କେମିତି ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର ? ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ …
19/12/2018 at 1:00 PM

କିନ୍ନରଙ୍କ ଦୁନିଆ ଅନ୍ୟମାନଙ୍କ ଲାଗି ରହସ୍ୟମୟ ହୋଇଥାଏ | କିନ୍ନରଙ୍କ ଜୀବନ ସମ୍ପର୍କରେ ଜାଣିବାର ଇଚ୍ଛା ସମସ୍ତଙ୍କ ଭିତରେ ଥାଏ | କିନ୍ତୁ ଏ ବିଷୟରେ କେହି କିଛି ଜାଣିପାରିନଥାନ୍ତି | କିନ୍ନରଙ୍କ ସହିତ ଜଡିତ କେତେକେ ବିଷୟ ଗୋପନୀୟ ରଖାଯାଇଥାଏ | ସବୁଠାରୁ ଗୋପନୀୟ ହେଲା କିନ୍ନରଙ୍କ ମୃତ୍ୟୁ | ଯେତେବେଳେ ଜଣେ କିନ୍ନରଙ୍କ ମୃତ୍ୟୁ ହୁଏ ସେତେବେଳେ କେମିତି ହୋଇଥାଏ ତାଙ୍କର ଅନ୍ତିମ ସଂସ୍କାର ଆସନ୍ତୁ ଜାଣିବା :
ଯେତେବେଳେ ଜଣେ କିନ୍ନରଙ୍କ ମୃତ୍ୟୁ ହୋଇଥାଏ , ସର୍ବ ପ୍ରଥମେ ତାଙ୍କ ମୃତଦେହକୁ ଧଳା କପଡାରେ ଗୁଡ଼ାଯାଇଥାଏ | ଶରୀର ଯେକୌଣସି ଜିନିଷ ବନ୍ଧା ଯାଇଥାଏ ତାକୁ ଖୋଲି ଦିଆଯାଇଥାଏ | ବନ୍ଧା ହୋଇଥିବା କୌଣସି ଜିନିଷ ମୃତଦେହରେ ଛଡା ଯାଇନାହିଁ | ଏଭଳି କରିବା ଦ୍ୱାରା ତାଙ୍କ ଆତ୍ମା ମୁକ୍ତ ହୋଇଯାଇଥାଏ | ଏଭଳି ନକରିବା ଦ୍ୱାରା ସେ କୌଣସି ପାର୍ଥିବ ବନ୍ଧନରେ ଆଉ ରହିନଥାନ୍ତିବୋଲି ବିଶ୍ବାସ କରାଯାଏ । | ତାଙ୍କ ଆତ୍ମାକୁ ସମସ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ତାଙ୍କ ମୃତ ଶରୀରରେ କୌଣସି ଜିନିଷ ବନ୍ଧା ହୋଇ ରହେନାହିଁ |

ଏହାପରେ ଅନ୍ତିମ ସଂସ୍କାର ପୂର୍ବରୁ ଶବକୁ ଜୋତା ଚପଲରେ ମାଡ ମରାଯାଏ | ଏପରି କରିବା ଦ୍ୱାରା ସେହି ଜନ୍ମର ସମସ୍ତ ପାପର ପ୍ରାୟଶ୍ଚିତ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି | କିନ୍ନରଙ୍କ ଅନ୍ତିମ ସଂସ୍କାର ଲୁଚା ଛପା ଭାବେ କରାଯାଇଥାଏ, ଯେମିତି ତାଙ୍କ ଅନ୍ତିମ ସଂସ୍କାର କେହି ଦେଖିନପାରନ୍ତି | ବିଶ୍ୱାସ ରହିଛି ଯେ, ମୃତ କିନ୍ନରଙ୍କ ଅନ୍ତିମ ଯାତ୍ରାର ଯଦି କେହି ଦର୍ଶନ କରିଥାଏ ତାହେଲେ ସେହି ବ୍ୟକ୍ତି ପରବର୍ତ୍ତୀ ଜୀବନରେ କିନ୍ନର ହୋଇ ଜନ୍ମ ନେଇଥାନ୍ତି | ସେଥିପାଇଁ କିନ୍ନରଙ୍କ ଶେଷ ଯାତ୍ରା ରାତିରେ ହୋଇଥାଏ | ଅପରପକ୍ଷରେ ସାଧାରଣ ମଣିଷଙ୍କ ଶେଷ ଯାତ୍ରା ଦିନରେ ହୋଇଥାଏ |
ଭାରତରେ ଅଧିକାଂଶ କିନ୍ନର ହିନ୍ଦୁ ଧର୍ମରେ ବିଶ୍ୱାସ କରିଥାନ୍ତି | ହିନ୍ଦୁ ଧର୍ମ ଅନୁସାରେ ମୃତଦେହକୁ ପୋଡା ଯାଇଥାଏ | କିନ୍ତୁ ହିନ୍ଦୁ ଧର୍ମକୁ ମାନୁଥିଲେ ସୁଦ୍ଧା କିନ୍ନରଙ୍କ ମୃତଦେହକୁ ପୋଡା ଯାଇନଥାଏ | କିନ୍ନରଙ୍କ ମୃତଦେହକୁ ମାଟି ତଳେ ପୋତା ଯାଇଥାଏ | ଏହି ପ୍ରଥା ବହୁ ପୂର୍ବ କାଳରୁ ଚାଲିଆସିଛି |
ସାଧାରଣତଃ ମଣିଷର ମୃତ୍ୟୁ ହୋଇଗଲେ ପରିଜନ ଶୋକ ପାଳନ କରିଥାନ୍ତି | କିନ୍ତୁ କିନ୍ନରଙ୍କ ମୃତ୍ୟୁରେ ଶୋକ ପାଳନ କରାଯାଇନଥାଏ | ମରିଥିବା କିନ୍ନରଙ୍କୁ ନର୍କ ରୂପି ଜୀବନରୁ ମୁକ୍ତି ମିଳିଥିବା ନେଇ ପରିଜନ ଖୁସି ବ୍ୟକ୍ତ କରିଥାନ୍ତି | ଏଥିସହ ତାଙ୍କ ଆରାଧ୍ୟ ଦେବତା ଅରାବନଙ୍କୁ ପ୍ରାର୍ଥନା କରିଥାନ୍ତି ଯେ, ପରବର୍ତ୍ତୀ ଜନ୍ମରେ ସେ ତାଙ୍କୁ ପୁଣି କିନ୍ନର ଜନ୍ମ ନ ଦିଅନ୍ତୁ |