ମାତା ସୀତାଙ୍କର ଆଜି ହେଉଛି ପବିତ୍ର ଜାନକୀ ନବମୀ : ବିବାହିତା ମହିଳାମାନେ କିଭଳି କରିବେ ଏହି ପୂଜା,ଜାଣନ୍ତୁ ଏହାର ପୂଜାବିଧି

Published By : Prameya-News7 Bureau | May 02, 2020 IST

ବୈଶାଖ ମାସର ନବମୀ ତିଥି ଜାନକୀ ନବମୀ ନାମରେ ପ୍ରସିଦ୍ଧ। ଏହି ଦିନ ଜାନକୀଙ୍କୁ ପୂଜା କରାଯାଏ। ରାଜା ଜନକଙ୍କଠାରେ ମାତା ସୀତାଙ୍କର ପ୍ରାକଟ୍ୟ ଏହି ଦିନ ହୋଇଥିଲା। ଶାସ୍ତ୍ର ଅନୁସାରେ ମିଥିଳାର ରାଜା ଜନକଙ୍କ କୌଣସି ସନ୍ତାନ ନଥିଲା,ସେ ଗୁରୁଙ୍କ ଆଦେଶ ଅନୁସାରେ ସନ୍ତାନ ପ୍ରାପ୍ତି ପାଇଁ ଯଜ୍ଞ କରିବାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଯଜ୍ଞଶାଳା ପ୍ରସ୍ତୁତ କରିବା ପାଇଁ ସେ ପ୍ରଥମେ ହଳରେ ଭୂମିକୁ ସମତଳ କରିବା ଆରମ୍ଭ କରିଥିଲେ। ଯେତେବେଳେ ରାଜା ଜନକ ହଳ ଚଲାଉଥିଲେ ସେତେବେଳେ ଦ୍ବିପ୍ରହରରେ ପୃଥିବୀ ପୃ​‌ଷ୍ଠରୁ ଏକ ସୁନ୍ଦର କନ୍ୟା ପ୍ରକଟ ହୋଇଥିଲେ ଯିଏ ସାକ୍ଷାତ ଲକ୍ଷ୍ମୀ ଥିଲେ। ସେହି ଦିନ ନବମୀ ତିଥି ଥିଲା। ରାଜା ସେହି କନ୍ୟାଙ୍କୁ କୋଳରେ ଉଠାଇ ଗୁରୁଙ୍କୁ ଦେଖାଇବାରୁ ସେ ରାଜା ଜନକଙ୍କଠାରେ ପ୍ରକଟ ହେବାରୁ ତାଙ୍କ ନାଁ ଜାନକୀ ରଖିଥିଲେ। ଏହିପରି ଲକ୍ଷ୍ମୀ ଲୋକଙ୍କ ରକ୍ଷା ପାଇଁ ରାଜା ଜନକଙ୍କ ଘରେ ବଡ଼ ହୋଇଥିଲେ ଏବଂ ପରେ ତାଙ୍କର ବିବାହ ଦଶରଥଙ୍କ ପୁତ୍ର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହ ହୋଇଥିଲା।

ସୌଭାଗ୍ୟଶାଳୀ ମହିଳା ନିଜ ସ୍ବାମୀଙ୍କ ମଙ୍ଗଳକାମନା ଏବଂ ଦୀର୍ଘାୟୁ ପାଇଁ ଏହି ଦିନ ବ୍ରତ ରଖିଥାନ୍ତି ଏବଂ ଯଥାସମ୍ଭବ ବସ୍ତୁ ଦାନ କରି ପୁଣ୍ୟ କମାଇଥାନ୍ତି। ଏହି ଦିନ ଯେଉଁ ମହିଳା ବ୍ରତ କରିନଥାନ୍ତି ସେମାନେ ଜାନକୀ ସ୍ତୋତ୍ର,ଶ୍ରୀ ରାମଚରିତ ମାନସ ଏବଂ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରି ପୁଣ୍ୟ ଅର୍ଜନ କରି ପାରିବେ। ମହିଳାମାନେ ପୁତ୍ର ପ୍ରାପ୍ତିର କାମନା କରି ଏହି ଦିନ ବ୍ରତ ରଖି ପାରିବେ।

ଜାନକୀ ଅଥବା ସୀତା ନବମୀ ଦିନ ବ୍ରତ କରି ମହିଳା ୧୬ପ୍ରକାରର ମହା ଦାନ କରିବାର ଫଳ ପ୍ରାପ୍ତ କରି ପାରିବେ। ଏହି ଦିନ ପରିବା ସେବନ କରିବା ଅନୁଚିତ୍ ତଥା ପୃଥିବୀ,ଗୋଦାନ,ସ୍ବର୍ଣ୍ଣ ଦାନ,କନ୍ୟା ଦାନ ତଥା ସମସ୍ତ ତୀର୍ଥରେ ସ୍ନାନ କରି ତାଙ୍କ ଦର୍ଶନ କଲେ ବରାବର ଫଳ ପ୍ରାପ୍ତ ହୋଇଥାଏ।

ଏହି ଦିନ ଜାନକୀଙ୍କ ପୂଜା କରାଯାଇଥାଏ ତଥା ତାଙ୍କୁ ଋତୁ ଅନୁସାରେ ନୂଆ ଫଳ ଭୋଗ ଲଗାଯାଇଥାଏ। ଏହି ବ୍ରତ ସବୁ ପ୍ରକାରର ସୁଖ ଦେଉଥିବା ତଥା ସୌଭାଗ୍ୟବର୍ଦ୍ଧକ ଅଟେ। ପରିବାରରେ ସୁଖ ଶାନ୍ତି ଆଣିବା ପାଇଁ ମହିଳାମାନେ ଏହି ବ୍ରତ କରିଥାନ୍ତି। ଏହି ଦିନ ବିବାହିତା ସ୍ତ୍ରୀମାନେ କରଓ୍ବାଚୌଥ ବ୍ରତ ଭଳି ସୁହାଗର ସାମଗ୍ରୀ ତଥା ମେହେନ୍ଦୀ,ବିନ୍ଦି,ଚୁଡ଼ି,ପାନିଆ,ରିବନ,ପାଉଁଜି ଆଦି ଦକ୍ଷିଣା ସହ ଦାନ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.