ସବୁଠାରୁ ଅଧିକ ସମୟ ଧରି ଶାସନ କରିଛନ୍ତି ଏହି ଭାରତୀୟ ରାଜନେତା : କିଏ କେତେ ବର୍ଷ କରିଛନ୍ତି ଶାସନ ଜାଣନ୍ତୁ

Published By : Prameya-News7 Bureau | April 07, 2019 IST

ନୂଆଦିଲ୍ଲୀ ୭/୪ : ଦେଶର ରାଜନୈତିକ ଇତିହାସ ବହୁତ ସମୃଦ୍ଧ ଏବଂ ଶକ୍ତିଶାଳୀ | ଦେଶରେ ଅନେକ ଏମିତି ରାଜନେତା ରହିଛନ୍ତି ଯେଉଁମାନେ ଦେଶ ସେବା ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି | ଦେଶରେ ଏମିତି କିଛି ରାଜ୍ୟ ଅଛି ଯେଉଁଠାରେ ଲୋକପ୍ରିୟତା କାରଣରୁ ଜଣେ ହିଁ ମୁଖ୍ୟମନ୍ତ୍ରୀ ଅନେକ ବର୍ଷ ହେଲା ଶାସନ ଭାର ସମ୍ଭାଳିଛନ୍ତି | ଆସନ୍ତୁ ଜାଣିବା ଏମିତି କିଛି ରାଜନେତା ଯେଉଁମାନେ ଦୀର୍ଘ ବର୍ଷ ହେଲା ଶାସନ ଗାଦିରେ ଅଛନ୍ତି |

ଶିକ୍କିମ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗ ଗତ ୨୪ ବର୍ଷ ହେଲା ରାଜ୍ୟର କାର୍ଯ୍ୟଭାର ସମ୍ଭାଳିଛନ୍ତି | ୧୯୯୪ ମସିହା ଡିସେମ୍ବର ୧୨ ତାରିଖରେ ଶିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ | ୧୯୯୪ ମସିହାରୁ ପବନ ଚାମଲିଙ୍ଗ ଲଗାତାର ଶିକ୍କିମର ମୁଖ୍ୟମନ୍ତ୍ରୀ ଅଛନ୍ତି | ସବୁଠାରୁ ଅଧିକ ସମୟ ଯାଏଁ ମୁଖ୍ୟମନ୍ତ୍ରୀ ହୋଇ ସେ ରେକର୍ଡ କରିଛନ୍ତି |

{"id":101188}

ଜ୍ୟୋତି ବସୁ ୧୯୭୭ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ | ସେ ୨୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଶାସନଭାର ସମ୍ଭାଳିଥିଲେ | ଜ୍ୟୋତି ବସୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଚାହଁଥିଲେ |

{"id":101189}

ଗେଗାଙ୍ଗ ଅପାଙ୍ଗ ୧୯୮୦ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ | ସେ ଦୀର୍ଘ ୧୯ ବର୍ଷ ପର୍ଯ୍ୟନ୍ତ ରାଜ୍ୟଭାର ସମ୍ଭାଳି ଥିଲେ | ପୁଣି ୨୦୦୩ ମସିହା ଅଗଷ୍ଟ ମାସରୁ ୨୦୦୭ ମସିହା ପର୍ଯ୍ୟନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ଥିଲେ |

{"id":101190}

ମାଣିକ ସରକାର ୧୯୯୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅର୍ଥାତ ୧୯ ବର୍ଷ ପର୍ଯ୍ୟନ୍ତ ତ୍ରିପୁରା ମୁଖ୍ୟମନ୍ତ୍ରୀ ଥିଲେ | ସେ ଦେଶର ସବୁଠାରୁ ଗରିବ ଏବଂ ଜନତାଙ୍କ ମୁଖ୍ୟମନ୍ତ୍ରୀ ଥିଲେ | ସେ ଲଗାତାର ୪ଥର ତ୍ରିପୁରାର ମୁଖ୍ୟମନ୍ତ୍ରୀ ହୋଇଥିଲେ |

{"id":101191,"width":575,"height":431}

ନବୀନ ପଟ୍ଟନାୟକ ଗତ ୧୯ ବର୍ଷର ଓଡିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି | ସେ ୨୦୦୦ ମସିହାରୁ ଲଗାତାର ୪ଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ସେ ଓଡିଶାର ୧୪ତମ ମୁଖ୍ୟମନ୍ତ୍ରୀ |

{"id":101192,"width":574,"height":382}


ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ରାଜ୍ୟର ୧୩ ତମ ମୁଖ୍ୟମନ୍ତ୍ରୀ | ୧୯୯୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାଇଡୁ ରାଜ୍ୟର ଶାସନଭାର ସମ୍ଭାଳିଛନ୍ତି | ୨୦୧୪ ମସିହାରେ ରାଜ୍ୟ ବିଭାଜନ ପରେ ସେ ଆନ୍ଧ୍ର ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ |

{"id":101193}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.