ମନୋହର ପାରିକର ନିଜ ପାଇଁ କରିଥିଲେ ୧୪ଟି ଏଲଆଇସି ପଲିସି : ପରିବାରଲୋକଙ୍କୁ ଏବେ ମିଳିବ ଏତିକି ଟଙ୍କା

Published By : Prameya-News7 Bureau | March 20, 2019 IST

ପ୍ରତ୍ୟେକ ବ୍ୟକ୍ତି ନିଜ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏଲଆଇସି କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ କରିଥାଆନ୍ତି। ନିଜ ଆୟ ହିସାବରେ ପଲିସିରେ ଟଙ୍କା ଜମା କରିଥାଆନ୍ତି। ଯାହା ଫଳରେ ଆରାମରେ ପ୍ରିମିୟମ୍ ଦେଇପାରିବେ। ନିକଟରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ହୋଇଯାଇଛି। ସେ କ୍ୟାନସରରେ ପୀଡ଼ିତ ଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନୋହର ପାରିକରଙ୍କ ପାଖରେ ୧୪ଟି ଏଲଆଇସି ପଲିସି ଥିଲା। ଏଗୁଡ଼ିକ ଅଲଗା ଅଲଗା ମୂଲ୍ୟର ଥିଲା। ସେ ଏବେ ଏହି ଦୁନିଆରେ ନାହାନ୍ତି। ତାଙ୍କ ଦେହାନ୍ତ ହୋଇଯାଇଥିବାରୁ ଏବେ ତାଙ୍କ ପରିବାରଲୋକଙ୍କୁ ମିଳିବ  ବୀମାରାଶି। ଆସନ୍ତୁ ଜାଣିବା ସେ କେତେ ଟଙ୍କାର ବୀମା କରିଥିଲେ।

ସେ ରାଜ୍ୟସଭା ନିର୍ବାଚନ ଲଢ଼ିବା ସମୟରେ ଇଲେକ୍ସନ୍ କମିଶନଙ୍କୁ ଯେଉଁ ଇନକମ୍ ଏଫିଡାଭିଟ ଦେଇଥିଲେ ସେଥିରେ ସେ ନିଜ କରିଥିବା ବୀମା ଡିଟେଲ୍ସ ଦେଇଥିଲେ। ଇଲେକ୍ସନ କମିଶନକୁ ସେ ନିଜ ୧୪ଟି ପଲିସିର ସୂଚନା ଦେଇଥିଲେ। ଯାହା ସବୁ ଅଲଗା ଅଲଗା ରକମର ଥିଲା। ଯଦି ସବୁ ପଲିସିର ଟଙ୍କାକୁ ଯୋଡ଼ାଯିବ ତେବେ ସେ ୫୫ଲକ୍ଷ ଟଙ୍କାର ପଲିସି କରିଥିଲେ।

ମନୋହର ପାରିକର ସବୁ ବିଷୟରେ ବିଚାର କରି ପଲିସି କରିଥିଲେ। ସେ ୫-୫ଲକ୍ଷର ୭ଟି ପଲିସି କରିଥିଲେ। ଏହି ପଲିସିର ମୋଟ ରାଶି ୩୫ଲକ୍ଷ ଟଙ୍କା ଥିଲା। ଏବଂ ୧ଲକ୍ଷ ,୨ଲକ୍ଷ ଟଙ୍କାର ସେ ଗୋଟିଏ ଗୋଟିଏ ପଲିସି କରିଥିଲେ। ଅର୍ଥାତ୍ ବାକି ୨୦ଲକ୍ଷ ଟଙ୍କାର ପଲିସିରେ ୨/୩ଲକ୍ଷ ଟଙ୍କା ଥିଲା।

ମନୋହର ପାରିକରଙ୍କ ପାଖରେ ପେନସନ ପ୍ଲାନ୍ ମଧ୍ୟ ଥିଲା। ଯେଉଁଥିପାଇଁ ସେ ସବୁ ମାସ ଏବଂ ବର୍ଷକୁ ପ୍ରିମିୟମ୍ ଜମା କରୁଥିଲେ। ସେ ଏଚଡିଏଫସି ବ୍ୟାଙ୍କରୁ ୩ଲକ୍ଷ ଟଙ୍କାର ପେନସନ ପ୍ଲାନ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.