ସାବୁନରେ ସୂକ୍ଷ୍ମ କାରୁକାର୍ଯ୍ୟ କରିବାରେ ମାହିର୍ ସତ୍ୟବ୍ରତ

Published By : Prameya-News7 Bureau | November 25, 2019 IST

ଖୋର୍ଦ୍ଧା ୨୫/୧୧: ନିଜର ଆଗ୍ରହ ଇଚ୍ଛାଶକ୍ତି ବଳରେ ମଣିଷ ସବୁକିଛି କରିପାରେ। ପିଲାଟି ଦିନରୁ ସାବୁନରେ କଳାକୃତି କରିବା ନିଶା ପରିଣତ ବୟସରେ ପେସାରେ ପରିଣତ ହେଲା। ଖୋର୍ଦ୍ଧ। ଜିଲ୍ଲା ବେଗୁନିଆ ବ୍ଲକ୍ ବାଘମାରୀର ସତ୍ୟବ୍ରତ ସେଠୀ ସାବୁନରେ ସୁନ୍ଦର ସୁନ୍ଦର ମୂର୍ତ୍ତି କରିବାରେ ମାହିର। ତାଙ୍କ ଦ୍ବାରା ପ୍ରସ୍ତୁତ ସାବୁନ ମୂର୍ତ୍ତି ଦେଖିବାକୁ ଭାରି ସୁନ୍ଦର। 

{"id":189589,"sizeSlug":"large"}

ବେଗୁନିଆ ବ୍ଲକ୍ ବାଘମାରୀର ତଳସାହିରେ ରୁହନ୍ତି ସତ୍ୟବ୍ରତ। ପିଲାଟି ଦିନରୁ ସାବୁନରେ ହସ୍ତଶିଳ୍ପ ତିଆରି କରିବା ତାଙ୍କର ନିଶା ଥିଲା। ବଜାରରେ ବିକ୍ରି ହେଉଥିବା ସାବୁନକୁ ଆଣି ସେ ସେଥିରେ ବୁଦ୍ଧ, ଗଣେଶ, ସରସ୍ବତୀ, ଲକ୍ଷ୍ମୀ ଆଦି ବିଭିନ୍ନ ପ୍ରକାରର ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି। ତାଙ୍କ ଦ୍ବାରା ପ୍ରସ୍ତୁତ ମୁର୍ତ୍ତି ଗୁଡିକ ଅତି ସୁନ୍ଦର ଓ ମନଲୋଭା ହୋଇଥିବାରୁ ଗ୍ରାହକଙ୍କ ଚାହିଦା ବଢିଥାଏ।

{"id":189590,"sizeSlug":"large"}

ଗୋଟିଏ ସାବୁନ ମୂର୍ତ୍ତି କରିବା ପାଇଁ ସତ୍ୟବ୍ରତଙ୍କୁ ଗୋଟିଏ ଦିନ ଲାଗିଥାଏ। ଗୋଟିଏ ମୂର୍ତ୍ତିକୁ ସେ ୧୦୦ରୁ ୨୦୦ଟଙ୍କା ରେ ବିକ୍ରି କରିଥାନ୍ତି। ତେଣୁ ତାଙ୍କର ଏହି ମୂର୍ତ୍ତି ବିକ୍ରିକରି ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇଥାଏ। ସରକାରୀ କିମ୍ବା ବେସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ସେ ତାଙ୍କର କଳାକୃତିରେ  ନିପୁଣ ହୋଇପାରନ୍ତେ ବୋଲି ସେ କହିଛନ୍ତି। ସେପଟେ ସତ୍ୟବ୍ରତଙ୍କ କଳାକୃତିକୁ ନେଇ ତାଙ୍କ ବାପା ବେସ୍ ଖୁସି ଥିବା କହିଛନ୍ତି।

{"id":189591,"sizeSlug":"large"}

ସତ୍ୟବ୍ରତଙ୍କ ଦ୍ବାରା ସାବୁନ କାରୁକାର୍ଯ୍ୟ ଦେଖିବା ପାଇଁ ପ୍ରତିଦିନ ତାଙ୍କ ଘରେ ସ୍ଥାନୀୟ ବାସିନ୍ଦାଙ୍କ ଭିଡ ଜମେ। ସାବୁନରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଗୁଡିକୁ ଦେଖି ଦର୍ଶକ ବେସ୍ ଖୁସି ହୁଅନ୍ତି। ଘରେ ସଜେଇ ରଖିବା ପାଇଁ ସତ୍ୟବ୍ରତଙ୍କଠାରୁ ମୁର୍ତ୍ତି କିଣି ଆଣିଥାନ୍ତି ଲୋକେ।   ସତ୍ୟବ୍ରତ ବାଘମାରୀ ଅଂଚଳର ଗର୍ବ ଏବଂ ଗୌରବ ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା। ମାତ୍ର ପରିଶ୍ରମ ଅନୁଯାୟୀ ସତ୍ୟବ୍ରତଙ୍କୁ କମ୍ ପାରିଶ୍ରମିକ ମିଳୁଥିବାରୁ ତାଙ୍କ କଳାକୁ ବଂଚାଇବା ପାଇଁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

{"id":189592,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.