ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ କରୀଶ୍ମା କପୁର : ତାଙ୍କ ଅଧାରୁ ପାଠ ଛାଡ଼ିଦେବା ପଛରେ ଥିବା ରହସ୍ୟ ବିଷୟରେ ଜାଣିଲେ ତାଜୁବ୍ ହୋଇଯିବେ ଆପଣ

Published By : Prameya-News7 Bureau | June 25, 2020 IST

ମୁମ୍ବାଇ ୨୫/୬: କପୁର ଖାନଦାନର ସବୁଠୁ ଟାଲେଣ୍ଟେଡ ଝିଅ କରୀଶ୍ମା କପୁରଙ୍କ ପରିଚୟର ଆବଶ୍ୟକତା ନାହିଁ। ତାଙ୍କୁ ଆଦରରେ ଲୋକେ ଲୋଲୋ କୁହନ୍ତି। କରୀଶ୍ମା ନିଜ କ୍ୟାରିୟରରେ ସବୁ ପ୍ରକାରର ଫିଲ୍ମ କରିଥିଲେ। ତାଙ୍କ ବାପା ରଣଧୀର କପୁର ଏବଂ ବବିତା ମଧ୍ୟ ଫିଲ୍ମରେ ନାଁ କମାଇ ସାରିଛନ୍ତି। କରୀଶ୍ମା ପୂର୍ବରୁ ରାଜ କପୁରଙ୍କ ପରିବାରର କୌଣସି ଝିଅ ଫିଲ୍ମକୁ ଆସିନଥିଲେ କିନ୍ତୁ କରୀଶ୍ମା ସମସ୍ତ ପ୍ରକାର ବାଧା ବନ୍ଧନକୁ ଏଡ଼ାଇ ଫିଲ୍ମକୁ ଆସିଥିଲେ।

{"id":291354,"sizeSlug":"large"}

କରୀଶ୍ମାଙ୍କ ବାପା ମାଆଙ୍କ ମଧ୍ୟରେ କିଛି ସମସ୍ୟା ଥିଲା ଯାହା ଯୋଗୁଁ କରୀଶ୍ମାଙ୍କ ପିଲାଦିନ ଦୁଃଖଦ ଥିଲା। ଏହି ସବୁ ସମସ୍ୟା ଯୋଗୁଁ କରୀଶ୍ମା ନିଜ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିଲେ। କରୀଶ୍ମା ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପଢ଼ିଛନ୍ତି।

{"id":291357,"sizeSlug":"large"}

ମାତ୍ର ୧୭ବର୍ଷ ବୟସରେ ସେ ଫିଲ୍ମ ପ୍ରେମ କଏଦୀରୁ ଆକ୍ଟିଂରେ ପ୍ରବେଶ କରିଥିଲେ। ଆରମ୍ଭରୁ ତାଙ୍କୁ ଭଲ ରେସପନ୍ସ ମିଳିନଥିଲା। ସେତେବେଳେ କରୀଶ୍ମା କହିଥିଲେ ଯେ କୌଣସି ନୂଆ ଷ୍ଟାରଙ୍କ ପାଇଁ ମିଡିଆ ଏତେ କଠୋର ହୋଇନଥାଏ ଯେତେ କଠୋର ତାହା ରାଜ କପୁରଙ୍କ ନାତୁଣୀଙ୍କ ପାଇଁ ହୋଇଥାଏ। ସାମାନ୍ୟ ଭୁଲକୁ ବହୁତ ବଡ଼ କରି ଦେଖା ଯାଇଥାଏ। ଏହା ପରେ କରୀଶ୍ମା ଫିଲ୍ମ ରାଜା ବାବୁରେ କମାଲ୍ କରି ଦେଖାଇଥିଲେ। ଏଥିରେ ତାଙ୍କର ଯୋଡ଼ି ସୁପରଷ୍ଟାର ଗୋବିନ୍ଦାଙ୍କ ସହ ବନିଥିଲା।

{"id":291358,"sizeSlug":"large"}

୧୯୯୬ ମସିହାରେ କରୀଶ୍ମା ଇତିହାସ ରଚିଥିଲେ। ସେ ଆମୀର ଖାନଙ୍କ ସହ ଫିଲ୍ମ ରାଜା ହିନ୍ଦୁସ୍ତାନୀ କରିଥିଲେ ଯାହା ସେହି ସମୟରେ ସବୁଠୁ ସୁପରହିଟ୍ ଫିଲ୍ମ ହୋଇଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାରର ବେଷ୍ଟ୍ ଆଓ୍ବାର୍ଡ଼ ମଧ୍ୟ ମିଳିଥିଲା। କରୀଶ୍ମା,ଶାହରୁଖ ଖାନ୍,ସଲମାନ୍ ଖାନ୍ ଏବଂ ଆମୀର ଖାନ୍ ସମସ୍ତଙ୍କ ସହ କାମ କରିଥିଲେ।

{"id":291353,"sizeSlug":"large"}

ପରେ କରୀଶ୍ମା କପୁର,ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ନିର୍ବନ୍ଧ କରିଥିଲେ। ସମସ୍ତଙ୍କୁ ଲାଗିଥିଲା ଯେ ଏବେ କପୁର ଏବଂ ବଚ୍ଚନ ପରିବାର ଏକ ହୋଇଯିବେ କିନ୍ତୁ ଏପରି ହୋଇନଥିଲା। ଉଭୟଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ଏହା ପରେ ସେ ଟିଭିରେ ବି ହାତ ଦେଇଥିଲେ କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା।

{"id":291348,"sizeSlug":"large"}

୨୦୦୩ମସିହାରେ କରୀଶ୍ମା ପ୍ରସିଦ୍ଧ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ପରେ ସେ ଏକ କନ୍ୟା ଏବଂ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବିବାହର କିଛି ଦିନ ପରେ କରୀଶ୍ମା ଏବଂ ସଞ୍ଜୟଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇଥିଲା। କରୀଶ୍ମା ଏତେ ସମସ୍ୟାରେ ଥିଲେ ଯେ ସେ ସଞ୍ଜୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ଅଭିଯୋଗରେ କରୀଶ୍ମା କହିଥିଲେ ଯେ ସଞ୍ଜୟ କିପରି ତାଙ୍କୁ ଅତ୍ୟାଚାର ଦେଉଥିଲେ। ପରେ କରୀଶ୍ମା ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ କରୀଶ୍ମା ଏକା ଦୁଇ ପିଲାଙ୍କ ଲାଳନପାଳନ କରୁଛନ୍ତି।

{"id":291349,"sizeSlug":"large"}

ଦୀର୍ଘ ଦିନ ଯାଏଁ କରୀଶ୍ମା ଫିଲ୍ମରୁ ଦୂରରେ ଥିଲେ। ଫିଲ୍ମ ‘ଡେଞ୍ଜରସ୍ ଇସ୍କ’ ସହ ସେ ବଲିଉଡକୁ ଫେରିଥିଲେ କିନ୍ତୁ ଫିଲ୍ମ ବକ୍ସ ଅଫିସରେ କିଛି ଖାସ୍ ଚାଲିନଥିଲା। କରୀଶ୍ମାଙ୍କ ଭଉଣୀ କରୀନା କପୁର ଫିଲ୍ମରେ ଖୁବ୍ ନାଁ କମାଇ ସାରିଛନ୍ତି।

{"id":291359,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.