ମହାଭାରତରେ କର୍ଣ୍ଣଙ୍କ ଠାରୁ ମଧ୍ୟ ଆଉ ଜଣେ ଥିଲେ ଅଧିକ ମହାଦାନୀ : ଜାଣନ୍ତୁ କିଏ

Published By : Prameya-News7 Bureau | May 18, 2019 IST

ମହାଭାରତ ହିନ୍ଦୁ ଧର୍ମର ତଥା ଦେଶର ସବୁଠାରୁ ବଡ ଧର୍ମଗ୍ରନ୍ଥ । ମହାଭାରତରେ ସମସ୍ତଙ୍କ କଥା ବିସ୍ତାର ଭାବେ ବ୍ୟାଖ୍ୟା କରାଯାଇଛି ।ମହାଭାରତରେ ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କୁ ଦାନବୀର ଏବଂ ମହାପ୍ରତାପି ଯୋଦ୍ଧା ଭାବେ ଦର୍ଶାଯାଇଛି । କିନ୍ତୁ ମହାଭାରତରେ ଆଉ ଜଣେ ଯୋଦ୍ଧା ଥିଲେ ଯିଏ କର୍ଣ୍ଣ ଠାରୁ ମଧ୍ୟ ବଡ ଦାନବୀର ଥିଲେ ।

{"id":113347,"align":"center","width":568,"height":415}

ସେ ଦାନବୀର ହେଲେ ମହାଶକ୍ତିଶାଳୀ ଯୋଦ୍ଧା ବର୍ବରିକ । ବର୍ବରିକ ଭୀମଙ୍କ ନାତି ଅର୍ଥାତ ଘଟୋତ୍କଚଙ୍କ ପୁତ୍ର ଥିଲେ । ବର୍ବରିକଙ୍କ ମା ରାକ୍ଷସୀ ବଂଶର ଥିଲେ । ବର୍ବରିକ ଭଗବାନ ଶିବଙ୍କ ତପସ୍ୟା କରି ତାଙ୍କୁ ପ୍ରସନ୍ନ କରିଥିଲେ । ଭଗବାନ ଶିବ ବର୍ବରିକଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ବର ପ୍ରଦାନ କରିଥିଲେ । ଭଗବାନ ଶିବ ବର୍ବରିକଙ୍କୁ ୩ଟି ମହାଶକ୍ତିଶାଳୀ ଅସ୍ତ୍ର ଦେଇଥିଲେ ।

{"id":113349,"align":"center","width":585,"height":367}

ଏହି ଅସ୍ତ୍ର ସାହାଯ୍ୟରେ ଯୁଦ୍ଧରେ ସହଜରେ ବିଜୟ ପ୍ରାପ୍ତ କରାଯାଇପାରେ । କିନ୍ତୁ ଯୁଦ୍ଧ ପାଇଁ ଏକ ସର୍ତ୍ତ ଥିଲା । ସର୍ତ୍ତ ହେଲା ସେ କେବଳ ଦୁର୍ବଳ ପକ୍ଷ ତରଫରୁ ଲଢିବେ । ଭଗବାନ ଶିବଙ୍କ ମହାଶକ୍ତିଶାଳୀ ଅସ୍ତ୍ର ଫଳରେ ଯଦି ବର୍ବରିକ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥାନ୍ତେ ତାହେଲେ କୌଣସି ଯୋଦ୍ଧା ଜୀବିତ ରହିନଥାନ୍ତେ । ଯୁଦ୍ଧ ଭୂମିରେ କେବଳ ବର୍ବରିକ ହିଁ ଜୀବିତ ଥାନ୍ତେ ।

{"id":113348,"align":"center","width":572,"height":472}

ଏଭଳି ପରିସ୍ଥିତି ନ ଉପୁଜୁ ସେଥିପାଇଁ ବର୍ବରିକ ନିଜ ମୁଣ୍ଡ କାଟି ଭଗବାନ ଶ୍ରୀ କୃଷ୍ଣଙ୍କୁ ଦେଇ ଦେଇଥିଲେ । ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ବର୍ବରିକଙ୍କୁ ବର ଦେଇଥିଲେ ।

{"id":113351}

ସେ ବର ଦେଇଥିଲେ ଯେ ବର୍ବରିକ ସମସ୍ତ ମହାଭାରତ ଯୁଦ୍ଧର ସାକ୍ଷୀ ହେବେ ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ପୃଥିବୀରେ ଖଟୁଶ୍ୟାମ ଭାବେ ଲୋକଙ୍କ କଷ୍ଟ ନିବାରଣ କରିବେ ।

{"id":113350}

ରାଜସ୍ଥାନରେ ଭଗବାନ ଖଟୁଶ୍ୟାମଙ୍କ ମନ୍ଦିର ରହିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଭଗବାନ ଖଟୁଶ୍ୟାମଙ୍କ ଦର୍ଶନ ପାଇଁ ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.