Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ମୋକ୍ଷଦା ଏକାଦଶୀ ବ୍ରତ ଦ୍ବାରା ମିଳିଥାଏ ମୋକ୍ଷ, ଦୂର ହୁଏ ସବୁ ଦୁଃଖ କଷ୍ଟ : ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

21/12/2020 at 4:38 PM

ଭୁବନେଶ୍ବର ୨୧।୧୨: ମୋକ୍ଷଦା ଏକାଦଶୀ ବର୍ଷର ଶେଷରେ ପଡିଥାଏ । ମୋକ୍ଷଦାୟିନୀ ଏକାଦଶୀ ଅଥବା ମୋକ୍ଷଦା ଏକାଦଶୀ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଏକାଦଶୀକୁ କୁହାଯାଇଥାଏ । ଚଳିତ ବର୍ଶ ଏହି ଏକାଦଶୀ ଡିସେମ୍ବର ୨୫ ତାରିଖରେ ପଡୁଛି । ଧର୍ମଶାସ୍ତ୍ର ଅନୁସାରେ ମୋକ୍ଷଦାୟିନୀ ଏକାଦଶୀକୁ ପିତୃପୁରୁଷଙ୍କୁ ମୋକ୍ଷ ପ୍ରଦାନକାରୀ ଏକାଦଶୀ ରୂପରେ ଜଣାଯାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ କୁହଯାଇଛି ଯେ ଏହି ଏକାଦଶୀ ବଡ ବଡ ଘାତକକୁ ନାଶ କରିଥାଏ । ଏହି ଦିନ ଯେଉଁମାନେ ଶ୍ରଦ୍ଧା ଏବଂ ବିଧିବିଧାନ ଅନୁସାରେ ବ୍ରତ କରିଥାନ୍ତି ତେବେ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଏକାଦଶୀ ତିଥି ପ୍ରାରମ୍ଭ : ୨୪ ଡିସେମ୍ବର ରାତି ୧୧ ଟା ୧୭ ମିନିଟ୍

ଏକାଦଶୀ ତିଥି ସମାପ୍ତ : ୨୫ ଡିସେମ୍ବର ବିଳମ୍ବିତ ରାତି ୧ଟା ୫୪ମିନିଟ୍ ପର୍ଯ୍ୟନ୍ତ

ମୋକ୍ଷଦା ଏକାଦଶୀ ପୂଜା ବିଧି :

ସକାଳୁ ସ୍ନାନ ଆଦି ଶେଷ କରି ପୂଜା ସ୍ଥଳ କିମ୍ବା ମନ୍ଦିରର ସଫେଇ କରନ୍ତୁ । ଏହାପରେ ଘର ଅଥବା ମନ୍ଦିରକୁ ଗଙ୍ଗାଜଳ ଛିଞ୍ଚି ପବିତ୍ର କରନ୍ତୁ ଅଥବା ଭଗବାନଙ୍କୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ । ତାପରେ ଭଗବାନଙ୍କୁ ଚନ୍ଦନ, ଅକ୍ଷତ ଆଦି ଅର୍ପଣ କରି, ଫୁଲରେ ଶୃଙ୍ଗାର କରିବା ପରେ ଭୋଗ ଲଗାନ୍ତୁ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅବଶ୍ୟ ଚଢାନ୍ତୁ । ତାପରେ ଭଗବାନ ଗଣେଶଙ୍କ ଆରତୀ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଆରତୀ କରନ୍ତୁ । ଏହାପରେ ପ୍ରସାଦ ବଣ୍ଟନ କରନ୍ତୁ ।

ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ମୋକ୍ଷଦାୟିନୀ ଏକାଦଶୀର ମହତ୍ତ୍ବ ବୁଝାଇ କହିଥିଲେ ଯେ ମୋକ୍ଷଦା ଏକାଦଶୀ ପୂଣ୍ୟ ଫଳ ଦେଇଥାଏ । ଯେଉଁମାନେ ଏଦି ଦିନ ସଚ୍ଚୋଟ ମନରେ ପୂଜା ଆରାଧନା କରିଥାନ୍ତି ସେମାନଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ । ଏହା ମୋକ୍ଷ ପ୍ରାପ୍ତି କରାଇଥାଏ ।

ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇଥିଲେ । ଏହି ଉପଦେଶ ପରେ ଅର୍ଜୁନ ମହାଭାରତରେ ଲୋକଙ୍କୁ ବଦ୍ଧ କରିଥିଲେ ଏବଂ ଏହାପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥିଲା ।

   Related Posts