ? ଲୋକଙ୍କୁ ଚେତାବନୀ ଦେବା ପାଇଁ ଏଜେନ୍ସି ସହ ମିଶି ଏହିଭଳି ରଙ୍ଗ ଚିହ୍ନଟ କରାଯାଇଥାଏ | ପାଣିପାଗ ସ୍ଥିତିର ତୀବ୍ରତା ଆଧାରରେ ଏହିଭଳି ଆଲର୍ଟ ଜାରି କରାଯାଇଥାଏ | ଏହି ସବୁ ରଙ୍ଗ ଅନୁଯାୟୀ ଜାରି ହେଉଥିବା ଆଲର୍ଟ ସମ୍ପର୍କରେ ଜାଣନ୍ତୁ | କେଉଁ ପରିସ୍ଥିତିରେ କେଉଁ ରଙ୍ଗ ଆଲର୍ଟ ଜାରି କରାଯାଇଥାଏ |

{"id":285549,"sizeSlug":"large"}

ରେଡ ଆଲର୍ଟ - ପାଣିପାଗ ବିଭାଗ ଅନୁସାରେ, ଯେତେବେଳେ ପାଣିପାଗ ଭୟଙ୍କର ସ୍ଥିତିରେ ପହଞ୍ଚିଯାଏ ଏବଂ ଅଧିକ ମାତ୍ରାରେ କ୍ଷତି ହେବାର ଆଶଙ୍କା ଥାଏ ସେତେବେଳେ ରେଡ ଆଲର୍ଟ ଜାରି କରାଯାଇଥାଏ | ଯେତେବେଳେ କୌଣସି ଚକ୍ରବାତ ଅଧିକ ତୀବ୍ରତାର ସହ ଆସେ, ଅର୍ଥାତ ଭୀଷଣ ବର୍ଷା ସହ ଘଣ୍ଟା ପ୍ରତି ୧୩୦ କିମି ବେଗରେ ପବନ ବୋହିଥାଏ ସେତେବେଳେ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଥାନ୍ତି | ଏହିଭଳି ପରିସ୍ଥିତିରେ ଜରୁରୀ ପଦକ୍ଷେପ ଉଠାଇବା ପାଇଁ ପ୍ରଶାସନକୁ ନିର୍ଦେଶ ଦିଆଯାଇଥାଏ |

{"id":285551,"sizeSlug":"large"}

ଅରେଞ୍ଜ ଆଲର୍ଟ - ପାଣିପାଗ ବିଭାଗ ଅନୁଯାୟୀ, ଚକ୍ରବାତ ଯୋଗୁଁ ସ୍ଥିତି ଅଧିକ ଭୟଙ୍କର ହେବାର ଆଶଙ୍କା ରହିଥାଏ ଯାହା ସଡକ ଓ ପରିବହନ ଏବଂ ବାୟୁ ପରିବହନକୁ କ୍ଷତି ପହଞ୍ଚାଇଥାଏ ଏବଂ ଜୀବନ ପ୍ରତି ମଧ୍ୟ ବିପଦ ଥାଏ | ଏହିଭଳି ପରିସ୍ଥିତିରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥାଏ | ଏହିଭଳି ଆଲର୍ଟ ସମୟରେ ଲୋକଙ୍କୁ ଘରେ ରହିବାକୁ ନିର୍ଦେଶ ଦିଆଯାଇଥାଏ | ଏଥିରେ ପବନର ଆନୁମାନିକ ବେଗ ଘଣ୍ଟା ପ୍ରତି ୬୫ ରୁ ୭୫ କିମି ରହିଥାଏ ଏବଂ ୧୫ ରୁ ୩୩ ମିମି ବର୍ଷା ହେବାର ସମ୍ଭାବନା ଥାଏ | ଏହି ଆଲର୍ଟରେ ପ୍ରଭାବିତ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ | ଏହି ପ୍ରକାର ଆଲର୍ଟ ସୂଚନା ଦିଆଯାଇଥିଲେ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥାଏ |

ୟେଲୋ ଆଲର୍ଟ - ପାଣିପାଗ ବିଭାଗ ଅନୁସାରେ, ୟେଲୋ ଆଲର୍ଟ ଅର୍ଥାତ ଲୋକ ସଚେତନ ରୁହନ୍ତୁ | ଏହି ଆଲର୍ଟ ଜଷ୍ଟ ୱାଚର ସିଗ୍ନାଲ ଭଳି | ଏହି ଚେତାବନୀରେ ୭.୫ ରୁ ୧୫ ମିମି ବର୍ଷା ହୋଇଥାଏ | ୟେଲୋ ଆଲର୍ଟରେ ଘଣ୍ଟେ ରୁ ୨ ଘଣ୍ଟା ବର୍ଷା ହେବାର ସମ୍ଭାବନା ଥାଏ | ୟେଲୋ ଆଲର୍ଟରେ ମଧ୍ୟ ବନ୍ୟା ହେବାର ଅସ୍ଙ୍କ ଥାଏ | ଏହି ପରିସ୍ଥିତିରେ ପାଣିପାଗ ଉପରେ ଲଗାତାର ନଜର ରଖାଯାଏ | ଏହି ପରିସ୍ଥିତିରେ ଅଧିକ ବର୍ଷା ହେଲେ ୟେଲୋ ଆଲର୍ଟ ପୁଣି ଅରେଞ୍ଜ ଆଲର୍ଟକୁ କନଭର୍ଟ ହୋଇଥାଏ | 

{"id":285555,"width":577,"height":372,"sizeSlug":"large"}

ଗ୍ରୀନ ଆଲର୍ଟ - ପାଣିପାଗ ବିଭାଗ ଦ୍ୱାରା ଅନେକ ସମୟରେ ଗ୍ରୀନ ଆଲର୍ଟ ଜାରି କରାଯାଇଥାଏ | ଏହାର ଅର୍ଥ ହେଲା ବର୍ଷା ହେବ କିନ୍ତୁ ସ୍ଥିତି ସାମାନ୍ୟ ରହିବ | ଅର୍ଥାତ ସମ୍ବନ୍ଧିତ ଅଞ୍ଚଳରେ କୌଣସି ବିପଦ ନାହିଁ | ଯଦି ପାଣିପାଗ ବିଭାଗ ଗ୍ରୀନ ଆଲର୍ଟ ଜାରି କରିଥାନ୍ତି ତାହେଲେ କୌଣସି ପଦକ୍ଷେପ ନେବା ଆବଶ୍ୟକ ପଡ଼ିନଥାଏ | 

ବ୍ଲୁ ଆଲର୍ଟ - ପାଣିପାଗ ବିଭାଗ ବେଳେବେଳେ ବ୍ଲୁ ଆଲର୍ଟ ମଧ୍ୟ ଜାରି କରିଥାନ୍ତି | ଯେଉଁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥାଏ ସେଠାରେ ବ୍ଲୁ ଆଲର୍ଟ ଜାରି କରାଯାଇଥାଏ | ଏହି ପରିସ୍ଥିତିରେ ଅନେକ ଅଞ୍ଚଳରେ ବର୍ଷା ହେବାର ଚେତାବନୀ ଦିଆଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.