Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ନବରାତ୍ରର ମହାଷ୍ଟମୀ ପୂଜା : ଏଭଳି ପୂଜା କଲେ ଦୂର ହେବ ସମସ୍ତ ଦୁଃଖ

1/04/2020 at 11:12 AM

ନୂଆଦିଲ୍ଲୀ ୧/୪: ମହାଷ୍ଟମୀରେ ମହାଗୌରୀଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାରର ସଙ୍କଟରୁ ମୁକ୍ତି ମିଳିଥାଏ। ମାଆ ଦୁର୍ଗା ଶନିଙ୍କ କଷ୍ଟରୁ ମଧ୍ୟ ମୁକ୍ତି ପ୍ରଦାନ କରିଥାଆନ୍ତି। ଆସନ୍ତୁ ଜାଣିବା କିପରି ପୂଜା କରିବା

ମହା​‌ଷ୍ଟମୀରେ କନ୍ୟା ପୂଜାର ମହତ୍ତ୍ବ ବଢ଼ିଯାଇଥାଏ। ଲକ୍ଷ୍ମୀ ସମାନ କନ୍ୟା ବୁଦ୍ଧି,ଧନ ଏବଂ ଶନିଙ୍କ କଷ୍ଟରୁ ମୁକ୍ତିର ବରଦାନ ଦେବେ। ନବରାତ୍ରିର ମହାଷ୍ଟମୀରେ କନ୍ୟାମାନେ ମା’ ଦୁର୍ଗାଙ୍କ ରୂପରେ ବୁଦ୍ଧି,ଧନ ବିଜୟୀ ହେବାର ବରଦାନ ଦିଅନ୍ତି। ଏହି ଦିନ କନ୍ୟାଙ୍କୁ ପୂଜା କରାଯିବା ଉଚିତ୍ କିନ୍ତୁ କରୋନା ଲକଡାଉନ୍ ଯୋଗୁଁ ଏପରି କରିବା ସମ୍ଭବ ନୁହେଁ। ଏଥିପାଇଁ ଆପଣଙ୍କୁ ପୂଜା ବିଧିରେ ଅଳ୍ପ ପରିବର୍ତ୍ତନ କରିବା ଆବଶ୍ୟକ।

– ନିଜ ଘରର କନ୍ୟାଙ୍କୁ ଭୋଜନ କରାନ୍ତୁ।

– କନ୍ୟାଙ୍କୁ ଚଣା ତରକାରୀ ଏବଂ ପୁରୀ ଖାଇବାକୁ ଦିଅନ୍ତୁ।

– ଦୀପ ଜଳାନ୍ତୁ।

– ଥାଳିରେ ଲାଲ ସିନ୍ଦୂର,ଦହି,ଦୁବ,ଘାସ,ଚାଉଳ ନିଅନ୍ତୁ।

– ୫ଟି ଖୁଆ,ଘିଅ,ଗୁଡ଼ରେ ସୁଜି ହାଲଓ୍ବା ପ୍ରସ୍ତୁତ କରନ୍ତୁ।

– କଳା ଚଣା ବତୁରାଇ ଏହାକୁ ସିଝାଇ ତେଲରେ ଭାଜି ରଖନ୍ତୁ।

– ଅଟାରେ ପୁରୀ କରନ୍ତୁ।

ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କନ୍ୟା ପୂଜା ବିଧି:

– କନ୍ୟାଙ୍କ ଗୋଡ଼ ଧୋଇ ଆସନରେ ବସାନ୍ତୁ।

– ଦୀପ ଏବଂ ଧୂପ ଜଳାନ୍ତୁ ଏବଂ କନ୍ୟା ପୂଜା ଆରମ୍ଭ କରନ୍ତୁ।

– ଜଳ ଛାଟି ପବିତ୍ର କରନ୍ତୁ।

– ସିନ୍ଦୂର ଏବଂ ଦୁବର ତିଳକ ଲଗାନ୍ତୁ।

– ବାମ ହାତରେ ବ୍ରତ ବାନ୍ଧନ୍ତୁ,ଲାଲ ମାଳା ପିନ୍ଧାନ୍ତୁ।

– ଶୁଦ୍ଧିକରଣ ପାଇଁ ଜଳ ଛାଟନ୍ତୁ ଏବଂ ଜୋରରେ କୁହନ୍ତୁ ଦୁର୍ଗା ମାତାଙ୍କ ଜୟ।

– ନଡ଼ିଆ ଭାଙ୍ଗି ଛୋଟ-ଛୋଟ ଟୁକୁରା କରନ୍ତୁ।

– କନ୍ୟାଙ୍କୁ ହାଲଓ୍ବା,ପୁରୀ,ଚଣା,ଫଳ,ନଡ଼ିଆ ଭୋଗ ଲଗାନ୍ତୁ।

– ଟଙ୍କା କିମ୍ବା ବସ୍ତ୍ର ଦକ୍ଷିଣା ଦିଅନ୍ତୁ।

   Related Posts