ପ୍ରେମ ପାଇଁ ବିଳାସମୟ ଜୀବନ ଛାଡ଼ି ବସ୍ତିରେ ରହିବାକୁ ଆସିଯାଇଥିଲେ ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା : ଜାଣନ୍ତୁ ଉଭୟଙ୍କ ଲଭଷ୍ଟୋରୀ

Published By : Prameya-News7 Bureau | June 13, 2020 IST

wp:heading {"level":5}
ମୁମ୍ବାଇ ୧୩/୬: ହିନ୍ଦୀ ସିନେମାର ଜଣାଶୁଣା ଷ୍ଟାର ଜ୍ୟାକି ଶ୍ରଫଙ୍କ ଅଭିନୟ ଯାଦୁରେ ଆଜି ବି ତାଙ୍କ ପ୍ରଶଂସକ ଫିଦା ଅଛନ୍ତି। ତାଙ୍କ ପିଲାଦିନ ଅନେକ କଷ୍ଟରେ ବିତିଥିଲେ ମଧ୍ୟ ପରେ ସେ ହିନ୍ଦୀ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇଥିଲେ। ଜ୍ୟାକି ଶ୍ରଫଙ୍କ ଲଭଷ୍ଟୋରୀ ମଧ୍ୟ ଫିଲ୍ମି ଅଟେ। ଜ୍ୟାକି ଏବଂ ଆୟେଶାଙ୍କୁ Love at first Sight  ହୋଇଥିଲା। କେବଳ ଏତିକି ନୁହେଁ ଆୟେଶା ତାଙ୍କ ପାଇଁ ନିଜ ଲକ୍ସରି ଲାଇଫ ଛାଡ଼ି ଛୋଟ ଘରେ ରହିବାକୁ ପ୍ରସ୍ତୁତ ଥିଲେ।
/wp:heading {"id":285641,"sizeSlug":"large"}
wp:heading {"level":5}
ଜ୍ୟାକି ଯେତେବେଳେ ପ୍ରଥମ ଥର ଆୟେଶାଙ୍କୁ ଦେଖିଥିଲେ ସେତେବେଳେ ସେ ୧୩ବର୍ଷର ଥିଲେ। ସେ ସ୍କୁଲ୍ ୟୁନିଫର୍ମରେ ବସ୍‌ରେ ବସିଥିଲେ। ଜ୍ୟାକି କିଛି ନ ଭାବି ଆୟେଶାଙ୍କ ପାଖକୁ ଯାଇଥିଲେ ଏବଂ ନିଜ ବିଷୟରେ କହିଥିଲେ। ଜ୍ୟାକି ପ୍ରଥମ ନଜରରେ ଆୟେଶାଙ୍କ ଉପରେ ଫିଦା ହୋଇ ଯାଇଥିଲେ। ପରବର୍ତ୍ତୀ ଥର ସେମାନଙ୍କ ସାକ୍ଷାତ ଏକ ରେକର୍ଡ଼ ସପ୍‌ରେ ହୋଇଥିଲା। ଆୟେଶା କିଛି କିଣିବାକୁ ଚାହୁଁଥିଲେ,ଯେତେବେଳେ ଜ୍ୟାକି ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ ସେତେବେଳେ ଆୟେଶା ଜାଣି ପାରିଥିଲେ ଯେ ସେ କେତେ ଭଲ। ଆୟେଶା ସେତେବେଳେ ସ୍ଥିର କରିଥିଲେ ଯେ ସେ ଜ୍ୟାକିଙ୍କୁ ବିବାହ କରିବେ ଏବଂ ଠିକ୍ ଏପରି ହିଁ ହୋଇଥିଲା।
/wp:heading {"id":285642,"sizeSlug":"large"}
wp:heading {"level":5}
ସେମାନେ ପରସ୍ପରକୁ ଡେଟ୍ କରିବାବେଳେ ଜ୍ୟାକି ବସ୍ତିରେ ରହୁଥିଲେ। ଉଭୟଙ୍କ ପ୍ରେମ ଜୀବନ ଭଲରେ କଟୁଥିଲା କିନ୍ତୁ ସେତେବେଳେ ଆୟେଶାଙ୍କୁ ଖବର ମିଳିଥିଲା ଜ୍ୟାକିଙ୍କ ଜଣେ ଗାର୍ଲଫେଣ୍ଡ ଅଛନ୍ତି ଯିଏକି ଆମେରିକାରେ ରୁହନ୍ତି ଏବଂ ସେ ସେଠାରୁ ଫେରିବା ପରେ ଜ୍ୟାକି ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୃତି ଦେଇଥିଲେ। ଏକଥା ଶୁଣି ଆୟେଶାଙ୍କୁ ଝଟକା ଲାଗିଥିଲା କିନ୍ତୁ ସେ ଏକ ଉପାୟ କରିଥିଲେ ଯାହା କାମ ଦେଇଥିଲା। ଆୟେଶା ଜ୍ୟାକିଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଏକ ଚିଠି ଲେଖିଥିଲେ ଏବଂ ସେଥିରେ ସବୁ କଥା କହିଥିଲେ।
/wp:heading {"id":285644,"width":595,"height":446,"sizeSlug":"large"}
wp:heading {"level":5}
ଆୟେଶା ଏକ ଧନୀ ପରିବାରର ଥିଲେ ଏବଂ ସେ କେବେ ବି କୌଣସି ଜିନିଷରେ ତ୍ରୃଟି ଦେଖୁନଥିଲେ। ଜ୍ୟାକିଙ୍କ ପାଇଁ ସେ ନିଜ ଲକ୍ସରି ଲାଇଫ ଛାଡ଼ି ଦେଇଥିଲେ। ଏହି ବିବାହରେ ଆୟେଶାଙ୍କ ମାଆ ଜମା ଖୁସି ନଥିଲେ। କିନ୍ତୁ ଆଜି ଏତେ ବର୍ଷ ପରେ ମଧ୍ୟ ଉଭୟଙ୍କ ପ୍ରେମ ବଜାୟ ରହିଛି ଏବଂ ସେମା​‌ନେ ଖୁସିରେ ଅଛନ୍ତି।
/wp:heading {"id":285645,"width":586,"height":419,"sizeSlug":"large"}
wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.