ପ୍ରୋତ୍ସାହନ ଅଭାବରୁ ପର୍ବତଆରୋହୀ ସବିତା ପଣ୍ଡାଙ୍କ ଆଶା କେମିତି ମଉଳି ଗଲା ଜାଣନ୍ତୁ

Published By : Prameya-News7 Bureau | June 03, 2019 IST

କଟକ ୩|୬: ଓଡ଼ିଶାର ପ୍ରଥମ ବିନା ତାଲିମ ପ୍ରାପ୍ତ ମହିଳା ପର୍ବତଆରୋହୀ ସବିତା ପଣ୍ଡା । ୧୯୯୮ରେ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ଦ୍ବିତୀୟ ବୃହତ୍ତମ ଶୃଂଗ ମାଉଣ୍ଟ କାମେଟ୍ ଆରେ।ହଣ କରିଥିଲେ ସବିତା । ଏଭରେଷ୍ଟ ଚଢିବାକୁ ସୁଯୋଗ ବି ପାଇଥିଲେ । କିନ୍ତୁ ପ୍ରୋତ୍ସାହନ ଅଭାବରୁ ତାଙ୍କ ଆଶା ଆଶାରେ ରହିଯାଇଥିଲା ।

{"id":119120}

ସବିତା ପଣ୍ଡା । ଓଡ଼ିଶାର ପ୍ରଥମ ପର୍ବତାରୋହୀ । ୧୯୯୮ରେ ବିନା ତାଲିମରେ ମାଉଣ୍ଟ କାମେଟ ଆରେ।ହଣ କରିଥିଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଏହି ଝିଅ । ମାଉଣ୍ଟ କାମେଟର ଉଚ୍ଚତା ଥିଲା ୨୫ ହଜାର ୪୪୭ ଫୁଟ୍ । ପ୍ରଥମେ ୧୯୯୭ ମସିହାରେ ସ୍ନୋ ସ୍କାଇଙ୍ଗରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ପରେ ମାଉଣ୍ଟ କାମେଟ୍ ଶିଖର ଛୁଇଁ ଇତିହାସ ରଚିଥିଲେ । ଏଭରେଷ୍ଟ ବିଜୟୀନି ସ୍ବର୍ଗତ କଳ୍ପନା ଦାଶଙ୍କ ପୂର୍ବରୁ ପର୍ବତ ଆରେ।ହଣ କରିଥିଲେ ସବିତା ।

{"id":119121,"width":580,"height":442}

କେବେଳ ପର୍ବତଆରେ।ହୀ ନୁହେଁ ସବିତା ସ୍ନୋ ସ୍କାଇଙ୍ଗରେ ପ୍ରଥମ ହେବା ସହ ୨୦୦୪ରେ ସେ ରିଭର ରାଫ୍ଟିଙ୍ଗରେ  ଋଦ୍ରପ୍ରୟାଗରୁ ଋଷିକେଶ ପର୍ଯ୍ୟନ୍ତ ୨୦୦ କିଲୋମଟିର ଅତିକ୍ରମ କରିଥିଲେ ।  ତା ସହ ସ୍କୁବାଡାଇଭିଂରେ ମଧ୍ୟ ରେକର୍ଡ କରିଛନ୍ତି ସବିତା ।

{"id":119122,"width":578,"height":491}

୨୦୦୪ରେ ସବିତାଙ୍କୁ ଏଭରେଷ୍ଟ ଆରହୋଣ କରିବାର ସୁଯୋଗ ମିଳିଥିଲା । ସେଥିପାଇଁ ଅନେକ ନେତା ମନ୍ତ୍ରୀଙ୍କୁ ଭେଟିଥିଲେ । କିନ୍ତୁ ତାଙ୍କୁ କେଉଁଠୁ ବି ଆର୍ଥିକ ସହାୟତା ମିଳିନଥିବା କହିଛନ୍ତି ସବିତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.