ରିଲ୍ ଲାଇଫଠୁ ନେଇ ରିୟଲ୍ ଲାଇଫରେ ଚର୍ଚ୍ଚାରେ ରହିଛନ୍ତି ଜେନିଫର୍ : ନିଜ ସୌନ୍ଦର୍ଯ୍ୟ ବଳରେ ବଲିଉଡ ହିରୋଇନଙ୍କୁ ଦେଇଛନ୍ତି ମାତ୍

Published By : Prameya-News7 Bureau | May 31, 2020 IST

ମୁମ୍ବାଇ ୩୧/୫: ଟିଭି ଶୋ ‘ବେପନାହ’ରେ ଜୋୟାଙ୍କ ଭୂମିକାରେ ଅଭିନୟ କରୁଥିବା ଟିଭି ଅଭିନେତ୍ରୀ ଜେନିଫର ଓ୍ବିଙ୍ଗେଟଙ୍କ ଗତକାଲି ଅର୍ଥାତ୍ ମେ ୩୦ତାରିଖରେ ଜନ୍ମଦିନ ଥିଲା। ସେ ଏବେ ୩୫ବର୍ଷର ହୋଇ ଯାଇଛନ୍ତି। ପ୍ରଫେସନାଲ୍ ଲାଇଫରେ ଜେନିଫରଙ୍କୁ ଖୁବ୍ ସଫଳତା ହାସଲ ହୋଇଛି। ଜେନିଫର ଅନେକ ହିଟ୍ ଟିଭି ଶୋ ରେ କାମ କରିଛନ୍ତି। ଜେନିଫର ପ୍ରଥମେ ‘ଦିଲ୍ ମିଲ୍ ଗୟେ’ରୁ ଚର୍ଚ୍ଚାରେ ଆସିଥିଲେ। ଏହା ପରେ ଜେନିଫରଙ୍କ ନିରୀହ ଚେହେରା ସମସ୍ତଙ୍କ ମନରେ ବସି ଯାଇଥିଲା।

{"id":278745,"sizeSlug":"large"}

ଜେନିଫର ଓ୍ବିଙ୍ଗେଟଙ୍କ ସୌନ୍ଦର୍ଯ୍ୟ ଆଗରେ ବଲିଉଡ ସୁନ୍ଦରୀମାନେ ମଧ୍ୟ ଫିକା ପଡ଼ିଯାଆନ୍ତି। ସୋସିଆଲ୍ ମିଡିଆ ଜରିଆରେ ସେ ନିଜ ଫ୍ୟାନ୍ସଙ୍କ ସହ ଜଡ଼ିତ ରୁହନ୍ତି ଏବଂ ନିଜ ଫଟୋ ପୋଷ୍ଟ କରନ୍ତି। ଜେନିଫର ୨୦୦୩ମସିହାରେ ଆସିଥିବା ଫିଲ୍ମ କୁଛ ନା କହୋରେ ନଜର ଆସିଥିଲେ। ଏହି ଫିଲ୍ମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ। ସେହି ସମୟରେ ଜେନିଫରଙ୍କୁ ମାତ୍ର ୧୭ବର୍ଷ ବୟସ ହୋଇଥିଲା।

{"id":278743,"sizeSlug":"large"}

ଜେନିଫରଙ୍କୁ ଏସିଆର ୫୦ତମ ସେକ୍ସି ମହିଳାଙ୍କ ତାଲିକାରେ ସାମିଲ କରାଯାଇ ସାରିଛି। ଜେନିଫର ‘ଦିଲ ମିଲ ଗୟେ’,‘ସରସ୍ବତୀଚନ୍ଦ୍ର’,‘ବେହଦ’ ଏବଂ ‘ବେପନାହ’ଭଳି ଟିଭି ଶୋ ଜରିଆରେ ଘରେ ଘରେ ନିଜ ପରିଚୟ ସୃଷ୍ଟି କରିଥିଲେ। ଜେନିଫର ‘ରାଜା କି ଆୟେଗି ବାରାତ’ ଏବଂ ‘ରାଜା କୋ ରାନୀ ସେ ପ୍ୟାର ହୋ ଗୟା’ ଭଳି ଫିଲ୍ମରେ କାମ କରିଛନ୍ତି।

{"id":278747,"sizeSlug":"large"}

ଜେନିଫରଙ୍କ ମାଆ ପଞ୍ଜାବୀ ଏବଂ ବାପା ମରାଠୀ ଖ୍ରୀଷ୍ଟାନ୍। ଜେନିଫର ୧୨ବର୍ଷ ବୟସରୁ ହିଁ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ପ୍ରଥମ ଥର ତାଙ୍କୁ ସୁପରଷ୍ଟାର ଆମୀର ଖାନଙ୍କ ଫିଲ୍ମ ‘ଅକେଲେ ହମ୍ ଅକେଲେ ତୁମ୍’ରେ ଦେଖା ଯାଇଥିଲା। ଜେନିଫର ୨୦୦୦ମସିହାରେ ‘ସାକା ଲାକା ବୁମ ବୁମ’ରେ ଶିଶୁ କଳାକାର ଭାବେ ଛୋଟ ପରଦାରେ ପାଦ ରଖିଥିଲେ।

{"id":278748,"sizeSlug":"large"}

ନିଜ ଅଭିନୟରେ ସମସ୍ତଙ୍କୁ ଘାଇଲା କରିଥିବା ଜେନିଫର ଅଭିନେତ୍ରୀ ନୁହେଁ ବରଂ ଏୟାର ହୋଷ୍ଟେସ୍ ହେବାକୁ ଚାହୁଁଥିଲେ। ଜେନିଫରଙ୍କୁ ବେହଦ ପରେ ଖୁବ୍ ପ୍ରସିଦ୍ଧି ମିଳିଥିଲା। ଏହି ଶୋ ରେ ସେ ମାୟା ଭୂମିକା​ରେ ଅଭିନୟ କରିଥିଲେ।

{"id":278749,"sizeSlug":"large"}

 ଜେନିଫରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଜେନିଫର ୨୦୧୨ମସିହା ଅପ୍ରେଲ୍ ୯ତାରିଖରେ ଟିଭି ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା ଏବଂ ସେମାନେ ୨୦୧୪ମସିହାରେ ଅଲଗା ହୋଇଯାଇଥିଲେ। ଜେନିଫରଙ୍କ ସହ ବିବାହ ବିଚ୍ଛେଦ ପରେ କରଣ, ବିପାଶା ବାସୁଙ୍କୁ ବିବାହ କରିଥିଲେ କିନ୍ତୁ ଜେନିଫର ଆଜି ବି ସିଙ୍ଗଲ୍ ଅଛନ୍ତି।

{"id":278750,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.