ଆମ ଦେଶରେ କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ସାମଗ୍ରୀର ତିନି ଚତୁର୍ଥାଂଶ ଭାଗରେ ଅପମିଶ୍ରଣ ଥାଏ। ଅପମିଶ୍ରଣ ପାଇଁ ସାଧାରଣତଃ ସବୁଠୁ ଅଧିକ ଡିଟରଜେଣ୍ଟ,କାଷ୍ଟିକ ସୋଡ଼ା,ଗ୍ଲୁକୋଜ,ଧଳା ରଙ୍ଗ ଏବଂ ରିଫାଇନ ତେଲର ବ୍ୟବହାର କରାଯାଇଥାଏ। ଯଦି ଏହି ଅପମିଶ୍ରଣକୁ ତୁରନ୍ତ ନରୋକାଯାଏ ତେବେ ଆସନ୍ତା ଭବିଷ୍ୟତରେ ପାଖାପାଖି ୮୭% ଲୋକ କ୍ୟାନସର ଭଳି ମାରାତ୍ମକ ରୋଗର ଶିକାର ହେବେ।
{"id":106138,"width":593,"height":333}ଆମ ଦେଶରେ ଯେତିକି ମାତ୍ରାରେ କ୍ଷୀର ଉତ୍ପାଦନ କରାଯାଏ,ତାଠାରୁ ୪ଗୁଣ ଅଧିକ କ୍ଷୀର ଆବଶ୍ୟକ ହୋଇଥାଏ। ଦେଶରେ ପ୍ରତିଦିନ ପାଖାପାଖି ୬୪କୋଟି ଲିଟରରୁ ଅଧିକ କ୍ଷୀର ବ୍ୟବହୃତ ହେଉଛି। କିନ୍ତୁ ଉତ୍ପାଦନ ୧୫କୋଟି ଲିଟର ହୋଇଥାଏ। ଏବେ ପ୍ରଶ୍ନ ଉଠୁଛି ଯେ ବାକି କ୍ଷୀର ଆସୁଛି କେଉଁଠୁ।
{"id":106139,"width":595,"height":332}ଏହାର ଅର୍ଥ ବ୍ୟବହାର ଏବଂ ଉତ୍ପାଦନର ବ୍ୟବଧାନକୁ ପୂରଣ କରିବା ପାଇଁ କ୍ଷୀରରେ ଅପମିଶ୍ରଣ କରାଯାଉଛି। ସାଧାରଣତଃ ଲୋକେ ଭାବିଥାଆନ୍ତି କ୍ଷୀରରେ କେବଳ ପାଣି ମିଶ୍ରଣ କରାଯାଇଥାଏ। କିନ୍ତୁ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏଥିରେ ଡିଟରଜେଣ୍ଟ ଏବଂ ଧଳା ରଙ୍ଗ ଭଳି ବିଷାକ୍ତ ଜିନିଷର ଅପମିଶ୍ରଣ କରାଯାଉଛି।
{"id":106140,"width":596,"height":397}ଏହି ଅପମିଶ୍ରଣ କ୍ଷୀରର ରଙ୍ଗକୁ ଗାଢ଼ କରିବା ପାଇଁ ଏବଂ ଦୀର୍ଘ ସମୟ ଯାଏଁ ସୁରକ୍ଷିତ ରଖିବା ପାଇଁ କରାଯାଇଥାଏ। ଏପରି ମିଶ୍ରଣ ପାଇଁ ମଧ୍ୟ ଡିଟରଜେଣ୍ଟ,ୟୁରିଆ ଏବଂ ଫର୍ମାଲିନ ଭଳି ବିଷାକ୍ତ ଜିନିଷ ବ୍ୟବହାର କରାଯାଇଥାଏ।
{"id":106141,"width":594,"height":334}ତେଣୁ କ୍ଷୀର କିଣିବା ବେଳେ ଓ ବ୍ୟବହାର କରିବା ବେଳେ କ୍ଷୀରର ମାନକୁ ଯାଂଚ କରିବା ଏକାନ୍ତ ଜରୁରୀ।