Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଜୀବନ କାରାଦଣ୍ଡ କାହିଁକି ହୋଇଥାଏ ୧୪ବର୍ଷ : ଜାଣନ୍ତୁ କାରଣ

17/11/2019 at 12:09 PM

ଆଜିକାଲି ଯୁଗରେ ମଣିଷ ଏତେ ତଳକୁ ଖସି ଯାଇଛି ଯେ ସେ ନିଜର ମନୁଷ୍ୟତ୍ବ ଭୁଲି ଯାଉଛି। ଆପଣ ତ ଜାଣିଥିବେ କର୍ମର ଦଣ୍ଡ ତ ମିଳିଥାଏ। ଆଜୀବନ କାରାଦଣ୍ଡର ଅର୍ଥ ଜୀବନସାରା ଜେଲଦଣ୍ଡ ହୋଇଥାଏ। କିନ୍ତୁ ଆପଣ ଅନେକ ଥର ଦେଖିଥିବେ ଯେଉଁମାନେ ଆଜୀବନ କାରାଦଣ୍ଡ ଭୋଗନ୍ତି ସେମାନେ ୧୪ବର୍ଷ ପରେ ଜେଲରୁ ଖସି ଯାଆନ୍ତି। ଆଜୀବନ କାରାଦଣ୍ଡର ଅର୍ଥ ହିଁ ହେଉଛି କଏଦୀ ନିଜର ପୂରା ଜୀବନ ଜେଲ ଦଣ୍ଡ ଭୋଗ କରିବ।

ଭାରତର ସମ୍ବିଧାନରେ ଏପରି କେଉଁଠି ଲେଖାଯାଇନାହିଁ ଯେ ଆଜୀବନର କାରାଦଣ୍ଡର ଅର୍ଥ ୧୪ବର୍ଷ ଜେଲ୍ ଦଣ୍ଡ। ଅଦାଲତ ଅପରାଧିର ଦୋଷ ଅନୁସାରେ ଦଣ୍ଡ ଶୁଣାଇଥାଆନ୍ତି। ସୁପ୍ରିମ କୋର୍ଟ ୨୦୧୨ମସିହାରେ ପରିଷ୍କାର ଭାବେ କହି ଦେଇଥିଲା ଯେ ଆଜୀବନ ଜେଲଦଣ୍ଡର ଅର୍ଥ ଜୀବନ ସାରା ଜେଲଦଣ୍ଡ। କିନ୍ତୁ ଅନେକ ଲୋକ ଏହା ଜାଣି ନଥିବେ ଯେ ଏହି ଦଣ୍ଡ ଉପରେ ରାଜ୍ୟ ସରକାର ମୋହର ଲଗାଇଥାଆନ୍ତି।

ସିଆରପିସି ଧାରା -୪୩୩ ଏ ଅନୁସାରେ ଭାରତୀୟ ସମ୍ବିଧାନରେ ରାଜ୍ୟ ସରକାରଙ୍କ ଏହି ଅଧିକାର ରହିଛି ଯେ ସେ ଅପରାଧିଙ୍କ ଦଣ୍ଡ କମ୍ କିମ୍ବା ବେଶୀ କରି ପାରିବେ, କିନ୍ତୁ ସମ୍ବିଧାନ ଅନୁସାରେ ଆଜୀବନ କାରାଦଣ୍ଡ କେବେ ବି ୧୪ବର୍ଷରୁ ଅଧିକ ହୋଇପାରିବ କିନ୍ତୁ ତା’ଠୁ କମ୍ ହୋଇପାରିବ ନାହିଁ।

   Related Posts